ସ୍ନେକ ହେଲ୍ପ ଲାଇନ ଦ୍ୱାରା ୭ ଫୁଟର ଅଜଗର ଉଦ୍ଧାର

0
174

ବ୍ରହ୍ମପୁର,୦୬/୧୦/୨୦୨୨:ସହର ଉପକଣ୍ଠ ମଦମୋହନପୁର ଗ୍ରାମରୁ ଗତକାଲି ବିଳମ୍ବିତ ରାତ୍ରିରେ ଏକ ଅଜଗର ସାପକୁ ଉଦ୍ଧାର କରିଛି ସ୍ନେକ ହେଲ୍ପ ଲାଇନ । ଉକ୍ତ ଗ୍ରାମର ନାଯକ ସାହି ମଧ୍ୟରେ ଏକ ବିରାଟ ସାପକୁ ଦେଖି ସ୍ଥାନୀୟ ବାସିନ୍ଧାମାନେ ସ୍ନେକ ହେଲ୍ପ ଲାଇନକୁ ଯୋଗାଯୋଗ କରିଥିଲେ । ଏହାପରେ ଉକ୍ତ ସ୍ଥାନରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ୱାଧିନ କୁମାର ସାହୁ ପହଞ୍ଚି ଅଜଗର ସାପଟିକୁ କୌଶଳକ୍ରମେ ଉଦ୍ଧାର କରିଥିଲେ । ସାପଟିର ଲମ୍ବ ୭ ଫୁଟ ରହିଥିବା ବେଳେ ଲଗାଣ ବର୍ଷା ଯୋଗୁଁ ସାପଟି ଜନବସତି ମୁହାଁ ହୋଇଥିବା ସେ କହିଛନ୍ତି । ଅଜଗର ସାପଟିକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଥିବା ବେଳେ ତାକୁ ନିକଟସ୍ଥ ସଂରକ୍ଷିତ ଜଙ୍ଗଳରେ ଛଡାଯିବ ବୋଲି ବନାଞ୍ଚଳ ଅଧିକାରୀ ରଜତ କୁମାର ମିଶ୍ର ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here