ଗଞ୍ଜାମରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

0
216

ବ୍ରହ୍ମପୁର, ୧୨/୧୧/୨୦୨୨:
ଆଜି ଜିଲ୍ଲା କୋର୍ଟ ପରିସରରେ ୨୦୨୨ ମସିହାର ଚତୁର୍ଥ ଜାତୀୟ ଲୋକ ଅଦାଲତ ଆୟୋଜିତ ହୋଇ ୫୯୭୫ ଟି ମାମଲାର ଆସୁ ସମାଧାନ ହୋଇ ମୋଟ ୭,୫୭,୦୫,୯୯୬ ଟଙ୍କା ପ୍ରଦାନ କରିବା ପାଇଁ ଆଦେଶ କରାଯାଇଛି ।ଜାତୀୟ ଆଇନ ସେବା ପ୍ରାଧ୍ୟାକରଣର ନିର୍ଦ୍ଦେଶାନୁସାରେ ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ (କଟକ) ଙ୍କ ସହଯୋଗ ରେ ଗଞ୍ଜାମ ଆଇନ ସେବା ପ୍ରାଧ୍ଵକରଣ ପକ୍ଷରୁ ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା
ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ଆନନ୍ଦ ଚନ୍ଦ୍ର ବେହେରା ଙ୍କ ଅଧ୍ୟକ୍ଷତାରେ ୨୦୨୨ ର ଚତୁର୍ଥ ଲୋକ ଅଦାଲତ ପକ୍ଷଙ୍କ ବ୍ୟକ୍ତିଗତ ଉପସ୍ଥିତ ରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ଲୋକ ଅଦାଲତରେ ୪ ଟି ବେଞ୍ଚର ଆୟୋଜନ କରାଯାଇଥିଲା। ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧୂକରଣର ଅଧ୍ୟକ୍ଷ ଶ୍ରୀ ଆନନ୍ଦ ଚନ୍ଦ୍ର ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଲୋକ ଅଦାଲତରେ ୭୩ ଟି ମୋଟର ଯାନ ଦୁର୍ଘଟଣା ଜନିତ ମାମଲାର ଆପୋସ ବୁଝାମଣା ମାଧ୍ୟମରେ ସମାଧାନ କରି କ୍ଷତି ପୂରଣ ବାବଦକୁ ବୀମା କମ୍ପାନୀ
ଗୁଡିକୁ ମୋଟ ୩,୫୧,୧୪,୦୦୦ ଟଙ୍କା ପ୍ରଦାନ କରିବା ପାଇଁ ଆଦେଶ କରିଥିବା ବେଳେ ୪୧ଟି ଚେକ୍ ବାଉନ୍ସ ୪୧,୨୨,୯୩୪ ଟଙ୍କା ପୁନରୁଦ୍ଧାର, ୭୮ ଟି ବିବାହ ସମ୍ପର୍କିତ , ୯୨୧ ଟି ଅନ୍ୟାନ୍ୟ ଫଉଜଦିରି ଆପୋସ ବୁଝାମଣା ମାଧ୍ୟମରେ ସମାଧାନ ହୋଇଯାଇଛି ।ଆଜିର ଲୋକ ଅଦାଲତରେ ଶ୍ରୀ ଅଶ୍ବିନ କୁମାର ନାୟକ, ପରିବାର ଅଦାଲତ ଜଜଙ୍କ ନିର୍ଦେଶକ୍ରମେ ବେଞ୍ଚ ମେମ୍ବର ଶ୍ରୀ ସୂର୍ଯ୍ୟ ନାରାୟଣ ପଟ୍ଟନାୟକ, ସଙ୍ଘମିତ୍ରା ପଣ୍ଡାଙ୍କ ସହ କ୍ଲିନିକାଲ ସାଇକୋଲୋଜିଷ୍ଟ ସୁଶ୍ରୀ ଶ୍ୟାମାସୀକ୍ତା ନାୟକଙ୍କ ଦ୍ବାରା ହୋଇଥିବା ଏକ ମଧ୍ୟ ବୟସ୍କ ବୃଦ୍ଧ ଦମ୍ପତି ଶ୍ରୀ ହେମନ୍ତ କୁମାର ସାହୁ ( ୬୨ ବର୍ଷ) ଏବଂ ଶ୍ରୀମତୀ ବୈଜୟକ୍ତିମାଳା ସାହୁ (୫୫ ବର୍ଷ ) ମଧ୍ୟରେ ଆପୋସ ବୁଝାମଣାରେ ସମସ୍ୟାର ସମାଧାନ କରାଯାଇଥିଲା। ସେଇ ଦମ୍ପତି ବୈବାହିକ ଜୀବନ ସୁଚାରୁ ରୂପେ ନିର୍ବାହ କରିବା ପାଇଁ ରାଜି ହୋଇଛନ୍ତି। ଏଥିରେ ୨ୟ ଏମ.ଏ.ସି.ଟି ଶ୍ରୀ ରାମ ଶଙ୍କର ହୋତା, ୧ମ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଶ୍ରୀମତୀ ସଙ୍ଘମିତ୍ରା ଶର୍ମା, ୩ୟ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଡା, ଇନ୍ଦୁ ଶର୍ମା ମୋଟର ଦୁର୍ଘଟଣା ସମ୍ବନ୍ଧୀୟ ମକଦ୍ଦମା ର ସମାଧାନ ରେ ଅଂଶ ଗ୍ରହଣ କରିଥିଲେ। ରେଜିଷ୍ଟ୍ରାର ଶ୍ରୀ ସୁଶାନ୍ତ କୁମାର ମିଶ୍ରଙ୍କ ଉପସ୍ଥିତି ରେ ଶନିବାର ରାଷ୍ଟ୍ରୀୟ ଲୋକ ଅଦାଲତ ଜିଲ୍ଲା କୋର୍ଟ ସମେତ ଗଞ୍ଜାମର ଅନ୍ୟାନ୍ୟ କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ କୈଳାଶ ସାହୁ ଲୋକ ଅଦାଲତର ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here