ବ୍ରହ୍ମପୁର, ୦୮/୧୦/୨୦୨୨ : ବିଦ୍ୟୁତ କର୍ମଚାରୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସହାନୁଭୂତି ସହ ପୂରଣ କରାଯିବ ବୋଲି ଟିପିଏସଓଡିଏଲ ମୁଖ୍ୟ (ସିଇଓ) ଅରବିନ୍ଦ ସିଂ ପ୍ରକାଶ କରିଛନ୍ତି । ଓଏସଇବି ଶ୍ରମିକ ମହାସଂଘର ରାଜ୍ୟ ସଭାପତି ରମେଶ ଚନ୍ଦ୍ର ଶତପଥୀଙ୍କ ନେତୃତ୍ୱରେ ଏକ ପ୍ରତିନିଧ୍ଵ ଦଳ ସ୍ଥାନୀୟ କୋର୍ଟପେଟାସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ଦ୍ବିପାକ୍ଷିକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ କର୍ମଚାରୀମାନଙ୍କୁ ଯୋଗ୍ୟତା ଭିତ୍ତିରେ ପଦୋନ୍ନତି, ପଦୋନ୍ନତି ଦେବାରେ ପାତରଅନ୍ତର, ୧.୧.୨୦୧୪ ରୁ ଅଫିସ୍ ଆସିଷ୍ଟାଣ୍ଟ (ଓଏଜି)ମାନଙ୍କ ବକେୟା ଦରମା ପ୍ରଦାନ କରିବା, ଓପିଟିସିଏଲ ଭଳି ଟିପିଏସଓଡିଏଲରେ କାର୍ଯ୍ୟରତ ଟେକ୍ନିକାଲ କ୍ୟାଡରମାନଙ୍କ ସମାନ ସୁବିଧା ସୁଯୋଗ ପ୍ରଦାନ କରିବା ସହ ବିଭିନ୍ନ ସମସ୍ୟା ସମାଧାନ ପାଇଁ ଦୃଷ୍ଟି ଆକର୍ଷଣ କରାଯାଇଥିଲା।ଏହି ସମସ୍ୟା ଗୁଡ଼ିକୁ ଗୁରୁତର ଭାବେ ବିଚାର କରି କୌଣସି କର୍ମଚାରୀଙ୍କ ପ୍ରତି ଯେଭଳି ଅନ୍ୟାୟ ନ ହୁଏ ସେଥି ପ୍ରତି ଉପସ୍ଥିତ ଅଧିକାରୀ ଦୃଷ୍ଟି ଦେବାକୁ ସିଇଓ ସିଂ ପରାମର୍ଶ ଦେବା ସହିତ ଓଇଆରସି ଭେଷ୍ଟିଙ୍ଗ୍ ଅର୍ଡର ମୁଖ୍ୟବକ ସମସ୍ତ କର୍ମଚାରୀମାନଙ୍କୁ ନ୍ୟାୟ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ। ଆଲୋଚନା ବୈଠକରେ ଟିପିଏସଓଡିଏଲର ମାନବ ସମ୍ବଳ ବିଭାଗର ମୁଖ୍ୟ ଅମିତ୍ ଅଗ୍ରୱାଲ, ପରିଚାଳକ ପ୍ରଭାତ କୁମାର ରାଉଳ ଉପ-ପରିଚାଳକ ରାଜେଶ କୁମାର ତ୍ରିପାଠୀ, ପଙ୍କଜ କୁମାର ପରିଡ଼ା ଉପସ୍ଥିତ ଥିବା ବେଳେ କର୍ମଚାରୀ ସଂଗଠନର ସାଧାରଣ ସମ୍ପାଦକ ଜଗନ୍ନାଥ ମହାରଣା, ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ରବି ରଥ, କାର୍ଯ୍ୟକାରୀ ସଭାପତି ଏନ. ଭାସ୍କର ରାଓ, କାଳି ପ୍ରସାଦ ମହାପାତ୍ର, ଅଜିତ କୁମାର ପାତ୍ର, ପ୍ରମୋଦ କୁମାର ଦାଶ, ନରୋତ୍ତମ ବେହେରା, ପ୍ରଦୀପ କୁମାର ବିଷୋୟୀ, ନୀଳମାଧବ ଦାଶ, ଅଶୋକ କୁମାର ପଟ୍ଟନାୟକ, ଶିବ ଶଙ୍କର ଦାଶ, ଆଲୋକ କୁମାର ପାଢ଼ୀ, ଗୌରହରି ସାମଲ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଉପସ୍ଥାପିତ କରିଥିଲେ।
Home ବ୍ରହ୍ମପୁର ସ୍ପେଶାଳ ବିଦ୍ୟୁତ କର୍ମଚାରୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସହାନୁଭୂତିରେ ପୂରଣ କରାଯିବ : ସିଇଓ ଅରବିନ୍ଦ...