ବ୍ରହ୍ମପୁର,୧୯/୧୦/୨୦୨୨:
ଅଜି ପଦ୍ମଶ୍ରୀ ପ୍ରଫେସର (ଡ.) କୃଷ୍ଣ ମୋହନ ପାଠିଙ୍କ ଲିଙ୍ଗରାଜ ନଗର ସ୍ଥିତ ବାସଭବନରେ ଛିଦ୍ରମୟ ଅସ୍ଥି ପରିକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଅସ୍ଥି ସ୍ବାସ୍ଥ୍ୟର ପରିକ୍ଷା ଓ ଡାକ୍ତରୀ ପରାମର୍ଶ ଉପଲବ୍ଧ କରାଯାଇଥିଲା । ଗଞ୍ଜାମ ଜିଲା ବିଜୁ ଜନତା ଦଳର ସଭାପତି ତଥା ଓଡିଶା ରାଜ୍ଯ ଯୋଜନା ବୋର୍ଡ ସଦସ୍ଯ ଶୀଯୁକ୍ତ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଏବଂ ଓଡିଶା ରାଜ୍ଯ କାଜୁ ଉନ୍ନୟନ ନିଗମ ଅଧ୍ୟକ୍ଷ ଶୀଯୁକ୍ତ ସୁବାଷ ମହାରଣା ମୁଖ୍ଯ ଅତିଥି ଭାବେ ଯୋଗଦେଇ ସ୍ବାସ୍ଥ୍ୟ ଶିବିରର ଶୁଭାରମ୍ଭ କରିଥିଲେ। ଶୀଯୁକ୍ତ ରମେଶ ଚନ୍ଦ୍ର ପଟ୍ଟନାୟକ ଓ ଶୀଯୁକ୍ତ ସୁବାଷ ମହାରଣା ନିଜ ନିଜର ସ୍ବାସ୍ଥ୍ୟ ପରିକ୍ଷା କରାଇଥିଲେ । ବ୍ରହ୍ମପୁର ସମେତ ଆଖପାଖ ଅଞ୍ଚଳର ବହୁ ବ୍ୟକ୍ତି ତାଙ୍କ ପରିବାର ସଦସ୍ଯଙ୍କ ସହ ଏହି ଶିବିରରେ ନିଜ ନିଜର ସ୍ବାସ୍ଥ୍ୟ ପରିକ୍ଷା କରାଇଥିଲେ ଏବଂ ଡ. ପାଠିଙ୍କ ଠାରୁ ଡାକ୍ତରୀ ପରାମର୍ଶ ନେଇଥିଲେ । ଶ୍ରୀ ସୁରେଶ କୁମାର ପାଠି, ଆଇନଜୀବୀ ଶ୍ରୀ ବିଜୟ ଚନ୍ଦ୍ର ମିଶ୍ର, ଆଇନଜୀବୀ ଶ୍ରୀ ରମେଶ ଚନ୍ଦ୍ର ପାଣିଗ୍ରାହୀ, କାବୟିତ୍ରୀ ପଦ୍ମିନୀ ମିଶ୍ର, ବ୍ରହ୍ମପୁର ମହାନଗର କର୍ପୋରେଟର ଶ୍ରୀମତି ସୁନିତା ପଟ୍ଟନାୟକ, ଏ. ରାଜା ରାଓ, କୃଷ୍ଣ ଚନ୍ଦ୍ର ସାହୁ ଓ ଅନ୍ୟମାନେ ଏହି ସ୍ବାସ୍ଥ୍ୟ ଶିବିରକୁ ପରିଚାଳନା କରି ଏହାକୁ ସଫଳ କରାଇଥିଲେ।