ବ୍ରହ୍ମପୁର, ୦୮/୧୧/୨୦୨୨: ଦିବ୍ୟ ଜୀବନ ସଂଘ ମହିଳା ଶାଖା ତରଫରୁ ପବିତ୍ର କାର୍ତ୍ତିକ ମାସ ଉପଲକ୍ଷେ ୧୫ ଦିନ ବ୍ୟାପି ଶ୍ରୀରାମ ଚରିତ ମାନସ, ନବାହ୍ନ ପାରାୟଣ, ପ୍ରବଚନ, ଶ୍ରୀକୃଷ୍ଣ ଚରିତାମୃତ, ୨୪ ପ୍ରହର ନାମଯଜ୍ଞ, ନାରାୟଣ ସେବା, ବସ୍ତ୍ର ବଣ୍ଟନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପାରାୟଣ ବ୍ୟାସ ଭାବେ ଅରୁଣ କୁମାର ଦାଶ, ଶ୍ରୀନିବାସ ପାତ୍ର, ସଂଧ୍ୟାରାଣୀ ପାଣିଗ୍ରାହୀ ପ୍ରଭୃତି ଯୋଗ ଦେଇଥିଲେ। ଓଡ଼ିଶାର ପ୍ରଖ୍ୟାତ ପ୍ରବଚିକା କମଳ କୁମାରୀ ପାଣିଗ୍ରାହୀ ଯୋଗ ଦେଇ ପୂଜ୍ୟ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହାରାଜଙ୍କ ଦିବ୍ୟତା, ଅଲୋକିକତା ସହିତ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଭଗବାନଙ୍କ ଆଦର୍ଶ କଥାମୃତ ସମ୍ପର୍କରେ କହିଥିଲେ। ଏହି ଦିବ୍ୟ କାର୍ଯ୍ୟକ୍ରମରେ ଉତ୍କଳ ମୀରା କମଳ କୁମାରୀ ପାଣିଗ୍ରାହୀଙ୍କ ସହିତ ଶ୍ରୀଧର ଭାଇ, ଗୋପିନାଥ ମହାରାଜ, ଦକ୍ଷିଣାଞ୍ଚଳ ସମନ୍ୱୟ ସମିତିର ସଭାପତି ବିପ୍ରଚରଣ ପାତ୍ର, ବ୍ରହ୍ମପୁର ଆକାଶବାଣୀ କେନ୍ଦ୍ରର ମୁଖ୍ୟ ହୃଷୀକେଶ ପାଣିଗ୍ରାହୀ ଉପସ୍ଥିତ ରହି ଆଶୀର୍ବଚନ ପ୍ରଦାନ କରିଥିଲେ। ଅନ୍ତିମ ଦିବସରେ ଦିବ୍ୟ ଜୀବନ ସଂଘ ର ବରିଷ୍ଠ ସନ୍ଥ ସ୍ବାମୀ ବ୍ରହ୍ମସାକ୍ଷାତାକାରାନନ୍ଦ ସରସ୍ବତୀ ମହାରାଜ ଉପସ୍ଥିତ ରହି ଆଶୀର୍ବଚନ ପ୍ରଦାନ କରିବା ସହ ପୂର୍ଣ୍ଣାହୁତି ଦେଇଥିଲେ। ବରିଷ୍ଠ ଗୁରୁ ଭାଇ ରବୀନ୍ଦ୍ରନାଥ ଦାଶଙ୍କ ତତ୍ତ୍ୱାବଧାନରେ କଳି ଯୁଗ କେବଳଂ ନାମ ଆଧାର, ଜ୍ଞାନଂ ଜପ ଯଜ୍ଞାସ୍ମୀକୁ ଆଧାର କରି ୨୪ ପ୍ରହର ନାମଯଜ୍ଞ ଏବଂ ହରିହାଟ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପ୍ରାୟ ୩୦୦ ନାରାୟଣଙ୍କୁ ସ୍ଵାଦିଷ୍ଟ ଭୋଜନ ସହ ଶୀତ ବସ୍ତ୍ର ବଣ୍ଟନ କରାଯାଇଥିଲା ଏବଂ ଅଞ୍ଚଳର ପ୍ରାୟ ୨୫୦୦ ରୁ ଉର୍ଦ୍ଧ୍ବ ଭକ୍ତ ଉପସ୍ଥିତ ରହି ଅନ୍ନ ପ୍ରସାଦ ସେବନ କରିଥିଲେ। ଏହି ସବୁ ଦିବ୍ୟ କାର୍ଯ୍ୟକ୍ରମକୁ ଦିବ୍ୟ ଜୀବନ ସଂଘ ଦକ୍ଷିଣାଞ୍ଚଳ ସମନ୍ୱୟ ସମିତିର କୋଷାଧ୍ୟକ୍ଷ ଶାନ୍ତିଭୂଷଣ ପଣ୍ଡା, ସୁରେଶ ଚନ୍ଦ୍ର ବରାଡ଼, ଅଲେଖ ବେହେରା, ମମତା ମହାପାତ୍ର, ପାପା, ସନ୍ତୋଷିନୀ, ସୁନା ପାଣିଗ୍ରାହୀ, ରବୀନ୍ଦ୍ରନାଥ ଦାଶ, ଶଙ୍କର, ପଦ୍ମନାଭ ସାହୁ ପ୍ରଭୃତି ପରିଚାଳନା କରିଥିଲେ।