ବେଗୁନିଆପଡା ବ୍ଲକ ଏନ ପି ଏସ ଶିକ୍ଷକ ସଂଘ ଗଠିତ

0
210

ବ୍ରହ୍ମପୁର,୧୩/୧୧/୨୦୨୨(ଟୁକୁନା ପ୍ରଧାନ)-: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ନୂତନ ପେନସନ ଭୁକ୍ତ ଯୋଜନା ଅନ୍ତର୍ଭୁକ୍ତ ଶିକ୍ଷକ ସଂଘ ପୁନର୍ଗଠିତ ହୋଇଯାଇଛି । ପ୍ରକାଶ ଚନ୍ଦ୍ର ଭୂୟାଁ ଙ୍କ ଆବାହକତ୍ଵରେ ଅନୁଷ୍ଠିତ ଏହି ବୈଠକରେ ବ୍ରଜ ପଣ୍ଡା ଓ ରାଜେନ୍ଦ୍ର ସେଠୀ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟ ପରିଚାଳନା କରିଥିଲେ । ସର୍ବସମ୍ମତି କ୍ରମେ ସଭାପତି ଭାବେ ଅନୀଲ କୁମାର ବିଶ୍ବାଳ, ଉପ ସଭାପତି ଭାବେ ଅଶ୍ୱିନୀ କୁମାର ପ୍ରହରାଜ, ନାରାୟଣ ଜେନା,ରବୀନ୍ଦ୍ର କୁମାର ସେଠୀ, ପଙ୍କଜ ବେହେରା, ସାଧାରଣ ସମ୍ପାଦକ ଭାବେ ସଞ୍ଜୟ କୁମାର ପାଣ୍ଡି, ସହ ସମ୍ପାଦକ ଭାବେ ଅଜିତ କୁମାର ମିଶ୍ର, ସଂଗଠନ ସମ୍ପାଦକ ଭାବେ ପ୍ରକାଶ ଚନ୍ଦ୍ର ଭୂୟାଁ, କୋଷାଧ୍ୟକ୍ଷ ଭାବେ ପି. କୃଷ୍ଣ ଚନ୍ଦ୍ର ଦୋରା, ଅଡିଟର ଭାବେ କୃଷ୍ଣ ଚନ୍ଦ୍ର ପାତ୍ର ଓ ଗଣମାଧ୍ୟମ ସଂଯୋଜକ ଭାବେ ରବୀନ୍ଦ୍ର ନାଥ ମହାରଣା ମନୋନୀତ ହୋଇଥିଲେ । ଏହା ସହିତ ଉପଦେଷ୍ଟା ଭାବେ ୧୧ ଜଣଙ୍କୁ ମନୋନୀତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here