ବ୍ରହ୍ମପୁର ,୧୮/୧୦/୨୦୨୨: ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ସ୍ତିତ ଗ୍ଚୈତନ୍ୟ ବିଦ୍ୟାପୀଠରେ ଆଜି ଚଳିତ ବର୍ଷର ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାପୀଠରେ ଅଧ୍ୟୟନରତ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଶିକ୍ଷାର୍ଥୀଙ୍କ ପାଇଁ ଉଦ୍ଧିଷ୍ଟ ସରକାରୀ ଯୋଜନାରେ ସ୍କୁଲ ୟୁନିଫର୍ମ ପୋଷାକ ଯୋଗାଣ ଅନ୍ତର୍ଗତ ଏହି ସ୍ଵତନ୍ତ୍ର କାର୍ଯ୍ଯକ୍ରମରେ ବିଦ୍ୟାଳୟ ଆରିଚଳନା କମିଟି ସଭାପତି ଶ୍ରୀ ପଞ୍ଚାନନ ଦାଶ ପୌରହିତ୍ୟ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସାନଖେମୁଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଗାୟତ୍ରୀ ଦତ୍ତ ନାୟକ ମଞ୍ଚାସୀନ ରହି ପୋଷାକ ବିତରଣ କରିଥିଲେ ।ସମ୍ମାନୀୟ ଅତିଥି ପୋଡାମାରୀ ସରପଞ୍ଚ ସନ୍ତୋଷ କୁମାର ବିଷୋୟୀ ,ସମିତିସଭ୍ୟା ପ୍ରତିନିଧି ପି ରାମେଶ୍ବର ପାତ୍ରଙ୍କ ସହ କମିଟି ସଦସ୍ୟ ବୃନ୍ଦ ଉପସ୍ଥିତ ରହି ନିଜନିଜ ବକ୍ତବ୍ୟ ରଖିଥିଲେ । ଭରପ୍ରାପ୍ତ ପ୍ରଧାନ ଶିକ୍ଷକ ଟୁକୁନା ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଅବ୍ୟବହିତରେ ସ୍ଥାନୀୟ ବିଡ଼ିଓ ଶ୍ରୀ ନାୟକ ସ୍କୁଲରେ ଚାଲିଥିବା ଶିକ୍ଷାଦାନ ପ୍ରଣାଳୀକୁ ଅନୁଧ୍ୟାନ କରିବା ଅବସରରେ ଦଶମ ଶ୍ରେଣୀ କକ୍ଷରେ ପ୍ରବେଶ କରି ଶିକ୍ଷାର୍ଥୀଙ୍କୁ ବିଜ୍ଞାନ, ଇତିହାସ ବିଷୟରେ ଶିକ୍ଷଦାନ ମଧ୍ଯ କରିଥିଲେ । ଏହା ସହିତ ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଜାତୀୟ ସ୍ଥରରେ ମନୋନୀତ ହୋଇଥିବା ଏନ ସି ସି କ୍ୟାଦେତଙ୍କୁ ମଧ୍ୟ ପୁରସ୍ରୁତ କରିଥିଲେ । ଅନ୍ୟ କ୍ରମରେ ରାଜ୍ୟ ସରକାରଙ୍କ ଦ୍ୱାରା ଫୁଟବଲ ଖେଳ ପ୍ରତି ଶିକ୍ଷାର୍ଥୀଙ୍କୁ ଆକୃଷ୍ଟ କରାଇବା ନେଇ ଘୋଷିତ ନୂତନ ଯୋଜନା କ୍ରମରେ ସରକାରଙ୍କ ତରଫରୁ ଆସିଥିବା ଫୁଟବଲ୍ ମଧ୍ଯ ପ୍ରଦାନ କରିଥିଲେ ।