ବ୍ରହ୍ମପୁର,୦୮/୧୧/୨୦୨୨:ଦିଗପହଣ୍ଡି ବ୍ଲକର ବମକୋଇ ପଞ୍ଚାୟତ ଅନ୍ତର୍ଗତ ବମକୋଇ ଗ୍ରାମରେ ୧୯୬୪ ମସୀହାରେ ସ୍ଥାପିତ ଶିବାନନ୍ଦ ଉଚ୍ଚ ବିଦ୍ଯାଳୟ ଆସନ୍ତା ନଭେମ୍ବର ୧୨ ଓ ୧୩ ତାରିଖ ଦୁଇଦିନ ବ୍ଯାପି ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳିତ କରିବାକୁ ଯାଉଛି। ଏହି ବିଦ୍ଯାଳୟ ସ୍ୱାମୀ ଶିବାନନ୍ଦ ଜୀଙ୍କ ପ୍ରାରମ୍ଭିକ ଅନୁଦାନରେ ସ୍ୱାମୀ ସେବାନନ୍ଦ ତଥା ତତ୍କାଳୀନ ମଣ୍ଡଳ ଶିକ୍ଷାଅଧିକାରୀ ବିଶିଷ୍ଟ ଶିକ୍ଷାବିତ ଦୁର୍ଲଭ ଚନ୍ଦ୍ର ଚୌଧୁରୀଙ୍କ ପ୍ରଚେଷ୍ଟାରେ ସ୍ଥାନୀୟ ପ୍ରାଥମିକ ଶିକ୍ଷକ ସ୍ୱର୍ଗତ ନିରଞ୍ଜନ ପଟ୍ଟନାୟକ ଓ ଜାତୀୟ ମଧ୍ଯ ଇଁରାଜୀ ବିଦ୍ଯାଳୟର କ୍ରାଫ୍ଟ ଶିକ୍ଷକ ବିଶ୍ୱନାଥ ମହାନ୍ତିଙ୍କ ସହଯୋଗରେ କ୍ରାଫ୍ଟ ଶିକ୍ଷଣ କୋଠରୀରେ ହିଁ ଆରମ୍ଭ ହୋଇଥିଲା। ଛୋଟିଆ କ୍ରାପ୍ଟ କୋଠରୀରେ ଆରମ୍ଭ ହୋଇଥିବା ଶିବାନନ୍ଦ ଉଚ୍ଚ ବିଦ୍ଯାଳୟ ଆଜି ବହୁତ ବଡ କଳେବର ଧାରଣ କରବା ସହ ଫାଇଭ୍-ଟି ବିଦ୍ଯାଳୟ ସଂଚରଣରେ ସ୍ଥାନ ପାଇଛି।ଉକ୍ତ ଅନୁଷ୍ଠାନର ବହୁ ଛାତ୍ର ଆଜି ଦେଶ ବିଦେଶର ବିଭିନ୍ନ ସ୍ଥାନରେ ସରକାରୀ ଓ ବେସରକାରୀ ବହୁ ପ୍ରତିଷ୍ଠିତ ପଦପଦବୀରେ କାର୍ଯ୍ଯ କରୁଛନ୍ତି। ପ୍ରାକ୍ତନ ବ୍ରହ୍ମପୁର ଜିଲ୍ଲା ଶିକ୍ଷା ଅଧିକାରୀ ସ୍ୱର୍ଗତ ବାଲ୍ମୀକି ପ୍ରଧାନ, ଇନ୍ଦୋରର ମେଡିକ୍ଯାପ୍ସ ବିଶ୍ୱବିଦ୍ଯାଳୟର କୁଳପତି ପ୍ରଫେସର ଦିଲ୍ଲୀପ ପଟ୍ଟନାୟକ, ବ୍ରହ୍ମପୁର ବିଶ୍ୱବିଦ୍ଯାଳୟର ବର୍ତ୍ତମାନ କୁଳପତି ଗୀତାଞ୍ଜଳୀ ଦାସ ଭଳି ବହୁ ଶିକ୍ଷାର୍ଥୀ ଏହି ବିଦ୍ଯାଳୟରୁ ଶିକ୍ଷାଲାଭ କରିଛନ୍ତି। ୨୦୧୪ରେ ୫୦ବର୍ଷ ପୂରଣ ହୋଇଥିଲେ ମଧ୍ଯ ଅନିବାର୍ଯ୍ଯ କାରଣ ବଶତଃ ୮ବର୍ଷ ବିଳମ୍ବ ଘଟିଥିଲା। ବର୍ତ୍ତମାନ ନଭେମ୍ବର ୧୨ ଓ ୧୩ ତାରିଖରେ ପୂର୍ବତନ ଛାତ୍ର ସଂସଦ ସୁବର୍ଣ୍ଣ ଜୟନ୍ତୀ ପାଳନ କରିବାକୁ ସମସ୍ତ ପ୍ରସ୍ତୁତିପର୍ବ ସାରିଛି। ଆଜିସୁଦ୍ଧା ୩୦୦୦ରୁ ଅଧିକ ଶିକ୍ଷାର୍ଥୀ ଶିବାନନ୍ଦ ଉଚ୍ଚ ବିଦ୍ଯାଳୟରୁ ପାଠପଢା ସାରିଛନ୍ତି। ଏହି ବାର୍ଷିକ ଉତ୍ସବରେ ସମସ୍ତ ପୂର୍ବତନ ଛାତ୍ରଛାତ୍ରୀ ଯିଏ ଯେଉଁଠି ଥିଲେ ମଧ୍ଯ ଯୋଗଦେବା ପାଇଁ ସୁବର୍ଣ୍ଣ ଜୟନ୍ତୀ ଛାତ୍ରସଂସଦ ସଭାପତି ବିଜୟ କୁମାର ପାଣିଗ୍ରାହୀ, ସଂପାଦକ ଚନ୍ଦ୍ର ଶେଖର ମିଶ୍ର ସମେତ ସମେତ ସଂସଦ କମିଟିର ସଦସ୍ଯ ଶିବପ୍ରସାଦ ଚୌଧୁରୀ, ପ୍ରଫେସର ଦିଲ୍ଲୀପ ପଟ୍ଟନାୟକ, ମନୋଜ ପାଣିଗ୍ରାହୀ, ବାଳକୃଷ୍ଣ ସୁବୁଦ୍ଧି, ଶିବରାମ ପ୍ରଧାନ, ଦଣ୍ଡପାଣି ପ୍ରଧାନ, ବାପି ପ୍ରଧାନ, କୃଷ୍ଣଚନ୍ଦ୍ର ବେହେରା, ଅଶୋକ ପାଣିଗ୍ରାହୀ, ପ୍ରଶାନ୍ତ ପ୍ରଧାନ, ବିକାଶ ମଣ୍ଡଳ, ଅଜିତ ପ୍ରଧାନ, କ୍ଷୀରସିନ୍ଧୁ ପ୍ରଧାନ, ଫନିନ୍ଦ୍ର ଗୋସ୍ୱାମୀ ସମେତ ବହୁ ଛାତ୍ର ନିବେଦନ କରିଛନ୍ତି।