ରେଡ଼ିଓ ଷ୍ଟେସନ ନିକଟରୁ ବିରଳ ପେଚା ଉଦ୍ଧାର

0
224

ବ୍ରହ୍ମପୁର,୨୬/୧୦/୨୦୨୨:ଆଜି ପ୍ରାତଃ ସମୟରେ ଲୋଚାପଡା ରୋଡ ରେଡ଼ିଓ ଷ୍ଟେସନ ମୂଖ୍ୟ ଫାଟକ ସମ୍ମୁଖରୁ ଗୋଟିଏ ବିରଳ ଜାତିର ପେଚା କୁ ଉଦ୍ଧାର କରାଯାଇଛି।ପେଚା ଟି କୁ କିଛି କୁକୁର ଆକ୍ରମଣ କରୁଥିବା ଦେଖି ସେହି ରାସ୍ତା ଦେଇ ଯାଉଥିବା ଜଣାଶୁଣା ସମାଜ ସେବୀ ସରୋଜ କୁମାର ପାଢ଼ୀ ପେଚାଟିକୁ କୁକୁରଙ୍କ କବଳରୁ ଉଦ୍ଧାର କରି ଫରେଷ୍ଟ ବିଭାଗକୁ ଜଣାଇଥିଲେ। ପରେ ସବୁଜ ବାହିନୀର ସାଗର ଫରେଷ୍ଟ ବିଭାଗକୁ ପେଚାକୁ ହସ୍ତାନ୍ତର କରିଥିଲେ। ପେଚାଟି ସାମାନ୍ୟ ଆହାତ ହୋଇଥିବା ଜଣାପଡିଛି।
ପେଚାକୁ ଉପଯୁକ୍ତ ଚିକିତ୍ସା କରି ସୁରକ୍ଷିତ ସ୍ଥାନରେ ଛଡ଼ାଯିବ ବୋଲି ଫରେଷ୍ଟ ବିଭାଗ କର୍ମଚାରୀ ମାନେ କହିଥିଲେ।

LEAVE A REPLY

Please enter your comment!
Please enter your name here