ବ୍ରହ୍ମପୁର, ୧୪/୧୧/୨୦୨(ଟୁକୁନା ପ୍ରଧାନ) ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ସୁମଣ୍ଡଳ ନିକଟସ୍ଥ ବାଣିଆବାଡ଼ି ଛକ ନିକଟରେ ଏକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ନାମ ମିଥୁନ କୁମାର ପ୍ରଧାନ(୩୦)। ପ୍ରାପ୍ତ ସୂଚନା ଅନୁଯାୟୀ ମିଥୁନ ଏକ ଭିଡିଓ ସୁଟିଂ କାର୍ଯ୍ୟକ୍ରମ ସାରି ନିଜ ଘର ଭାଲିଆଝରକୁ ବିଳମ୍ବିତ ରାତିରେ ଫେରିବା ବେଳେ ବାଣିଆବାଡ଼ି ଛକ ଠାରେ ଦୁର୍ଘଟଣା ଘଟିଥିଲା । ପରେ ତାଙ୍କୁ ତୁରନ୍ତ ସୁମଣ୍ଡଳ ପରେ କୋଦଳା ମେଡିକାଲକୁ ନିଆଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବା ଯୋଗୁଁ ତୁରନ୍ତ ବ୍ରହ୍ମପୁର ମେଡିକାଲକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେଠାରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିବା ସହ ଶବ ବ୍ୟବଛେଦ କରି ପରିବାରକୁ ଶବ ହସ୍ତାନ୍ତର କରିଛି । ମିଥୁନ ଜଣେ ମୂର୍ତ୍ତି କାରିଗର ଓ ଫ୍ଲେକ୍ସ ଡିଜାଇନର ଏବଂ କ୍ରିକେଟ ଖେଳାଳୀ ହୋଇଥିବା ସହ ଜଣେ ପରୋପକାରୀ ଯୁବକ ଥିଲେ । ତାଙ୍କ ମୃତ୍ୟୁରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।