ଗାନ୍ଧୀ ଜୟନ୍ତୀରେ ସାନଖେମୁଣ୍ଡି ବ୍ଲକରେ ବିଜେଡିର ଜନସଂପର୍କ ପଦଯାତ୍ରା ଶୁଭାରମ୍ଭ କଲେ ନନ୍ଦିନୀ ଦେବୀ

0
208

ବ୍ରହ୍ମପୁର ,୦୩/୧୦/୨୦୨୨ : ସତ୍ୟ ଓ ଅହିଂସାର ପୂଜାରୀ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ଅବସରରୁ ରାଜ୍ୟ ବିଜେଡି ସୁପ୍ରିମୋ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପ୍ରକାରେ ସମଗ୍ର ରାଜ୍ୟରେ ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ ହୋଇଅଛି । ନିର୍ବାଚନ ମଣ୍ଡଳୀ ସ୍ତରରେ ଆଜି ସୁଭର୍ଭ ହୋଇଥିବା ଏହି ପଦଯାତ୍ରାରେ ଜନସାଧାରଣଙ୍କ ଠାରେ ସରକାରଙ୍କ ଆଭିମୁଖ୍ୟ ସହ ରାଜ୍ୟର ସାଂପ୍ରତିକ ବିକାଶରଧାରା ଏବଂ ଆଗାମୀ ଦିନର ବିକାଶମୂଳକ କାର୍ଯ୍ୟପନ୍ଥା ନେଇ ପ୍ରତିଟି ରାଜ୍ୟବାସୀଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ପଦଯାତ୍ରାର ଆୟୋଜନ ହୋଇଅଛି। ଏହି ଅବସରରେ ଆଜି ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ପାଟପୁରରୁ ଆଜିର ଜନ ସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ ହୋଇଯାଇଅଛି ।
ଉଭୟ ଧରାକୋଟ ଏବଂ ସାନଖେମୁଣ୍ଡି ବ୍ଲକ ବିଜେଡି କାର୍ଯ୍ୟକର୍ତ୍ତା , ନିର୍ବାଚିତ ଦଳୀୟ ଜନ ପ୍ରତିନିଧିଙ୍କ ସହିତ ବହୁସଂଖ୍ୟାରେ ବିଜେଡି ଅନୁଗତଙ୍କ ସମାବେଶରେ ପୂର୍ବତନ ସାନଖେମୁଣ୍ଡି ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି କର୍ମୀ ଓ କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅଞ୍ଜଳି ସ୍ୱାଇଁ , ଧରାକୋଟ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ସୁଲକ୍ଷଣା ଦେବୀ ,, ସାନଖେମୁଣ୍ଡି ବ୍ଲକ ଅଧ୍ୟକ୍ଷା ସିମଞ୍ଚଳ ଗୌଡ଼ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ ,ବ୍ଲକ ବିଜେଡି ସଭାପତି ନୀଳମାଧବ ରାଉତ ,ସଞ୍ଜୟ ଭାଇ ଙ୍କ ସହ ଜିଲ୍ଲା ପରିଷଦ ସଭ୍ୟ ବିଜୟ ପ୍ରଧାନ ,ଅମିନ ପ୍ରଧାନ , ମମନୀ ପାତ୍ର , ସୁଲତା ରାଣୀ ସ୍ୱାଇଁ ପ୍ରମୁଖଙ୍କ ସହ ଶତାଧିକ କର୍ମକର୍ତ୍ତା ପାଟପୁର ଗାନ୍ଧିଛକ ଠାରେ ଏକତ୍ରିତ ହୋଇଥିଲେ । ମାନ୍ୟବର ପୂର୍ବତନ ବିଧାୟିକାଙ୍କ ଦ୍ଵାରା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ ସହ ସମାବେଶକୁ ସମ୍ବୋଧିତ କରାଯାଇଥିଲା । ଗାନ୍ଧିଜୀଙ୍କ ଚିନ୍ତାଧାରା ସତ୍ୟ ଓ ଅହିଂସା ଧର୍ମର ସହାୟତାରେ ସମାଜର ପ୍ରଗତି ପାଇଁ ରାଜ୍ୟ ବିଜେଡି ସୁପ୍ରିମୋ ନବୀନ ବାବୁଙ୍କ ସରକାରଙ୍କ ଉଦ୍ଦେଶ୍ୟକୁ ଅବତାରଣା କରାଯାଇଥିଲା । ଏହାସହ ଏକ ପଦଯାତ୍ରାରେ ସାନଖେମୁଣ୍ଡି ବ୍ଲକ ସହ ମହାନଳା ଗ୍ରାମ ପରିକ୍ରମା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here