ବ୍ରହ୍ମପୁର,୦୧/୧୧/୨୦୨୨: ସିପିଏମ ନେତା ତଥା ସାଥି କାଳୁ ପଣ୍ଡା ଙ୍କ ପ୍ରଥମ ମୃତ୍ୟୁ ବାର୍ଷିକୀ ଅବସରରେ ଆଜି ସ୍ଥାନୀୟ ଲୋକଙ୍କ ସହୀଦ ଲକ୍ଷ୍ମଣ ନାୟକ କମ୍ୟୁନିଟ ହଲ ଠାରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି।ଏହି ସଭା ରେ ସିପିଏମ ର ବରିଷ୍ଠ ନେତା ଜନାର୍ଦ୍ଦନ ପତି ଯୋଗଦେଇ କାଳୁ ପଣ୍ଡାଙ୍କ ସ୍ମୃତି ଚରଣ କରିବା ସହିତ ତାଙ୍କର ୫୦ ବର୍ଷ ର ରାଜନୀତି ଭିତରେ ତ୍ୟାଗ ଓ ସଂର୍ଘଷ ଜୀବନ ଏବଂ ଆଜିକାର ସାଂପ୍ରଦାୟକ ଶକ୍ତି ର ହୀନ ଚକ୍ରାନ୍ତ କୁ ପଣ୍ଡ କରିବାର ମୁଖ୍ୟ ସୈନିକ ହୋଇ ଠିଆ ହୋଇଥାନ୍ତେ ବୋଲି ମତ ପ୍ରକାଶ କରିଛନ୍ତି।
କୈଳାସ ଷଢ଼ଙ୍ଗି ଙ୍କ ସଭାପତିତ୍ବ ରେ ଆରମ୍ଭ ହୋଇଥିଲା।ଏହି ସୃତି ସଭା ରେ ସିପିଏମ ର ରାଜ୍ୟ ସଂପଦକ ଅଳି କିଶୋର ପଟ୍ଟନାୟକ, ଜିଲ୍ଲା ସଂପଦକ ଯୁଝିଷ୍ଟିର ବେହେରା, ବରିଷ୍ଠ ନେତା ଜଗନ୍ନାଥ ମିଶ୍ର, cpi ର ଜିଲ୍ଲା ସଂପଦକ ପ୍ରକାଶ ପାତ୍ର, ରେର୍ଡ ଷ୍ଟାର ର ପି. ପାର୍ବତୀ, ସ୍ଥାନୀୟ କର୍ପୋରେଟର ସଞ୍ଜିତ ପାଣିଗ୍ରାହୀ, ସୁରେନ୍ଦ୍ର ମହାରଣା ଙ୍କ ସହ କାଳୁ ପଣ୍ଡା ଙ୍କ ପରିବାର ଙ୍କ ସହ ଅନ୍ୟନ୍ୟ ରାଜନୈତିକ ଦଳ ର ନେତୃବୃନ୍ଦ,
ତାଙ୍କୁ ଭଲ ପାଉ ଥିବା ଲୋକମାନେ ଯୋଗଦେଥିଲେ।