ବାଲିପଦର ଫାଣ୍ଡି ଅଧିକାରୀଙ୍କ ଦବଙ୍ଗଗିରି : ସ୍ୱାର୍ଥାନ୍ଧଙ୍କ ଚାପରେ ଗରିବ ଓ ଅସହାୟକୁ ନିର୍ଯ୍ୟାତନା ଅଭିଯୋଗ

0
157

ବ୍ରହ୍ମପୁର , ୧୫/୧୦/୨୦୨୨ : ଗଞ୍ଜାମ ପୋଲିସ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ବାଲିପଦର ଗ୍ରାମର ଏକ ପାରିବାରିକ ଜମିବିବାଦର ସନ୍ଦେହ ଜନକ ମର୍ଡର କେଶରେ ବିଚାରଧୀନ କଏଦୀ ଭାବେ ୪ବର୍ଷ ଜେଲରେ ଥାଇ ନିକଟରେ ଜାମିନରେ ଆସିଥିବା ଜନୈକ ଗରୀବ ଯୁବକ କାହ୍ନୁ ଚରଣ ସ୍ୱାଇଁ ,ପିତା √କାଳୁ ଚରଣ ସ୍ୱାଇଁଙ୍କୁ ବାଲିପଦରର ଏକ ପ୍ରଭାବଶାଳୀ ଶାସକ ଦଳୀୟ କର୍ମୀଙ୍କ ଇଙ୍ଗିତରେ ପୋଲିସ ଚାପ ପକାଇ ବିଭିନ୍ନ ମାମଲାରେ ଗୁନ୍ଥିବାର ପ୍ରୟାସ କରୁଥିବା ଅଭିଯୋଗ ହେଉଅଛି ।ନିର୍ଦ୍ଧିଷ୍ଟ କିଛି ଅଭିସନ୍ଧି ରଖି ସଂପୃକ୍ତ ଯୁବକଙ୍କୁ ମାଡ଼ ମାରି ଭୟଭୀତ କରାଇ ବାଲିପଦର ଅଞ୍ଚଳରୁ ଫାଣ୍ଡି ଅଧିକାରୀଙ୍କ ଦ୍ଵାରା ତଡିପାର କରିବା ଯୋଜନା ରଖିଥିବା ଯୁବକଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ଏହା ସହିତ ଯୁବକଙ୍କ ପରିବାର ପାଇଁ ବିଭିନ୍ନ ଧମକ ଦେବାସହ ବିନା କିଛି ଅଭିଯୋଗ କିମ୍ବା ପ୍ରମାଣରେ ବାଲିପଦର ଅଞ୍ଚଳର ଜନୈକ ବରିଷ୍ଟ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଇଙ୍ଗିତରେ ବିଚ ବଜାରରେ ମାଡ଼ମାରି ଲହୁଲୁହାଣ କରିଥିବା ସହ ଫାଣ୍ଡିକୁ ଆଣି ଦୀର୍ଘ ସମୟ ଅଟକ ରଖି ପାରେ ପରିବାରକୁ ଜଣାଇଥିଲେ ।ଘଟଣା ସମନ୍ଧରେ ପରିବାର ଲୋକ ଜାଣି ଥାନାକୁ ଆସିଲା ପରେ ପରିବାର ଉପସ୍ଥିତିରେ ଫାଣ୍ଡି ଅଧିକାରୀ ” ଏଇଟା ଆରମ୍ବ , ଯଦି ସେ କେବେ ବାଲିପଦର ଆସେ ତାକୁ ୟା ଠାରୁ ଅଧିକ ମାଡ଼ ମାରିବା ସହ ଅନେକ ମିଛ କେଶରେ ଫସେଇ କୋର୍ଟକୁ ପଠାଇ ତାର ପୂର୍ବ ବେଲ କ୍ୟାନସଲ କରିବାର ଧମକ ମଧ୍ୟ ଦେଇଛନ୍ତି । ବାଲିପଦର ଫାଣ୍ଡିରେ କୌଣସି ମହିଳା କର୍ମଚାରୀ ନଥିଲା ସମୟରେ ରାତ୍ର ସମୟରେ ବାଲିପଦର ଫାଣ୍ଡି ଅଧିକାରୀ ଉକ୍ତ ଯୁବକଙ୍କ ପରିବାରକୁ ଫାଣ୍ଡିକୁ ଡକାଇବା ନେଇ ସନ୍ଦେହ ସୃଷ୍ଟି କରିଛି ।ଏହି ବିଷୟ ନେଇ ପରିବାର ପକ୍ଷରୁ ଗଣପ୍ରତିନିଧିଙ୍କୁ ଜଣେଇବା ପରେ ଫାଣ୍ଡି ଅଧିକାରୀ କ୍ୟାମେରାକୁ ସାମ୍ନା ନକରି ଫାଣ୍ଡି ଛାଡି ଚାଲିଯିବା ଘଟଣା ଭିତିରି ସନ୍ଦେହକୁ ତଟକା କରିଛି ।
ଏଥିନେଇ ବୁଗୁଡା ଥାନା ଅଧିକାରୀଙ୍କ ସହ ପୀଡ଼ିତ ଯୁବକଙ୍କ ପରିବାର ଓ ଗଣପ୍ରତିନିଧି ଜଣାଇବା ପରେ ଥାନା ଅଧିକାରୀ ତୁରନ୍ତ ଜଣେ ମହିଳା ସବ ଇନ୍ସପେକ୍ଟରଙ୍କୁ ସଦଳବଳେ ବାଲିପଦର ଫାଣ୍ଡିକୁ ପଠାଇ ଫାଣ୍ଡି ଅଧିକାରୀଙ୍କଏହି କରସାଡ଼ି କାର୍ଯ୍ୟକଳାପ ନେଇ କୌଣସି ପଦକ୍ଷେପ ନ ନେବାକୁ ପରିବାର ଓ ଗଣପ୍ରତିନିଧିଙ୍କୁ ଅନୁରୋଧ କରିଥିଲେ । ପରନ୍ତୁ ଜନୈକ ଅସହାୟ ଯୁବକକୁ ବିନା କାରଣରେ ବିଚବଜାରରେ ମାଡ଼ମାରି ଲହୁଲୁହାଣ କରି ବାଲିପଦର ଅଞ୍ଚଳରୁ ଫାଣ୍ଡି ଅଧିକାରୀ ତଡିପାର କରାଇବା ଉଦ୍ୟମକୁ ନେଇ ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି । କାହା ଇଙ୍ଗିତ ଏବଂ ନିର୍ଦ୍ଧେଶରେ ଫାଣ୍ଡି ଅଧିକାରୀ ଏହା କରିଛନ୍ତି ଏଥିପ୍ରତି ଗଞ୍ଜାମ ଜିଲ୍ଲାପାଳ , ଆରକ୍ଷୀ ଅଧିକ୍ଷକ ଏବଂ ମାନବିକ ଅଧିକାର କମିଶନ ଧ୍ୟାନ ଦେଇ ଅସହାୟ ଗରିବ ଯୁବକ ପ୍ରତି ନ୍ୟାୟ ଦେବାକୁ ପରିବାର ପକ୍ଷରୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here