ପ୍ରଜାପିତା ବ୍ରହ୍ମାକୁମାରି ଙ୍କ ଦ୍ଵାରା ଚୈତନ୍ୟ ଝାଙ୍କି ପ୍ରଦର୍ଶନ

0
144

ବ୍ରହ୍ମପୁର,୦୨/୧୧/୨୦୨୨:ସ୍ଥାନୀୟ ଖୋଡାସିଙ୍ଗି ଠାରେ ଅନୁଷ୍ଠିତ ମାଁ କାଳୀ ମେଢ଼ରେ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ବବିଦ୍ୟାଳୟ ଦ୍ବାରା ଆୟୋଜିତ ଚୈତନ୍ୟ ଝାଙ୍କୀ ଦେବୀମାନଙ୍କର ସୁସଜ୍ଜିତ ଜୀବନ୍ତ ପ୍ରତିମା ଦେଖିବାକୁ ପାଞ୍ଚ ହାଜର ଉର୍ଦ୍ଧ ଭକ୍ତ ମାନଙ୍କ ଭିଡ଼ ଲାଗିଥିଲା। ଉକ୍ତ କାର୍ଯକ୍ରମରେ ପ୍ରଜl ପିତା ବ୍ରହ୍ମା କୁମାରିସ୍ ଈଶ୍ଵରୀୟ ବିଶ୍ଵବିଦ୍ୟାଳୟ ମୁଖ୍ୟ ଶାଖା ପରିଚାଳିକା ରାଯୋଗିନୀ ତପସ୍ୱୀ ସୁମିତ୍ରା ଭଉଣୀ ସଭାପତିତ୍ବ କରିଥିବାବେଳେ, ଉଦଘାଟକ ଭାବେ ମହାନଗର ସାଂସ୍କୃତିକ ପରିଷଦ ସଭାପତି ନାରାୟଣ ମହାକୁଡ଼,ସମ୍ପାଦକ (ପର୍ଯ୍ୟଟନ ଭାରତ) ମୂଖ୍ୟ ବକ୍ତା ଭାବେ ବ୍ରହ୍ମା କୁମାର ଜୟକୃଷ୍ଣ ଭାଇ ଭୁବନେଶ୍ଵର , ସମ୍ମାନନୀୟ ଅତିଥି ଭାବେ ପୁସ୍ତକ ମେଳା ସଭାପତି ବ୍ରହ୍ମ କୁମାର ଗୋପାଳ ଭାଇ ଯୋଗ ଦେଇ ଚୈତନ୍ୟ ଝାଙ୍କୀ କୁ ଦ୍ୱୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ। ମୂଖ୍ୟ ବକ୍ତା ଜୟକୃଷ୍ଣ ଭାଇ ମା ଶ୍ୟାମl କାଳୀଙ୍କ ମହିମାର ବିଷୟ ସବୁ ଶାସ୍ତ୍ର ପୁରାଣ କୁ ଆଧାର କରି ପରମପିତା ଶିବ ହେଉଛନ୍ତି ସାରା ବିଶ୍ଵର ରଚୟିତା କଲ୍ୟାଣ କାରି, ବିଶ୍ଵ ନୀୟନ୍ତା ଏବଂ ସାରା ସୃଷ୍ଟିର ଆଦି, ମଧ୍ୟ, ଅନ୍ତର ଜ୍ଞାତା, ଗୀତ ଜ୍ଞାନ ଦାତା ,ଶିବ ଭଗବାନଙ୍କ ପରିଚୟ ସମସ୍ତଙ୍କୁ ଶୁଣାଇ ଥିଲେ। ସମୟର ତାଳେ ତାଳେ ଅବତାର ରେ ଅବସ୍ଥିତ ଥିବା ଭଉଣୀ ମାନେ ଦୁର୍ଗା, କାଳୀ, ସରସ୍ଵତୀ, ଲକ୍ଷ୍ମୀ ମହିଂସାସୁର ଗୋଟିଏ ଗୋଟିଏ ଦୃଶ୍ୟମାନ ହୁଅନ୍ତି, ନୃତ୍ବ ଗୀତରେ ଦର୍ଶକମାନଙ୍କ ମନକୁ ଆନନ୍ଦ ଉଲ୍ଲାସରେ ଭରପୁର କରି ଶିବବାବା ଙ୍କ ପରିଚୟ ଦିଅନ୍ତି । ପ୍ରତ୍ୟେକ ଦୃଶ୍ୟର ମହିମା ସମସ୍ତଙ୍କ କର୍ଣ୍ଣରେ ଅହ ରହ ଈଶ୍ୱର ପ୍ରତି ଭାବନା ଜାଗ୍ରତ ହେଉଥିଲା ନିଜକୁ ଜାଣିବା, ଭଗବାନକୁ ଚିହ୍ନିବା , ଏବଂ ସ୍ଵପରିବର୍ତ୍ତନ ସେ ବିଶ୍ଵ ପରିବର୍ତ୍ତନର କରିବାର ମନ୍ତ୍ର ପ୍ରତିଧ୍ୱନୀତ ହେଉଥିଲା।ମନ, ବଚନ, କର୍ମରେ ଶୁଦ୍ଧତା , ସରଳ ଜୀବନ, ସଫଳ ଜୀବନ, ପାଞ୍ଚ ବିକାର ଉପରେ ବିଜୟ, ସମସ୍ତଙ୍କୁ ସମ୍ମାନ, ଇଶ୍ୱରୀୟ ବିଶ୍ଵବିଦ୍ୟାଳୟରେ ରାଜୟୋଗ ଶିକ୍ଷା ବିନା ଶୁକ୍ଳରେ ଦିଆଯାଏ , ଜୀବନକୁ ପରିବର୍ତ୍ତନ କରିବାର ସମୟ ଆସିଛି, ଏ ବାର୍ତ୍ତା ସମସ୍ତଙ୍କୁ ଦିଆଯାଇଥିଲା l

LEAVE A REPLY

Please enter your comment!
Please enter your name here