ଶିଶୁଦିବସ ଅବସରରେ କ୍ରାନ୍ତି ତରଫରୁ ରେଡ୍ ରୋଜ୍ ଚିଲ୍‌ଡ୍ରେନ୍ ଫେଷ୍ଟିଭାଲ୍ – ୨୦୨୨ ମହାସମାରୋହରେ ପାଳିତ

0
228

ବ୍ରହ୍ମପୁର,୧୫/୧୧/୨୦୨୨: ସ୍ଥାନୀୟ ବ୍ରହ୍ମାନଗର ୧ମ ସାରଣୀ ସ୍ଥିତ କ୍ରାନ୍ତି ଅନୁଷ୍ଠାନ ତରଫରୁ ଶିଶୁଦିବସ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେଡ୍ରୋଜ୍ ଚିଲ୍‌ଡ୍ରେନ୍‌ ଫେଷ୍ଟିଭାଲ୍ – ୨୦୨୨ ସ୍ଥାନୀୟ ହିଲ୍‌ପାଟଣା ସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଏସ୍ଏମ୍ଆଇଟି ଗ୍ରୁପ୍ ସଭାପତି ଡ. ଭଗବାନ ଗନ୍ତାୟତ ମୁଖ୍ୟ ଅତିଥିଭାବେ ଯୋଗ ଦେବା ସହ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ସମସ୍ତ ଅତିଥିମାନଙ୍କ ଗହଣରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିଥିଲେ । କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦେଶକ ଡଃ. ଦେବାନନ୍ଦ ଦାଶ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିବା ବେଳେ କାଲାମ୍ ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଚ୍ୟୁଟ୍‌ର ସମ୍ପାଦକ ସନ୍ତୋଷ କୁମାର ଜେନା, ନାଟ୍ୟକାର ଓ ସମାଜସେବୀ କେ. ବଳରାମ ଦାଶ, ଭୁବନେଶ୍ଵରୀ ଟ୍ରେଡିଙ୍ଗ୍‌ର ଏମ୍‌ଡି କଲ୍ୟାଣ ରଥ, ସିଟି ହାଇସ୍କୁଲ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅରୁଣ ଚାନ୍ଦ ଦାଶ, ଅବସରପ୍ରାପ୍ତ ଶିକ୍ଷକ ବିରୁପାକ୍ଷ ଦାଶ, ଅବସରପ୍ରାପ୍ତ ବ୍ୟାଙ୍କ ମ୍ୟାନେଜର
ପ୍ରଶାନ୍ତ କୁମାର ବାହିନିପତି, ଏମ୍ଏଭି ସ୍କୁଲ ଅଧ୍ୟକ୍ଷ ଦ୍ବାରିକାନାଥ ପଣ୍ଡା, ବ୍ରହ୍ମପୁର ମ୍ୟୁନିସିପାଲିଟି କର୍ପୋରେସନ୍‌ର କର୍ପୋରେଟର୍ ସଞ୍ଜିତ୍ ପାଣିଗ୍ରାହୀ, ପ୍ରଶାନ୍ତ କୁମାର ପଟ୍ଟନାୟକ, ଯୁବ ବ୍ୟବସାୟୀ ସମୀର କୁମାର ମିଶ୍ର ଓ ମିହିର୍ କୁମାର ଶତପଥ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇ ବିଦ୍ୟାର୍ଥମାନଙ୍କୁ ଶିଶୁଦିବସର ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇବା ସହ ଉତ୍ସାହିତ କରିଥିଲେ ।ସାଂସ୍କୃତିକ କାର୍ଯ୍ୟକ୍ରମରେ କ୍ରାନ୍ତି ଅନୁଷ୍ଠାନ, ଓଡ଼ିୟାନ୍ ଗୁରୁକୁଲ, ଲିଟିଲ୍ ସ୍କୋଲାର୍ ପ୍ଲେ ସ୍କୁଲ, କେ.ସି. ହାଇସ୍କୁଲ, ସନ୍‌ରାଇଜ୍ କିଡ୍
