ବ୍ରହ୍ମପୁର ,୦୧/୧୧/୨୦୨୨ : ରାଜ୍ୟ ସରକାରଙ୍କ ପଂଚାୟତରାଜ ଓ ପାନୀୟ ଜଳ ବିଭାଗର ଚିଠି ସଂଖ୍ୟା – ୨୦୦୦୭ / ତା – ୨୦/୧୦/୨୦୨୨ ପ୍ରକାରେ ରାଜ୍ୟରେ ବ୍ଲକ ସ୍ତରରେ କାର୍ଯ୍ୟରତ ୧୦ ଜଣ ଜିପିଇଓ ଏବଂ ପ୍ରଗତି ସହାୟକଙ୍କୁ ପଦୋନ୍ନତି ଦିଆଯାଇ ସେମାନଙ୍କୁ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ଏବିଡ଼ିଓ) ଭାବେ ଅବସ୍ଥାପିତ କରାଯାଇଛି । ଏହିକରମରେ ଗଞ୍ଜାମ ଜିଲ୍ଲା ପରିଷଦ ଚିଠି ସଂଖ୍ୟା – ୧୧୦୧୭ ପ୍ରକାରେ ଗଞ୍ଜାମ ଜିଲ୍ଲାର ୨ ଜଣ ଜିପିଇଓ ପଦୋନ୍ନତି ପାଇ ଏବିଡ଼ିଓ ହୋଇଥିବା ବେଳେ ସାନଖେମୁଣ୍ଡି ବ୍ଲକରେ କାର୍ଯ୍ୟରତ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଶ୍ରୀମତୀ ବୈଜୟନ୍ତିଁ ମୁଣ୍ଡା ନିଜ ପଦୋନ୍ନତି ପରେ ସାନଖେମୁଣ୍ଡି ବ୍ଲକ ଏବିଡିଓ ଭାବେ ସୋମବାର ଦିନ ନିଜ ପଦବୀର ଦାୟିତ୍ଵ ଗ୍ରହଣ କରିଛନ୍ତି । ଶ୍ରୀମତୀ ମୁଣ୍ଡାଙ୍କ ପଦୋନ୍ନତିରେ ବ୍ଲକ କର୍ମଚାରୀ ଏବଂ ଅଧିକାରୀ ବର୍ଗରେ ଆନନ୍ଦର ଲହରୀ ଖେଳି ଯାଇଥିବା ବେଳେ ବିଡ଼ିଓ ଶ୍ରୀ ଗାୟତ୍ରୀ ଦତ୍ତ ନାୟକ ବ୍ଲକ ତରଫରୁ ନୂତନ ଏବିଡ଼ିଓଙ୍କୁ ଆଜି ପୁଷ୍ପଗୁଚ୍ଛ ପ୍ରଦାନ ସହ ସମ୍ବର୍ଦ୍ଧିତ କରି ଉତ୍ତରତ୍ତୋର ଉନ୍ନତି କାମନା କରିଛନ୍ତି । ସୂଚନା ପ୍ରକାରେ ଅକ୍ଟୋବର ୨୦୧୩ ମସିହାରୁ ନିଜ ଚାକିରି ଜୀବନ ଆରମ୍ଭରୁ ପ୍ରଥମ ଯୋଗଦାନ ରେ ସାନଖେମୁଣ୍ଡି ଜିପିଇଓ ଭାବେ ଦାୟିତ୍ୱରେ ଯୋଗଦେଇଥିବା ଶ୍ରୀମତୀ ମୁଣ୍ଡା ସେହି ପଦବୀ ଓ ସ୍ଥାନରୁ ପଦୋନ୍ନତି ପାଇଥିବାରୁ ଅଞ୍ଚଳ ଜନ ପ୍ରତିନିଧିଙ୍କ ସହ ବୁଦ୍ଧିଜୀବୀ ମହଲରେ ଆଲୋଚନାର ବିଷୟ ହୋଇଅଛି ।