ଜାତୀୟ ସେବା ଯୋଜନା, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ରାଜ୍ୟସ୍ତରୀୟ ଗଣତାନ୍ତ୍ରିକ ପ୍ୟାରେଡ ଶିବିର ପାଇଁ ଗ୍ରସ୍ତ

0
177

ବ୍ରହ୍ମପୁର,୧୯/୧୦/୨୦୨୨:ଜାତୀୟ ସେବା ଯୋଜନା ର ରାଜ୍ୟସ୍ତରୀୟ ଗଣତାନ୍ତ୍ରିକ ପ୍ୟାରେଡ ୨୦-୨୧ ଅକ୍ଟୋବର ,୨୦୨୨ ରେ ବାରିପଦା ସ୍ଥିତ ଏମ୍ ଏସ ସି ବି ବିଶ୍ଵବିଦ୍ୟାଳୟ ରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ରାଜ୍ୟ ସ୍ତରୀୟ ଶିବିରରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ୩୬ ଜଣ ସ୍ଵେଚ୍ଛାସେବୀ ଯୋଜନା ଅଧିକାରୀ ଶକ୍ତି ରଞ୍ଜନ ଦାଶ ଙ୍କ ନେତୃତ୍ୱ ରେ ଭାଗ ନେବାକୁ ଯାଉଛନ୍ତି। ଏହି ଶିବିରରେ ଭାଗନେବା ପୂର୍ବରୁ ବିଶ୍ଵବିଦ୍ୟାଳୟ ସ୍ତରରେ ଏକ ଶିବିର କରାଯାଇଥିଲା, ଯେଉଁଥିରେ ବିଭିନ୍ନ ମହାବିଦ୍ୟାଳୟର ୭୦ ଅଧିକ ସ୍ଵେଚ୍ଛାସେବୀ ଛାତ୍ର ଛାତ୍ରୀ ଯୋଗଦାନ କରିଥିଲେ ଓ ସେମାନଙ୍କ ମଧ୍ୟରୁ ଏହି ୩୬ ଜଣଙ୍କୁ ଚୟନ କରାଯାଇଥିଲା। ବିଶ୍ଵବିଦ୍ୟାଳୟ ରୁ ପ୍ରସ୍ତାନ କରିବା ପୂର୍ବରୁ ସ୍ଵେଚ୍ଛାସେବୀ ମାନେ ମାନନୀୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ , କୁଳସଚିବ ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ଓ ସ୍ନାତକୋତ୍ତର ବିଭାଗ ସମୂହ ଅଧକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତି ଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରିଥିଲେ। ଯୋଜନା ସଂଯୋଜକ ଡଃ ଜୟନ୍ତ କୁମାର ପଣ୍ଡା ଓ ଜିଲ୍ଲା ଯୋଜନା ଅଧିକାରୀ ଶ୍ରୀଯୁକ୍ତ ସୁଦାମ ଚରଣ ବିଷୋୟୀ ମଧ୍ୟ ଉପସ୍ଥିତ ରହି ସ୍ୱେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରିଥିଲେ।ପୂର୍ବବର୍ଷ ଦିଲ୍ଲୀ ସ୍ଥିତ ଗଣତାନ୍ତ୍ରିକ ପ୍ୟାରେଡ ରେ ଭାଗନେଇଥିବା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ଛାତ୍ର ଓ ସ୍ୱେଚ୍ଛାସେବକ ସ୍ବରାଜ ମହାନ୍ତି ମଧ୍ୟ ନିଜର ଅନୁଭବ ଛାତ୍ର ଛାତ୍ରୀ ମାନଙ୍କୁ କହିଥିଲେ।

LEAVE A REPLY

Please enter your comment!
Please enter your name here