ପୋଲସରା, ୦୧/୧୧/୨୦୨୨: ଗଞ୍ଜାମ ଜିଲ୍ଲା ପ୍ରାଣୀ ବିକାଶ ବିଭାଗ ପକ୍ଷରୁ ୭୧ ତମ ଜିଲ୍ଲା ସ୍ତରୀୟ ଗୋ-ସମ୍ବର୍ଦ୍ଧନା ଉତ୍ସବ ପୋଲସରା ବ୍ଲକ ଅନ୍ତର୍ଗତ ମନଶିଳା ଗ୍ରାମରେ ନଭେମ୍ବର ୧ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିବା ବେଳେ ଗଞ୍ଜାମ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ଦେବରାଜ ବେହେରା ଅଧ୍ୟକ୍ଷତା କରିଥିଲେ। ସମ୍ମାନିତ ଅତିଥିଭାବେ ପୋଲସରା ବ୍ଲକ ଅଧ୍ୟକ୍ଷା କଳ୍ପନା ପ୍ରଧାନ ଓ ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡା, ପୋଲସରା ଏନଏସି ଅଧ୍ୟକ୍ଷା ସଙ୍ଗୀତା ବେହେରା ଓ ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ଜିଲ୍ଲା ପରିଷଦ ମେମ୍ବର ଅଶୋକ କୁମାର ବିଷୋୟୀ, ଝୁନୁ ଦାସ ଓ ବିକ୍ରମ କୁମାର ନାୟକ ଏବଂ ଜିଲ୍ଲା ଉପମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା.କୈଳାଶ ଚନ୍ଦ୍ର ସାମନ୍ତରାୟ, ଛତ୍ରପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡା.ଦେବେନ୍ଦ୍ର ପାତ୍ର ଓ ଡା.ଶୁଭ୍ରକାନ୍ତ ମହାନ୍ତି, ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ବୁଗୁଡାର ଡା.ଭଗବତୀ ପ୍ରସାଦ ଦାଶ, କବିସୂର୍ଯ୍ୟ ନଗରର ଡା.ଦୀପକ ବେହେରା, ବ୍ରହ୍ମପୁରର ଡା.କେ ବମୟଲ, ବୁଗୁନିଆପଡାର ଡା.ଭବାନୀ ଶଙ୍କର ତ୍ରିପାଠୀ ଓ ପୋଲସରାର ଡା.ରାଜେନ୍ଦ୍ର ପ୍ରସାଦ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ। ହିନ୍ଦୁ ଧର୍ମରେ ଗାଈକୁ ଗୋମାତ ବୋଲି ମାନୁଥିବା ବେଳେ ଗୋ-ସମ୍ପଦ ଦ୍ୱରା ଉପକାର ବିଷୟରେ ଅତିଥି ବୃନ୍ଦ ମତ ପ୍ରକାଶ କରିଥିଲେ। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଶ୍ରୀ ବେହେରା ଗୋ-ସମ୍ପଦ ଦ୍ୱାରା ବିଜ୍ଞାନ ସମ୍ମତ ଉପକାର ବିଷୟରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ବେଳେ ଅନ୍ୟାନ୍ୟ ପ୍ରାଣୀ ଚିକିତ୍ସକ ଓ ସହାୟକ ବୃନ୍ଦ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।
ରିପୋର୍ଟ: ଅନିଲ କୁମାର ମହାରଣା