ବିଜେଡିର ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲଂଘନ ପ୍ରସଙ୍ଗରେ ସିଇଓଙ୍କୁ ଭେଟିଲେ ବିଜେପି ରାଜ୍ୟ ସଭାପତି। ସିଇଓ ବାଡ଼ ସାଜି କ୍ଷେତ ଖାଉଛନ୍ତି : ସମୀର ମହାନ୍ତି

0
143

ଭୁବନେଶ୍ୱର,୨୫/୧୦/୨୦୨୨: ଧାମନଗର ଉପନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବିଜୁ ଜନତା ଦଳ ଖୋଲାଖୋଲି ଭାବେ ଆଦର୍ଶ ଆଚରଣ ବିଧ୍ଵ ଉଲଂଘନ କରିଚାଲୁଛି । ନିର୍ବାଚନ ପରିଚାଳନା ଦାୟୀତ୍ବରେ ଥିବା ରାଜ୍ୟ ନିର୍ବାଚନ
ଅଧିକାରୀ ବିଭିନ୍ନ ବେଆଇନ କାର୍ଯ୍ୟରେ ଶାସକ ବିଜେଡିକୁ ଘଂଟ ଘୋଡାଇବା ସହିତ ନିଜେ ଆଚରଣ ବିଧ୍ଵ ଉଲଂଘନ କରୁଛନ୍ତି ।ନିଜେ ସିଇଓ ବାଡ ସାଜି, କ୍ଷେତ ଖାଇବା ଭଳି କାର୍ଯ୍ୟରେ ବ୍ୟସ୍ତ ଥିବା କାରଣରୁ ଧାମନଗର ଉପନିର୍ବାଚନ ଅବାଧ, ମୁକ୍ତ ଓ ନିରପେକ୍ଷ ହେବା ନେଇ ବିରାଟ ସନ୍ଦେହ ସୃଷ୍ଟି ହୋଇଛି । ଶାସକ ବିଜେଡି ନେତା, ମନ୍ତ୍ରୀ ଓ କର୍ମୀମାନଙ୍କ ଚାପରେ ସରକାରୀ
କର୍ମଚାରୀମାନେ ବିଜେଡି ସପକ୍ଷରେ ଭୋଟ କରାଇବା ଦାୟୀତ୍ବରେ ନିୟୋଜିତ ଅଛନ୍ତି । ଏହି ପ୍ରସଙ୍ଗରେ ବିଜେପି ତରଫରୁ ସିଇଓ,
ଭଦ୍ରକ ଜିଲ୍ଲାପାଳ ତଥା ରିଟଣ୍ଡିଂ ଅଫିସରଙ୍କୁ ତଥ୍ୟ ଓ ପ୍ରମାଣ ସହିତ ବାରମ୍ବାର ଅଭିଯୋଗ କରାଯିବା ସତ୍ତ୍ବେ କୌଣସି କାର୍ଯ୍ୟାନୁଷ୍ଠାନ
ଗ୍ରହଣ କରାଯାଉନାହିଁ । ଏସଏଚଜି ଗୃପ ଜରିଆରେ ଟଙ୍କା ବାଂଟିବାର ପ୍ରମାଣ ଦିଆଯିବା ସତ୍ତ୍ଵେ ସିଇଓ କିମ୍ବା ଜିଲ୍ଲାପାଳ କୈାଣସି
କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ । ଅନ୍ୟ ପଟେ ନିଜ ଆଡୁ କୌଣସି ତତ୍ପରତା କିମ୍ବା ପଦକ୍ଷେପ ଗ୍ରହଣ କରୁନଥୁବା ଉଭୟ ସିଇଓ ଓ ଜିଲ୍ଲାପାଳ ପ୍ରଚ୍ଛଦପଟରେ ରହି ଶାସକ ବିଜେଡି ସପକ୍ଷରେ ଏଭଳି ବେଆଇନ କାର୍ଯ୍ୟକୁ ପ୍ରୋତ୍ସାହିତ କରୁଛନ୍ତି । ଏହା ଅତ୍ୟନ୍ତ ଚିନ୍ତାଜନକ । ଧାମନଗର ନିର୍ବାଚନ ପାଇଁ ଅନୁଷ୍ଠିତ କାର୍ଯ୍ୟକର୍ତା ସମ୍ମିଳନୀରେ ରାଜ୍ୟ ଗ୍ରାମ ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରୀତିରଞ୍ଜନ ଘଡାଇ,
ରାଜ୍ୟସଭା ସାଂସଦ ସୁଲତା ଦେଓ, ଖଦି ବୋର୍ଡ ଅଧ୍ୟକ୍ଷ ଏବଂ ଅନ୍ୟାନ୍ୟ ସ୍ଥାନୀୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ପ୍ରତ୍ୟେକ ପଂଚାୟତ ପାଇଁ ୧ କୋଟି ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି । ଏହାର ଭିଡିଓ ବର୍ତମାନ ହାଟରେ ପଡି ଦାଣ୍ଡରେ ବୁଲୁଛି, ତଥାପି ଉଭୟ