ପ୍ଲେ ସ୍କୁଲ୍, କିଡ୍‌ଜି ସ୍କୁଲ, ସେଣ୍ଟ୍‌ ଭିନ୍‌ସେଣ୍ଟ୍‌ କନ୍‌ଭେଣ୍ଡ୍ ସ୍କୁଲ, ଜସ୍ମିନ୍ ଡ୍ୟାନ୍ସ ଏକାଡ଼େମୀର କୁନି କୁନି ଛାତ୍ରଛାତ୍ରୀମାନେ ଦଳଗତ ନୃତ୍ୟ
ପରିବେଷଣ କରିଥିଲେ । କ୍ରାନ୍ତି ଅନୁଷ୍ଠାନର କୁନି କଳାକାରମାନଙ୍କ ଦ୍ଵାରା ପରିବେଷିତ ‘ସାମି ସାମି’ ନୃତ୍ୟ ଦର୍ଶକମାନଙ୍କ ବେଶ୍ ମନଛୁଆଁ ହୋଇପାରିଥିଲା । ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର ପ୍ରାୟ ଏକହଜାର ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ
କରିବା ସହ କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ବାରା ମାନପତ୍ର ସହ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ସମସ୍ତ ଦର୍ଶକମାନେ ଆଗ୍ରହର ସହ କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହ କୁନି କୁନି କଳାକାରମାନଙ୍କୁ ଉତ୍ସାହିତ କରିଥିଲେ । ଦଳଗତ ନୃତ୍ୟ ପ୍ରତିଯୋଗିତାରେ ଲିଟିଲ୍ ସ୍କୋଲାର୍ ସ୍କୁଲ୍ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ କେସି ପବ୍ଲିକ ସ୍କୁଲ ଓ ଜସ୍ମିନ୍ ଡ୍ୟାନ୍ସ ଏକାଡ଼େମୀ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ । ଏହି ଅବସରରେ ଡିଏଭି ସ୍କୁଲର ୫ମ ଶ୍ରେଣୀ ଛାତ୍ରୀ ସାଇ ଆରାଧା ରଥଙ୍କୁ ତାଙ୍କର ଓଡ଼ିଶୀ ନୃତ୍ୟ, ମୋଡେଲିଙ୍ଗ୍ ଓ ଦେଶର ବିଭିନ୍ନ ସ୍ଥାନରେ ଉଚ୍ଚ ପ୍ରଶଂସିତ ହୋଇଥିବା ଯୋଗୁଁ କ୍ରାନ୍ତି ତରଫରୁ ଶିଶୁ କୃତି ପ୍ରତିଭା-୨୦୨୨ ମାନପତ୍ର ପ୍ରଦାନ କରାଯାଇଥିଲା ।ଆଇଏସ୍‌ଆର୍‌ଡି, ଚାଇଲ୍ଡ ଲାଇନ୍ ଓ ଖୁସି ଗୋଲ୍ଡ ମସଲା ମିଳିତ ସହଯୋଗରେ ଏହି କାର୍ଯ୍ୟକୟମ ଅନୁଷ୍ଠିତ ହୋଇଥିଲା ।କାର୍ଯ୍ୟକ୍ରମରେ ଅଧ୍ୟାପିକା ମୋନାଲିସା ଦାସ ଉଦ୍‌ଘୋଷକ ଦାୟୀତ୍ବ ତୁଲାଇଥିବା ବେଳେ କ୍ରାନ୍ତି ଅନୁଷ୍ଠାନର ସଞ୍ଜୟ କୁମାର ରଥ,ଦେବରାଜ ରାଉତ, ନିର୍ମଳା ଦାଶ, ମାନସ ରଞ୍ଜନ ରଥ, ଲିଙ୍ଗରାଜ ପଟ୍ଟନାୟକ, ଅନିଲ୍ କୁମାର ସେଠୀ, ସରୋଜ କୁମାର ସାହୁ,ମନୋଜ କୁମାର ସାହୁ, ବିନାୟକ ପ୍ରସାଦ ନାୟକ, ସ୍ନିଗ୍ଧା ମହାରଣା, ପ୍ରେମାନନ୍ଦ ପଣ୍ଡା, ଗୀତା ସାହୁ, ଚର୍ଚ୍ଚିକା ଦାଶ, ସ୍ଵାଧୀନ ସାହୁ, ପ୍ରିତି ସାହୁ, ଚିନ୍ମୟାନନ୍ଦ ଦାଶ ଓ ବିଦ୍ୟାପତିଙ୍କ ସମେତ ଅନ୍ୟ ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here