ବ୍ରହ୍ମପୁର,୦୯/୧୦/୨୦୨୨:
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ସିଦ୍ଧ ଭୈରବୀ ଗଟ୍ଟ ବ୍ରହ୍ମପୁର ଓ ଆମ୍ବେଦକର ସାଂସ୍କୃତିକ ଯୁବକ ସଂଘ ବ୍ରହ୍ମପୁର ଗଞ୍ଜାମ ଆନୁକୂଲ୍ୟରେ ପବିତ୍ର କୁମାର ପୂର୍ଣ୍ଣିମା ଉତ୍ସବ ଓ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳନ ଉପଲକ୍ଷେ ପୂର୍ବାହ୍ନ ୧୧-୧୦ ମିନଟ ସମୟରେ ବିଜିପୁର ଛକ ସ୍ଥିତ ଉତ୍କଳ ମଣି ଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ସହ ସଦସ୍ୟ ମାନେ ଶ୍ରଦ୍ଧା ସୁମନ ଅର୍ପଣ ପୂର୍ବକ ଜୟଘୋଷ କରାଯାଇଥିଲା । ବରିଷ୍ଠ ସଦସ୍ୟ ପ୍ରାକ୍ତନ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ମୁଖ୍ୟ ରମେଶ ଚନ୍ଦ୍ର ତ୍ରିପାଠୀ, ପ୍ରାକ୍ତନ କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ଉଦୟନାଥ ପାତ୍ର, ପ୍ରାକ୍ତନ ବରିଷ୍ଠ ଆୟୁର୍ବେଦିକ ଚିକିତ୍ସକ ତଥା ପରିଦର୍ଶକ ଡ଼, ପ୍ରାନଚାନ୍ଦ୍ ପଣ୍ଡା, ପ୍ରାକ୍ତନ ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ମୁଖ୍ୟ ଡ଼ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ଆଂବେଦକର ସାଂସ୍କୃତିକ ଯୁବକ ସଂଘ ସମ୍ପାଦକ ପଦ୍ମ ଚରଣ ନାୟକ, ଭାରତୀୟ ସମାଜ ବିକାଶ ତାଲିମ ବରିଷ୍ଠ ସଦସ୍ୟ ତଥା ଅଧିକାରୀ ଅଧିବକ୍ତା ଗୌରୀ ଶଙ୍କର ପଟ୍ଟନାୟକ, ବିଶିଷ୍ଟ କଳାକାର ତଥା କଣ୍ଠ ଶିଳ୍ପୀ ବିଜୟ ଭାସ୍କର ଵାଙ୍ଗାରି, ବିଶିଷ୍ଟ ସାହିତ୍ୟିକ ତଥା କବି ପଦ୍ମିନୀ ମିଶ୍ର, ସମାଜସେବୀ ସୁବାଶିନୀ ପଟ୍ଟନାୟକ, ବରିଷ୍ଠ ସାହିତ୍ୟିକ ରମେଶ ଚନ୍ଦ୍ର ସାହୁ , ସାମ୍ୱାଦିକ ନରସିଂହ ଡାକୁଆ ପ୍ରମୁଖ ପୁଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କ ବ୍ୟକ୍ତିତ୍ବ ସେବା, ଓ ତ୍ୟାଗ ଉପରେ ଚୁମ୍ବକୀୟ ସୁଚନା ପ୍ରଦାନ କରିଥିଲେ ଏବଂ ଆଜିର ଏହି ପବିତ୍ର ଦିନରେ ଉତ୍କଳ ମଣି ଙ୍କ ସେବା ଓ ତ୍ୟାଗ କୁ ପାଥେୟ କରି ସମାଜ ସେବା ରେ ମନ ନିବେଶ କଲେ ବାସ୍ତବ ଉନ୍ନତି ହୋଇପାରିବ ବୋଲି ମତପ୍ରକାଶ ପାଇଥିଲା ।