ବୁଗୁଡା ଓ କବିସୂର୍ଯ୍ୟ ନଗର ବିଡ଼ିଓଙ୍କ ଅଦଳ ବଦଳ

0
120

ବୁଗୁଡା, ୧୯/୧୦/୨୦୨୨: ଓଡିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ବିଭାଗ ପକ୍ଷରୁ ଅକ୍ଟୋବର ୧୮ ତାରିଖ ଦିନ ଓଏଏସ ସ୍ତରରେ ଅଦଳ ବଦଳ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ତାଲିକା ପ୍ରକାରେ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ରଙ୍କ କବିସୂର୍ଯ୍ୟନଗର ବିଡ଼ିଓ ଭାବେ ବଦଳି ହୋଇଅଛି ଓ କବିସୂର୍ଯ୍ୟ ନଗର ବିଡ଼ିଓ ବାସୁଦେବ ନାୟକଙ୍କ ବୁଗୁଡା ବିଡ଼ିଓ ଭାବେ ବଦଳି ହୋଇଅଛି। ବିଡ଼ିଓ ଶ୍ରୀ ପାତ୍ର ଓ ଶ୍ରୀ ନାୟକ ଉଭୟେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ସୁନାମ ଅର୍ଜନ କରିଛନ୍ତି। ଉଭୟ ବିଡ଼ିଓଙ୍କ କାର୍ଯ୍ୟଦକ୍ଷତା ଥିବା ବେଳେ ଉଭୟ ବ୍ଲକର ଉନ୍ନତିରେ ସହାୟକ ହେବବୋଲି ଆଶା କରାଯାଉଛି।
ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here