ଜରଡା ଥାନାର ଜୁଆଆଡ୍ଡା ଚଢାଉ, ୧୪ ଗିରଫ ଟ -୨୪୪୫୫/-ଙ୍କା ଜବତ।

0
144

ପାତ୍ରପୁର , ୦୯/୧୦/୨୦୨୨: ବ୍ରହ୍ମପୁର ପୋଲିସ ଜିଲ୍ଲା ଜରଡା ଥାନା ଅଞ୍ଚଳରେ କୁମାର ପୂର୍ଣ୍ଣିମା ଅବସରରେ ଚାଲୁଥିବା ଅବୈଧ ଜୁଆ ଖେଳ ଚାଲୁଥିବା ବେଳେ ଏହାକୁ ନେଇ ଥାନାର କ୍ରିୟାଶୀଳତା ମଧ୍ୟ ଦେଖିବାକୁ ମିଳିଛି । ଜରଡା ପୋଲିସ ପକ୍ଷରୁ ଏହି ଅବୈଧ ଜୁଆ ଖେଳ ରୋକିବାକୁ ଉଦ୍ୟମ ଜାରି ରଖାଯାଇଥିବା ସୂଚନା ମିଳିଅଛି ।ବିଶେଷତଃ ଗଞ୍ଜାମ ଜିଲ୍ଲାରେ କୁମାର ପୂର୍ଣ୍ଣିମାକୁ ପାରମ୍ପରିକ ଖେଳ ପୂର୍ଣ୍ଣିମା ଭାବେ ଟଙ୍କା ପଇସାର ଖେଳ ଭାବେ ପାଳନ କରାଯାଉଥିବାରୁ ପାତ୍ରପୁର ଅଞ୍ଚଳ ପ୍ରବଳ ମାତ୍ରାରେ ଜୁଆ ଖେଳ ହୋଇଥାଏ । ଏହି କ୍ରମରେ ଗତ କାଲି ଅପରାହ୍ନ ପ୍ରାୟ ସାଢେ଼ ଚାରିଟା ବେଳେ ଜରଡା ଥାନା ଅନ୍ତର୍ଗତ ପାତ୍ରପୁର ଗ୍ରାମ ବାଉରୀ ସାହିରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଜରଡା ପୋଲିସ ଚଢ଼ାଉ କରି ଚାରି ଜଣ ଜୁଆଡିଙ୍କୁ କାବୁ କରିବା ସହ ନଗଦ ୯୧୮୦/- ଟଙ୍କା ଜବତ କରିଥିଲା । ଅନ୍ୟକ୍ରମରେ ତାଳପଡା ଗ୍ରାମ ତଳ ସାହିରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଅତର୍କିତ ଚଢାଉ କରି ୧୦ ଜଣ ଜୁଆଡିଙ୍କୁ କାବୁ କରିବା ସହ ନଗଦ ୧୫୨୭୫/- ଟଙ୍କା ଓ ପାଞ୍ଚଟି ମୋବାଇଲ ଫୋନ ଜବତ କରିଥିବା ଜଣାଯାଇଛି । ସଂପ୍ରତି ପାତ୍ରପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ଜୁଆ ଖେଳର ଆସର ଚାଲୁଥିବା ଦେଖିବାକୁ ମିଳୁଛି । କୁମାର ପୁର୍ଣିମାରେ ସ୍ଥାନୀୟ ବାସିନ୍ଦା ଉତ୍ସାହିତ ହୋଇ ସାଙ୍ଗସାଥୀ ଓ ପରିବାର ସହ ତାସ ଖେଳିବା ପାଇଁ ଅଧିକ ଉତ୍ସାହିତ ହୋଇଥାନ୍ତି। ଏହି ଖେଳ କିଛି ଲୋକଙ୍କ ପାଇଁ ଜୁଆଖେଳ ପରମ୍ପରାରେ ପରିଣତ ହୋଇ ନିଶା ହୋଇଥିବା ଦେଖିବାକୁ ମିଳୁଛି। ସୀମିତ ସମୟରେ ଅଧିକ ଟଙ୍କା ଆୟ କରିବା ପାଇଁ କିଛି ବ୍ୟକ୍ତି ବିଶେଷ ଜୁଆଖେଳକୁ ମାଧ୍ୟମ କରିଥିବା ଜଣାଯାଇଛି । ଏହାର କୁପରିଣାମରେ ଭୟଙ୍କର ପାରିବାରିକ କଳହ ସହ ଆତ୍ମହତ୍ୟା ଭଳି ଦୁଃସହ ସ୍ଥିତି ସୃଷ୍ଟି ହେଉଥିବା ନଜିର ମଧ୍ୟ ରହିଛି। ଆଶ୍ୱିନ ମାସ ଆରମ୍ଭରୁ ହିଁ ବ୍ରହ୍ମପୁର ପୋଲିସ ଜିଲ୍ଲା ଜରଡା ଥାନାର କିଛି ଅଞ୍ଚଳରେ ଜରଡା ପୋଲିସ ପକ୍ଷରୁ ବ୍ୟାପକ ଚଢାଉ କରାଯାଇ ପୁଳାପୁଳା ଟଙ୍କା ଜବତ ସହ ବହୁ ଜୁଆଡିଙ୍କୁ କାବୁ କରିଛି । ସ୍ଥାନୀୟ ଜରଡା ଥାନା ଅଞ୍ଚଳରେ ଭଦ୍ରମୁଖା ତଳେ ରହିଥିବା କିଛି ଅସାମାଜିକ ବ୍ୟକ୍ତି ଅଞ୍ଚଳରେ ଏହି ଜୁଆଖେଳ ଆୟୋଜନ କରୁଥିବା ଜଣାପଡିଛି । ସାମନ୍ତିଆପଲ୍ଲ,ନରଣପୁର,ତାଳପଡା,ବରଙ୍ଗ, ଖଣ୍ଡଦେଉଲି,ଚୁଡିଆଲାଞ୍ଜି, ଓ ଜୟନ୍ତୀପୁର ମଧ୍ୟ ସ୍ଥଳୀ, ଆନ୍ଧ୍ର ଓଡ଼ିଶା ସୀମାନ୍ତ ପିତାମ୍ବର ପୁର ପାହାଡ଼, ଖଡଗରାଜେନ୍ଦ୍ରପୁର ପାହାଡ଼ ଓ ନୁଆଗାଁ ଆଖ ପାଖ ଅଞ୍ଚଳରେ ଜୁଆ ଆଡ୍ଡା ଚାଲିଥିବା ବେଳେ ସ୍ଥାନୀୟ କିଛି ନିରିହ ଯୁବକଙ୍କୁ କିଛି ପଇସାର ଲାଳସାରେ ରାସ୍ତାରେ ଓ ପ୍ରତି ଛକରେ ମୁତୟନ ଜଗାଇ ପୋଲିସର ସ୍ଥିତି ଅନୁଧ୍ୟାନ କରିବାକୁ କୁହାଯାଉଛି । ପରିତ୍ୟକ୍ତ ସ୍ଥାନରେ, ନିଛାଟିଆ ଯାଗା, ନିଛାଟିଆ ଘର ଭିତରେ, ଗାଁ ନିକଟ ତୋଟା, ନଦୀ କୂଳରେ ଓ ଆନ୍ଧ୍ର ଓଡ଼ିଶା ସୀମାନ୍ତରେ ଥିବା ପାହାଡ଼ ଓ ଜଙ୍ଗଲରେ ଏହି ଜୁଆଖେଳ ଆୟୋଜନ କରୁଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ପୋଲିସ ଚଢ଼ାଉ ସମୟରେ ମୁଖ୍ୟ ଆନ୍ଧ୍ର ଜୁଆଡି ମାନଙ୍କୁ ଖସାଇବାକୁ ପ୍ରୟାସ କରି ସ୍ଥାନୀୟ ନିରିହ ଯୁବକ ମାନେ ପୋଲିସ ହାବୁଡ଼ରେ ପଡ଼ୁଛନ୍ତି । ପରନ୍ତୁ ନୂତନ ଥାନା ଅଧିକାରୀ ସୁନିଲ କୁମାର ବେହେରାଙ୍କ ଯୋଗଦାନ ପରେ ଜୁଆ ଆଡ୍ଡା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି। ଥାନା ଅଧିକାରୀଙ୍କ ଯୋଗଦାନ ପର ଠାରୁ ପ୍ରାୟ ୨୫ଟି ଜୁଆ ଆଡ୍ଡା ଉପରେ ଚଢାଉ କରି ପ୍ରାୟ ୨୫ ରୁ ୩୦ ଜଣ ଜୁଆଡିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ପ୍ରାୟ ଦେଢ଼ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ନଗଦ ଟଙ୍କା ଜବତ କରିଥିବା କହିଛନ୍ତି ଜରଡା ଥାନା ଅଧିକାରୀ ସୁନିଲ କୁମାର ବେହେରା । ଗତ ଶନିବାର ଦିନ ସନ୍ଧ୍ୟାରେ ପାତ୍ରପୁର ଓ ତାଳପଡା ଗ୍ରାମ ମାନଙ୍କରେ ଦୁଇଟି ଜାଗାରେ ଜୁଆ ଆଡ୍ଡା ଉପରେ ଚଢାଉ କରି ପ୍ରାୟ ୧୪ ଜଣ ଜୁଆଡିଙ୍କୁ କାବୁ କରିଥିବା ସହ ୨୪୪୫୫/- ଟଙ୍କା, ପାଞ୍ଚଟି ମୋବାଇଲ ଫୋନ ଓ ସାର ପତି ଜବତ କରିଥିବା ବେଳେ ଜୁଆଡି ମାନଙ୍କ ବିରୁଦ୍ଧରେ କେସ୍ ନଂ ୩୧୦/୨୨ ଓ ୩୧୧/୨୨ ରେ ଦୁଇଟି ମାମଲା ରୁଜୁ କରିଛି। ଏହି ଚଢାଉରେ ଜରଡା ପୋଲିସ ଏଏସ୍ଆଇ ରବିନ୍ଦ୍ର ପ୍ରଧାନ ଓ ଏଏସ୍ଆଇ ମନୋଜ କୁମାରଙ୍କ ସମେତ ଥାନାର କର୍ମଚାରୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here