ପେଟ୍ରୋଲ ପମ୍ଫ ରେ ଅପମିଶ୍ରିତ ପେଟ୍ରୋଲ ବିକ୍ରି। ଉତ୍ତେଜନା ସୃଷ୍ଟି

0
211

ବ୍ରହ୍ମପୁର,୧୭/୧୦/୨୦୨୨:
ପାଞ୍ଚ ଲିଟର ପେଟ୍ରୋଲ ରେ ଲିଟର ପରେ ପାଣି ବାହାରିବାକୁ ନେଇ କନିସି ସ୍ଥିତ ଧିଲନ ପେଟ୍ରୋଲ ପମ୍ପ ରେ ଗତକାଲି ରାତିରେ ପେଟ୍ରୋଲ ପମ୍ପ କର୍ମଚାରୀ ଏବଂ ଗ୍ରାହକ ଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା ।ଖବରରୁ ପ୍ରକାଶ ଯେ ଗତକାଲି ରାତ୍ରରେ କନିଷି ହାଟର ସନ୍ତୋଷ ଜେନା ଜଣେ ବ୍ୟକ୍ତି ନିଜ ମୋଟର ସାଇକେଲରେ ପାଞ୍ଚ ଲିଟର ପେଟ୍ରୋଲ ପକାଇଥିଲେ।ସେଠାରୁ ୩୦୦ମିଟର ବାଟ ଗଲାପରେ ଗାଡ଼ିଟି ରହିଗଲା,ସେ ସଙ୍ଗେ ସଙ୍ଗେ ମେକାନିକାଲ କୁ ଡକାଇ ଦେଖାଇଲେ ସେଥିରେ ପେଟ୍ରୋଲ ସହିତ ଏକ ଲିଟର ପାଣି ବାହାରି ଥିଲା ,ପେଟ୍ରୋଲ ଅପମିଶ୍ରଣ ହେଉଥିବା ଅଭିଯୋଗକୁ ନେଇ ,ସେ ସଙ୍ଗେ ସଙ୍ଗେ ଏ ସମ୍ପର୍କରେ ପେଟ୍ରୋଲ କର୍ମଚାରୀ ମାନଙ୍କୁ କହିଥିବା ବେଳେ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା।
ସଙ୍ଗେ ସଙ୍ଗେ ପ୍ରବଳ ଗହଳି ହୋଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ଆଗରୁ ମଧ୍ୟ ପେଟ୍ରୋଲ ପମ୍ପ ରେ ଏମିତି ଅଭିଯୋଗ ଆସିଥିବା ଜଣାପଡିଛି। ଏନେଇ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।

LEAVE A REPLY

Please enter your comment!
Please enter your name here