ବନ୍ଧୁଙ୍କ ଅନୁରୋଧ ରକ୍ଷାକରି ବେଗୁନିଆପଡା ରେ ପହଁଚିଲେ ଦୁତିଚାନ୍ଦ

0
295

ବ୍ରହ୍ମପୁର, ୧୪/୧୦/୨୦୨୨(ଟୁକୁନା ପ୍ରଧାନ)-: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବସଷ୍ଟାଣ୍ଡ ସାହିର ପଦ୍ମଚରଣ ପଲାଇ ଙ୍କ ପୁଅ ଭୋଳନାଥ ପଲାଇଙ୍କ ଅନୁରୋଧ କ୍ରମେ ଧାବିକା ଦୁତିଚାନ୍ଦ ଆଜି ଆସି ଭୋଳାଙ୍କ ଘରେ ଆତିଥ୍ୟ ଗ୍ରହଣ କରିବା ସହ ସ୍ଥାନୀୟ ଷ୍ଟାଡିୟମ କୁ ଯାଇ ବୁଲି ଆସିଛନ୍ତି । ଦୀର୍ଘ ଦିନ ଆଗରୁ ଭୋଳା ଇନଷ୍ଟା ଗ୍ରାମରେ ଦୁତିଚାନ୍ଦ ଙ୍କ ସହ ବନ୍ଧୁତା ରଖିଥିଲେ । ଏହି ଅଂଚଳର ବିଭିନ୍ନ କାର୍ଯ୍ୟକ୍ରମକୁ ଦୁତିଙ୍କୁ ପଠାଉଥିଲେ । ପରେ ସେ ଦୁତିଙ୍କୁ ନିଜ ଅଞ୍ଚଳକୁ ଆସିବା ପାଇଁ ଅନୁରୋଧ କରିବା ପରେ ଦୁତି ଆଜି ନିଜ ସମ୍ପର୍କୀୟ ଙ୍କୁ ଧରି ଆସି ଭୋଳାଙ୍କ ଘରେ ପହଂଚି ସେଠାରେ ମଧ୍ୟାନ୍ନ ଭୋଜନ କରିଥିଲେ । ଏଥିସହିତ ଦୂତୀ ଙ୍କୁ ବେଗୁନିଆପଡା ଅଞ୍ଚଳର କ୍ରୀଡାବିତ୍ ମାନେ ସ୍ୱାଗତ କରି ଷ୍ଟାଡିୟମକୁ ନେଇଥିଲେ । ସେଠାରେ ସନ୍ତୋଷ କୁମାର ପଣ୍ଡା, ଟିପୁ ପଣ୍ଡା,ଜଟେଶ୍ୱର ସାହୁଙ୍କ ସମେତ ଅନ୍ୟାନ୍ୟ କ୍ରୀଡାବିତ୍ ଉପସ୍ଥିତ ଥିଲେ । ସେଠାରୁ ସେ ଫେରି ଭୋଳାଙ୍କ ଘରେ ଚା ଜଳଖିଆ ଖାଇ ଘରକୁ ଫେରିଥିଲେ । ଦୁତିଙ୍କ ଆଗମନ ପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା । ଦୁତିଙ୍କୁ ଅତିଥି ଭାବେ ପାଇ ଭୋଳାଙ୍କ ପରିବାର ଖୁସି ବ୍ୟକ୍ତ କରିଛନ୍ତି।

LEAVE A REPLY

Please enter your comment!
Please enter your name here