କଙ୍କୋରଡ଼ାରେ ଜିଲ୍ଲାସ୍ତରୀୟ ଜନଜାତି ଖେଳକୁଦ ପ୍ରତିଯୋଗିତା

0
126

ବ୍ରହ୍ମପୁର , ୩୧/୧୦/୨୦୨୨ : ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ କଙ୍କୋରଡ଼ା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଗଞ୍ଜାମ ଜିଲ୍ଲା ବନବାସୀ କଲ୍ୟାଣ ଆଶ୍ରମ ପକ୍ଷରୁ ଜିଲ୍ଲାସ୍ତରୀୟ ଜନଜାତି ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବନବାସୀ କଲ୍ୟାଣ ଆଶ୍ରମ ପକ୍ଷରୁ ଆୟୋଜିତ ପ୍ରତିଯୋଗିତାକୁ ଜିଲ୍ଲା ସଭାପତି ଡମ୍ବରୁ ଶବର ଧ୍ଵଜା ଉତ୍ତୋଳନ କରି ଶୁଭାରମ୍ଭ କରିଥିଲେ । ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି , ଦିଗପହଣ୍ଡି , ସୋରଡ଼ା , କୁକୁଡ଼ାଖଣ୍ଡି , ଧରାକୋଟ ପ୍ରଭୃତି ବ୍ଲକ୍ର ୭୦ ଜଣ ଆଦିବାସୀ ବାଳକ ବାଳିକା ଏହି ପ୍ରତିଯୋଗୀ ସବ ଜୁନିଅର ଓ ଜୁନିଅର ବିଭାଗରେ ତୀରନ୍ଦାଜ ଓ ଖୋଖୋ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ସମ୍ପାଦକ ସୁରିଆ ଗମାଙ୍ଗ , ଉପସଭାପତି ଶ୍ୟାମ ଗମାଙ୍ଗ , ସହସଂପାଦକ ଏକେଶ୍ୱର ମଣ୍ଡଳ , ସମ୍ଭାଗ ସଙ୍ଗଠନ ମନ୍ତ୍ରୀ କୋରା ରଇତ , ଶାନ୍ତି ମଣ୍ଡଳ ଶାରୀରିକ ପ୍ରମୁଖ ହୃଷିକେଶ ଦଳାଇ , କ୍ରୀଡ଼ା ଶିକ୍ଷକ ଦାମୋଦର ପ୍ରଧାନ , ଆଶିଷ ସାହୁ , ଏ ରାମବାବୁ ଦୋରା ଜନଜାତି କୃଷି ଓଡ଼ିଶା ସଂଯୋଜକ ପ୍ରଶାନ୍ତ ଶତପଥି , ପ୍ରମୁଖ ଏହି ପ୍ରତିଯୋଗୀତାର ପରିଚାଳନା କରିଥିଲେ । ତୀରନ୍ଦାଜୀରେ ସୋରଡ଼ାର ନରେନ୍ଦ୍ର ଶବର ଏବଂ ସାନଖେମୁଣ୍ଡିର ଦିଲିପ ଶବର ପ୍ରଥମ ହୋଇଥିବା ବେଳେ ଖୋ ଖୋ ରେ ସାନଖେମୁଣ୍ଡିର ତାରାତାରିଣୀ ଦଳ ବିଜୟୀ ହୋଇଥିଲେ । ପୁରସ୍କାର ବିତରଣ ଉତ୍ସବରେ ଗଞ୍ଜାମ ବିଭାଗ ସଭାପତି ଚିତ୍ତରଞ୍ଜନ ପଣ୍ଡା , ପ୍ରଧାନଆଚାର୍ଯ୍ୟ ମହେଶ୍ୱର ସ୍ୱାଇଁ , କଙ୍କୋରଡ଼ା ସରପଞ୍ଚ ମିନତୀ ସେଠି , ଦାରୁଭଦ୍ରା ସରପଞ୍ଚ ବିକାଶ ସେଠି ଗୋଠଗାଁ ସରପଞ୍ଚ କୃଷ୍ନଚନ୍ଦ୍ର ସୁଆଁସିଆ , ବ୍ରହ୍ମପୁର କାର୍ଯ୍ୟକର୍ତ୍ତା ରମେଶଚନ୍ଦ୍ର ତ୍ରିପାଠୀ , ସୁବାସଚନ୍ଦ୍ର ଦାଶ , ଦୀନବନ୍ଧୁ ପାତ୍ର , ସୁବାସଚନ୍ଦ୍ର ପଟନାୟକ , ସନ୍ତୋଷ କୁମାର ପାଢ଼ୀ , ବିଶ୍ବମ୍ବର ପାଣିଗ୍ରାହୀ ପ୍ରମୁଖ କୃତୀ ତୀରନ୍ଦାଜ ଓ ଖୋଖୋ କ୍ରୀଡାବିତଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

LEAVE A REPLY

Please enter your comment!
Please enter your name here