ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ୱତନ୍ତ୍ର ବକୃତା ଅନୁଷ୍ଠିତ

0
114

ବ୍ରହ୍ମପୁର,୧୯/୧୦/୨୦୨୨:ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ସ୍ୱତନ୍ତ୍ର ବକୃତା ଅନୁଷ୍ଠିତ ହୋଇଯାଇଛି।ଏହି ସ୍ୱତନ୍ତ୍ର ବକ୍ତୃତାରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଅଧ୍ୟକ୍ଷତା କରିବା ସହ ବିଭାଗ ସମୂହ ପରିଷଦର ଅଧ୍ୟକ୍ଷ ପ୍ରଫେସର ପି. କେ ମହାନ୍ତି ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ବକ୍ତା ପ୍ରଫେସର ଏନ. ମଣିମେକଲାଇ, ଭାରଥୀଦଶନ ବିଶ୍ୱବିଦ୍ୟାଳୟ, ତାମିଲନାଡୁ “ଜେଣ୍ଡର ଓ ବିକାଶ ” ଉପରେ ଏକ ବିସ୍ତୃତ ବକ୍ତବ୍ୟ ଉପସ୍ଥାପନ କରିଥିଲେ ଏବଂ ଡ଼. ଉର୍ମିମାଳା ଦାସ ଆଲୋଚକ ଭାବରେ ନିଜ ମତ ବ୍ୟକ୍ତ କରିଥିଲେ। କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ନିଜର ଅଭିଭାଷଣରେ ପୁଅ ଏବଂ ଝିଅ ମଧ୍ୟରେ ସମ୍ମାନତା କିପରି ରକ୍ଷା କରି ସମାଜରେ ଉନ୍ନତି ଆସିପାରିବ ତାହା ଉପରେ ଆଲୋକପାତ କରିଥିଲେ। ଉକ୍ତ ସଭାରେ ସଂଯୋଜକ ଡ. ସଦାନନ୍ଦ ନାୟକ( ଇତିହାସ ବିଭାଗ ର ମୁଖ୍ୟ ) ସଭା ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here