ଭୁବନେଶ୍ଵର, ତା୧୪-୧୧ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଗତ ମାସ ୧୫ ତାରିଖ ସନ୍ଧ୍ୟା ୬ ଘଟିକା ସମୟରେ ଏକ ଐତିହାସିକ ନିଷ୍ପତି ଘୋଷଣା କରିଥିଲେ। ଓଡିଶା ରେ ଦୀର୍ଘ ଦିନ ଧରି ପ୍ରଚଳିତ ଏକ କୁତ୍ସିତ ପ୍ରଥାର ଚୁକ୍ତି ଭିତ୍ତିକ ନିଯୁକ୍ତି ପ୍ରଥାର ବିଲୋପ କଲେ। କିନ୍ତୁ ରାଜ୍ୟର ବିଭିନ୍ନ ଅଫିସ ଦପ୍ତର ଓ ଅନ୍ୟାନ୍ୟ କ୍ଷେତ୍ରରେ କାମ କରୁଥିବା ଅସହାୟ ଆଉଟସୋର୍ସିଙ୍ଗ କର୍ମଚାରୀ ମାନଙ୍କ କ୍ଷେତ୍ରରେ ଅଦ୍ୟାବଧି କୌଣସି ନିଷ୍ପତି ନେଇ ନାହାନ୍ତି। ଆଶା ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ବର୍ଗର କର୍ମଚାରୀ ମାନଙ୍କୁ ମଧ୍ୟ ସମୟାନୁକ୍ରମେ ଉପଯୁକ୍ତ ନ୍ୟାୟ ଦେବେ । କିନ୍ତୁ ଅଦ୍ୟାବଧି ସରକାରଙ୍କ ତରଫରୁ କିଛି ନିଷ୍ପତି ନିଆଯାଇ ନାହିଁ ଯାହା ଫଳରେ କର୍ମଚାରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଲାଗିରହିଛି । ଏହି ପ୍ରତିବାଦରେ ରାଜ୍ୟ ଓ ସମସ୍ତ ଜିଲ୍ଲାର ପ୍ରତିନିଧି ମାନଙ୍କୁ ନେଇ ତା ୦୮-୧୧-୨୦୨୨ ରେ ଭୁବନେଶ୍ଵର ଠାରେ ଏକ ସଭା ଅନୁଷ୍ଠିତ ହୋଇ ଏଥିରେ ଆନ୍ଦୋଳନ ପାଇଁ ନିଷ୍ପତି ନିଆଯାଇଥିଲା । ଆସନ୍ତା ଏକ ସପ୍ତାହ ଭିତରେ କିଛି ନିସ୍ପତି ନନୀୟନ୍ତି ତେବେ ଆସନ୍ତା ନଭେମ୍ବର ୧୪ ରୁ ୧୯ ଅଫିସ ଦପ୍ତର ରେ କଳା ବ୍ୟାଜ ପରିଧାନ କରି କାର୍ଯ୍ୟ କରିବା ସହ ପ୍ରତିବାଦ ର ସ୍ଵର ଉଠାଇବେ ଏବଂ ନଭେମ୍ବର ୨୦ ତାରିଖ ଭିତରେ କିଛି ନିସ୍ପତି ନନେଲେ ତେବେ ୨୬ ତାରିଖରେ ରାଜ୍ୟ ର କୋଣ ଅନୁକୋଣରୁ ହଜାର ହଜାର କର୍ମଚାରୀ ମହାତ୍ମା ଗାନ୍ଧୀ ମାର୍ଗରେ ତାଙ୍କର ଶକ୍ତି ପ୍ରଦର୍ଶନ କରିବେ ବୋଲି ସଭାପତି ଶ୍ରୀଯୁକ୍ତ ସଞ୍ଜୟ ପଟ୍ଟନାୟକ କହିଥିଲେ ।ଆଜି ସଚିବାଳୟ ପଛ ପାଖ ଇଷ୍ଟେଟ କୋର୍ଟ ପ୍ରାଙ୍ଗଣରେ ଏକ ସହ ରୁ ଉର୍ଦ୍ଧ କର୍ମଚାରୀ କଳାବ୍ୟାଜ ପରିଧାନ କରି ପ୍ରତିବାଦ ର ସ୍ଵର ଗଣତାନ୍ତ୍ରିକ ଉପାୟରେ ଅବଲମ୍ବନ କରିବା ଆରମ୍ଭ କଲେ। ଏହି କାର୍ଯ୍ୟକ୍ରମ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ।