ବ୍ରହ୍ମପୁର,୧୫/୧୧/୨୦୨୨:
ରାଜ୍ୟ ତଥା ଗଞ୍ଜାମ ଜିଲ୍ଲା ର ବିଭିନ୍ନ ବିଭାଗ ରେ କାର୍ଯ୍ୟରତ ଆଉଟସୋର୍ସିଙ୍ଗ କର୍ମଚାରୀ ମାନେ ନିଜର ବହୁଦିନର ଦାବୀ ଆଉଟସୋର୍ସିଙ୍ଗ ଉଛେଦ ଓ ସ୍ଥାୟୀ ନିଯୁକ୍ତି ଦାବୀ କୁ ନେଇ ଆସନ୍ତା ନଭେମ୍ବର ୨୬ ରେ କାର୍ଯ୍ୟାବନ୍ଦ ଆନ୍ଦୋଳନ ଡାକରା ଦେଇଥିବା ବେଳେ ଚଳିତ ମାସ ୧୪ ତାରିଖ ଠାରୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ଷେତ୍ର ରେ ବ୍ଲାକବ୍ୟାଜ ପିନ୍ଧି ପ୍ରତିବାଦ ଜାରି ରଖିଛନ୍ତି ।ଏହି କ୍ରମ ରେ ଗତକାଲି ଠାରୁ ସମସ୍ତ ବିଭାଗ ର କର୍ମଚାରୀ ମାନେ ପ୍ରତ୍ୟହ ନିଜ ନିଜ ବିଭାଗ ର କାର୍ଯ୍ୟାଳୟ ଆଗରେ ନାରାବାଜି ଦେବାସହ କଳାବ୍ୟାଜ ପିନ୍ଧି କାର୍ଯ୍ୟ କରୁଛନ୍ତି I ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟାଳୟ,ସମସ୍ତ ସଦରମହକୁମା, ବ୍ଲକ ଓ ତହସିଲ କାର୍ଯ୍ୟାଳୟ, ସ୍ୱାସ୍ଥ୍ୟ ବିଭାଗ, ପରିମଳ ବିଭାଗ ର ସମସ୍ତ ଏନଏସି, ମ୍ୟୁନିସିପାଲିଟି,ଓ ମହାନଗର ନିଗମ,ଏମକେସିଜି ମେଡିକାଲ କଲେଜ, ନଗର ଚିକିତ୍ସାଳୟ, ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଶିକ୍ଷା ବିଭାଗ ର ସମସ୍ତ କର୍ମଚାରୀ ଓ ଏହାର ଅଧିନସ୍ଥ ଆଦର୍ଶ ବିଦ୍ୟାଳୟ, ବନ ବିଭାଗ ଓ ପାଖାପାଖି 30 ରୁ ଉର୍ଦ୍ଧ୍ୱ ବିଭାଗ ର ତିନିହଜାର ରୁ ଉର୍ଦ୍ଧ୍ୱ ଗ୍ରୁପ ‘ବି’,’ସି’ଓ ‘ଡି’ ଶ୍ରେଣୀର କର୍ମଚାରୀ ମାନେ ଏହି ପ୍ରତିବାଦ ରେ ସାମିଲ ହୋଇଛନ୍ତି Iଯଦି ସରକାର ଦାବିପୂରଣ ରେ ବିଳମ୍ବ କରନ୍ତି ତେବେ ଆସନ୍ତା ୨୬ ନଭେମ୍ବର ଭୁବନେଶ୍ୱର ଲୋୟାର ପି. ଏମ. ଜି. ଠାରେ ରାଜ୍ୟ ମହାସଂଘ ର ମିଳିତ ସମାବେଶ ରେ କାର୍ଯ୍ୟାବନ୍ଦ ଆନ୍ଦୋଳନ ଡାକରା ଦିଆଯିବା ପାଇଁ ନିଷ୍ପତି ହୋଇଛି ବୋଲି ରାଜ୍ୟ ଆବାହକ ପ୍ରତାପ ପ୍ରଧାନ, ଓଡିଶା ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ ଗଞ୍ଜାମ ଜିଲ୍ଲା ସଭାପତି ବିଜୟ କୁମାର ମଲ୍ଲିକ ଏବଂ ଜିଲ୍ଲା ସଂପାଦକ ବିନାୟକ ପତି ସୁଚନା ଦେଇଛନ୍ତି।