ବିଜେଡି ର ଜନସମ୍ପର୍କ ପଦଯାତ୍ରା ରେ ଗୋପବନ୍ଧୁ ଦାସ ଙ୍କୁ କଳା ପତାକା ପ୍ରଦର୍ଶନ

0
155

ବ୍ରହ୍ମପୁର,୦୯/୧୧/୨୦୨୨:ଆଜି ରଙ୍ଗେଇଲୁଣ୍ଡା ବ୍ଲକ ରେ ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ରେ ସାମିଲ ମୂଖ୍ୟମନ୍ତ୍ରୀ ଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାସଙ୍କୁ କଳା ପତାକା ପ୍ରଦର୍ଶନ ହୋଇଛି। ଗୋପାଳପୁର ନିର୍ବାଚନ ମଣ୍ଡଳୀର ରଙ୍ଗେଈଲୁଣ୍ଡା ବ୍ଲକ ବିଜେଡି ପକ୍ଷରୁ ବୁଧବାର ଦିନ ପଦ୍ମପୁର, କୋଳଥିଗାଁ ପଂଚାୟତ ଜନସମ୍ପର୍କ ପଦଯାତ୍ରାରେ ପଦ୍ମପୁର ଗାଁ ନିକଟରୁ ସକାଳ ସାଢେ ୧୦ଟା ବେଳେ ଶତାଧିକ ଦଳୀୟ କର୍ମକର୍ତ୍ତା ପଦଯାତ୍ରାର ଶୁଭାରମ୍ଭ କରିଥିଲେ ।ପଦ୍ମପୁର ଓ କୋଳଥିଗାଁ ପଞ୍ଚାୟତର କର୍ମୀ ଓ ନେତା ହାତରେ ଦଳୀୟ ପତାକା ଧରି ପରିକ୍ରମା କରିବା ସହ ଲୋକଙ୍କୁ ମିଶିଥିଲେ l କୋଳଥିଗାଁ ଗ୍ରାମରେ ବ୍ଲକ ବିଜେଡି ସଭାପତି ଅଜିତ କୁମାର ଦାଶଙ୍କ ସଭାପତିତ୍ୱରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ସଭାରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟ ଏବଂ ଯୋଜନା ସମ୍ପର୍କରେ ବୁଝେଇବା ସହ ଏହି ବାର୍ତ୍ତାକୁ ଘରେ ଘରେ ପହଞ୍ଚେଇବା ପାଇଁ କର୍ମକର୍ତ୍ତାଙ୍କୁ କହିଥିଲେ ।ଏଥିରେ ମୁଖ୍ୟମନ୍ତ୍ରୀ ଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାସ,ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ,ବ୍ଲକ ଅଧକ୍ଷା ସିଏଚ.ଉଷା ରାଣୀ, ବରିଷ୍ଠ ନେତା ଭୀମସେନ ଦଳାଇ, ନୀଳମାଧବ ପାତ୍ର,ଜିଲ୍ଲା ପରିଷଦ ସଭ୍ୟ ଦୀପକ ସାମନ୍ତ,ଯୁବ ନେତା ଏ. ସନ୍ତୋଷ ପାତ୍ର,ଜିଲ୍ଲା ମହିଳା ବିଜେଡି ଉପ ସଭନେତ୍ରୀ ବିଷ୍ଣୁପ୍ରିୟା ନାୟକ, ଦଣ୍ଡ ସାହୁ,ବ୍ଲକ ଉପ ସଭାପତି ପ୍ରକାଶ ଚନ୍ଦ୍ର ସାମନ୍ତ,ରଣ୍ଢା ସରପଞ୍ଚ ଅଜିତ ରାଉଳ, କେ.ପ୍ରବୀଣ କୁମାର , ବ୍ଲକ ଯୁବ ଉପସଭାପତି ଜିତେନ୍ଦ୍ର ରାଉଳ,ସନ୍ତୋଷ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସଭାରେ ବିଜେପି ଦଳ ପକ୍ଷରୁ କଳାପତାକା ପ୍ରଦର୍ଶନ କରିବାବେଳେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ କିଛି ସମୟ ତିକ୍ତତା ସୃଷ୍ଟି ହୋଇଥିଲା। ଗୋପବନ୍ଧୁ ଦାସ ଓଏସଡି ମୂଖ୍ୟମନ୍ତ୍ରୀ ଓଡ଼ିଶାଙ୍କ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରାରେ ସାମିଲ ହେତୁ କଳାପତାକା ପ୍ରଦର୍ଶନ ପ୍ରସଙ୍ଗରେ “ସେ ଜଣେ ଓଡ଼ିଶା ସରକାରଙ୍କ ବେତନ ଭୋଗୀ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ଉପଭୋଗ କରୁଥିବା ସରକାରୀ ଅଧିକାରୀ ହୋଇଥିବା ଯୋଗୁଁ କେଉଁ ଆଧାରରେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଦଳୀୟ ଚିହ୍ନ ଥିବା ଗାମୁଛା ବେକରେ ପକାଇ ଦଳୀୟ ସଭା ସମିତି ଓ ପଦଯାତ୍ରାରେ ସାମିଲ ହୋଇପାରିବେ” କି ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଜନପ୍ରତିନିଧି ଙ୍କ ସହ ସରପଞ୍ଚ ଜଗମୋହନ ପାତ୍ର । ଏଣେ ଗୋଳନ୍ଥରା ପୁଲିସ ପକ୍ଷରୁ ଜଣଙ୍କୁ ଥାନାକୁ ନିଆଯାଇ ବ୍ୟକ୍ତି ଗତ ମୁଚାଳିକାରେ ଛାଡି ଦିଆଯାଇଥିବା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here