ସ୍ୱଳ୍ପ ଦରମା ଓ ଅନିଶ୍ଚିତ ଭବିଷ୍ୟତ ମଧ୍ୟରେ ରାଜ୍ୟ ପାଇଁ ଦିନରାତିକୁ ଏକ କରି ଶାସନର ମେରୁଦଣ୍ଡ ସାଜିଥିବା ଆଉଟସୋର୍ସିଙ୍ଗ କର୍ମଚାରୀମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ଦୀର୍ଘ ଦିନର ଅବହେଳାକୁ ନେଇ କର୍ମଚାରୀ ମାନଙ୍କ ମଧ୍ୟରେ ଯେଉଁ ତିକ୍ତ ଅସନ୍ତୋଷ ପ୍ରକାଶ ପାଇଛି ତାହା ପରବର୍ତ୍ତୀ କାଳରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ ବୋଲି ଆଜି ରାଜ୍ୟ ରାଜଧାନୀ ଭୁବନେଶ୍ଵର ଠାରେ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ ପକ୍ଷରୁ ସରକାରଙ୍କୁ ସତର୍କ କରାଯାଇଛି। ଯେତେବେଳେ ଓଡିଶାର ଆର୍ଥିକ ଅବସ୍ତା ସ୍ଵଚ୍ଛଳ ନଥିଲା ସେହି ସମୟରେ ଓଡିଶା ସରକାର ସମସ୍ତ ପ୍ରକାର ନିଯୁକ୍ତି ପ୍ରକ୍ରିୟା ରଦ୍ଦ କରିବା ପାଇଁ ଡିଫଆଇଡି ସାଙ୍ଗେ ଚୁକ୍ତି କରିଥିଲେ। ସେହି ସମୟରେ କାର୍ଯ୍ୟର ଆବଶ୍ୟକତା ଆଳରେ, ପରୋକ୍ଷ ଭାବେ ଆଉଟସୋର୍ସିଙ୍ଗ ପ୍ରଥାକୁ ଆପଣେଇ ନେଲେ, ତାଙ୍କ ପାଖରେ ପ୍ରତି ଜିଲ୍ଲାରେ ନିଜର ନିୟୋଜନ ସଂସ୍ଥା ଥାଇ, ସେଇ ପ୍ରଥାକୁ ସେହି ସମୟର ଓଡିଶାର ଯୁବକ ଯୁବତୀ ଆପଣେଇ ନେଲେ । ଆଜି ରାଜ୍ୟରେ ବଳକା ବଜେଟ, ଯାହାର ଶ୍ରେୟ ଏହି ଆଉଟସୋର୍ସିଙ୍ଗ କର୍ମଚାରୀ ମାନେ । ସ୍ୱଳ୍ପ ଦରମା ଓ ଅନିଶ୍ଚିତ ଭବିଷ୍ୟତ ମଧ୍ୟରେ ରାଜ୍ୟ ପାଇଁ ଦିନରାତିକୁ ଏକ କରି ଶାସନର ମେରୁଦଣ୍ଡ ସାଜିଥିବା ଆଉଟସୋର୍ସିଙ୍ଗ କର୍ମଚାରୀମାନଙ୍କ ଭାଗ୍ୟ ଆଜି ଅନ୍ଧକାର ଭିତରେ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ବିନମ୍ର ଅନୁରୋଧ ଆଉଟସୋର୍ସିଙ୍ଗ କର୍ମଚାରୀ ମାନଙ୍କର ଦାବି ବିଷୟରେ ଯଥା ଶୀଘ୍ର ଆଲୋଚନା ମାଧ୍ୟମରେ ସମାଧାନ କରନ୍ତୁ ନଚେତ କର୍ମଚାରୀ ମାନେ ଶାନ୍ତିପୂର୍ଣ ଭାବରେ ଆନ୍ଦୋଳନକୁ ଓହ୍ଲେଇବେ।ଏହି ସଭାରେ ସଚିବାଳୟର ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ, ସଭାକୁ ସଂଘର ସଭାପତି ଶ୍ରୀଯୁକ୍ତ ସଞ୍ଜୟ ପଟ୍ଟନାୟକ, ପରିଚାଳନା କରିଥିଲେ।
Home ବ୍ରହ୍ମପୁର ସ୍ପେଶାଳ ଆଉଟ ସୋର୍ସିଙ୍ଗ କର୍ମଚାରୀ ମାନଙ୍କର ଆନ୍ଦୋଳନ ପାଇଁ ସଜବାଜ।ଆଜି ଦିତ୍ଵିୟ ଦିନରେ ପହଞ୍ଚିଲା କଳାବ୍ୟାଜ ପରିଧାନ