ସିଇଓ ଏବଂ ଜିଲ୍ଲାପାଳ ନୀରବ । ନିଜ କର୍ତବ୍ୟ ଓ ଦାୟୀତ୍ବରୁ ଓହରି ଯାଇ ଉଭୟ ସିଇଓ ଓ ଜିଲ୍ଲାପାଳ ଶାସକ ବିଜେଡି ସପକ୍ଷରେ
କାର୍ଯ୍ୟ କରିବା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରୀକ ଓ ଆଇନବିରୋଧୀ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।ଶାସକ ବିଜେଡିର ଖୋଲାଖୋଲି ଆଦର୍ଶ ଆଚରଣ ବିଧି ଉଲଂଘନ ଏବଂ ସିଇଓ ଓ ଜିଲ୍ଲାପାଳଙ୍କ ପକ୍ଷପାତିତା ବିରୁଦ୍ଧରେ
ଆଜି ରାଜ୍ୟ ସଭାପତି ଶ୍ରୀ ମହାନ୍ତିଙ୍କ ନେତୃତ୍ବରେ ଏକ ଉଚ୍ଚ ପ୍ରତିନିଧ୍ଵ ଦଳ ସିଇଓଙ୍କୁ ଭେଟିଛନ୍ତି । ଏହା ପରେ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ଗଣମାଧ୍ୟମରେ ପ୍ରସାରିତ ଭିଡିଓ ସମେତ ସମସ୍ତ ତଥ୍ୟ ଓ ପ୍ରମାଣ ସିଇଓଙ୍କୁ ପ୍ରଦାନ କରାଯାଇଛି । ସିଇଓ ନିଜ କ୍ଷମତାର ବ୍ୟବହାର କରି ଆଇପିସି ଧାରା ୧୭୧-ବି, ୧୭୧-ସି, ୧୭୧-ଇ,୧୭୧-ଏଫ୍ ଏବଂ ଲୋକପ୍ରତିନିଧ୍ଵ ଆଇନ ୧୯୫୧ର ଧାରା ୧୨୩ ଅନୁଯାୟୀ ଦୃଷ୍ଟାନ୍ତମୁଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରାଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।ଏଥି ସହ ଭୋଟରଙ୍କୁ ଲାଞ୍ଚ ଦେବା ପାଇଁ ପ୍ରବୋତ୍ତାଉଥିବା ଉପସ୍ଥିତ ମନ୍ତ୍ରୀ, ସାଂସଦ ଓ ନେତାଙ୍କ ବିରୋଧରେ ମାମଲା ଦାୟର କରିବା ସହିତ ଆଗାମୀ ଦିନରେ ନିର୍ବାଚନ ପ୍ରଚାର କାର୍ଯ୍ୟରୁ ସେମାନଙ୍କୁ ବାଦ୍ ଦେବା ପାଇଁ ଦାବୀ କରାଯାଇଛି । ଆସନ୍ତା ୪୮ ଘଣ୍ଟା ଭିତରେ ସିଇଓ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଭାରତୀୟ ଜନତା ପାର୍ଟୀ ତରଫରୁ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବା ସହିତ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରାଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।ଏହି ଅବସରରେ ରାଜ୍ୟ ଉପସଭାପତି ପ୍ରଭାତୀ ପରିଡା, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଡ.ଲେଖାଶ୍ରୀ
ସାମନ୍ତସିଂହାର, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ମୁଖପାତ୍ର ମନୋଜ ମହାପାତ୍ର, ଲିଗାଲ ସେଲ ରାଜ୍ୟ ସଂଯୋଜକ ଜୟନ୍ତ
ଜେନା, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ ଦାସ୍ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here