ବ୍ୟଙ୍ଗ କବିତା ପୁସ୍ତକ ‘କୁକୁର ଶତକ’ ଉନ୍ମୋଚନ

0
147

ବ୍ରହ୍ମପୁର,୧୩.୧୧.୨୦୨୨: ଶନିବାର ଦିନ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଟାଉନ ହଲ୍ ପରିସରରେ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ର ମହାଧିବେଶନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ପୁସ୍ତକ ଉନ୍ମୋଚନ ଏବଂ ପ୍ରତିଭା ସମ୍ବର୍ଦ୍ଧନା ପ୍ରଦାନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ ନୂଆଁଗଡ଼ ଗ୍ରାମର ଟୁକୁନା ପ୍ରଧାନ ଙ୍କ ଲିଖିତ ବ୍ୟଙ୍ଗ କବିତା’ କୁକୁର ଶତକ’ ପୁସ୍ତକ ଉନ୍ମୋଚନ ହୋଇଯାଇଛି। ଏଥିରେ ଅତିଥି ଭାବେ ରାଜ୍ୟ ସରକାରଙ୍କର ପୂର୍ବତନ ଅର୍ଥମନ୍ତ୍ରୀ ଡଃ ପଞ୍ଚାନନ କାନୁନଗୋ, ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ସଭାପତି ଓଡିଶା ରାଜ୍ଯ ଆର୍ଯ୍ୟ ସମାଜ ଅଧକ୍ଷ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଗଜପତି ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ରୋମାଞ୍ଚଳ ଖମାରି, ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଡଃ ପ୍ରଫୁଲ୍ଲ ମହାନ୍ତି, ବିଶିଷ୍ଟ ସାମ୍ବାଦିକ ଓ ସ୍ତମ୍ଭକାର ପ୍ରଫେସର ହରିହର କାନୁନଗୋ, ଗଜପତି ଜିଲ୍ଲା ପରିଷଦ ଅଧକ୍ଷ ଜି . ତିରୁପତି ପାତ୍ର, ବିଶିଷ୍ଟ ବକ୍ତା ଓ ରାଜନୀତିଜ୍ଞ ବିଭୁତି ଜେନା, ବିପ୍ଲବୀ କବି ପ୍ରଶାନ୍ତ ମିଶ୍ର, ବିଶିଷ୍ଟ ସମାଲୋଚକ ତଥା ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ର ମହାସଚିବ ଦଣ୍ଡପାଣି ମହାପାତ୍ର କବି ପ୍ରମୋଦ ପଣ୍ଡା ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଓ ସାହିତ୍ୟ ଅନୁରାଗୀ ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here