କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ। ପଦ୍ମପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟିକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ଏକ ଛଳନା:ଜୟନାରାୟଣ ମିଶ୍ର

0
102

ପଦ୍ମପୁର/ଭୁବନେଶ୍ୱର,୧୬/୧୧/୨୦୨୨: ବରଗଡ ଜିଲ୍ଲାରେ ରାଜ୍ୟ ସରକାର ଓ ବୀମା କମ୍ପାନୀ ଦ୍ୱାରା ପ୍ରଦାନ କରାଯାଇ ଥିବା ତୃଟିପୂର୍ଣ୍ଣ ଅମଳ ପରୀକ୍ଷା ଉପରେ ଧର୍ମେନ୍ଦ୍ର ପ୍ରଧାନ ଦୃଷ୍ଟି ଆକର୍ଷଣ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ବରଗଡ ଜିଲ୍ଲା ପଦ୍ମପୁରର ଚାଷୀମାନେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ବୀମାରାଶି ପାଇବା ସହ ଓଡ଼ିଶାର ଚାଷୀମାନେ ରାଜ୍ୟ ସରକାରଙ୍କ ଚକ୍ରାନ୍ତରୁ ମୁକ୍ତି ପାଇଛନ୍ତି । ପଦ୍ମପୁରର ଚାଷୀମାନଙ୍କ ସମସ୍ୟାକୁ ସମାଧାନ କରିଥିବାରୁ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଦେଇଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।ରାଜ୍ୟ ସରକାର ଚାହୁଁଥିଲେ ଚାଷୀମାନେ ସେମାନଙ୍କର ଫସଲବୀମା ନପାଆନ୍ତୁ ସେଥିପାଇଁ ସେମାନେ କ୍ରପ କଟିଙ୍ଗ ରିପୋର୍ଟରେ ଜାଣିଶୁଣି ଫସଲ କ୍ଷତିକୁ କମ୍ କରୁଥିଲେ, ଟେକନିକାଲ ଆଡଭାଇଜରି କମିଟି କରିନଥିଲେ । ଏବେ କେନ୍ଦ୍ର କୃଷିମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଚାଷୀମାନେ କ୍ଷତିପୂରଣ ରାଶି ପାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରକୃଷିମନ୍ତ୍ରୀଙ୍କୁ ଏକ ଚିଠି ଲେଖି ବୀମା କମ୍ପାନୀଙ୍କ ସ୍ୱାର୍ଥରେ ରାଜ୍ୟ ସରକାରଙ୍କ ଅଧିକାରୀମାନେ କିଭଳି ଚାଷୀମାନଙ୍କର ଫସଲ କ୍ଷତିକୁ କମ୍ କରିଦେଇଛନ୍ତି ଏହା ଉପରେ ଚାଷୀମାନଙ୍କର ଥିବା ଅଭିଯୋଗ ଉପରେ ତଦନ୍ତ ଦାବି କରିଛନ୍ତି ।ପଦ୍ମପୁର ଜିଲ୍ଲା ଘୋଷଣା ପ୍ରସଙ୍ଗରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତରରେ ଜୟନାରାୟଣ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ସବୁବେଳେ ପଶ୍ଚିମଓଡିଶା ଲୋକଙ୍କୁ ମିଛ କୁହନ୍ତି । ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀଙ୍କର ପ୍ରତିଶ୍ରୁତି କୁଆଡେ ଗଲା । ପଦ୍ମପୁରକୁ ଜିଲ୍ଲା ଘୋଷଣା ଦାବି ଅନେକ ବର୍ଷର ପୁରୁଣା ଦାବି । ଏନେଇ ବିଜେପି ମଧ୍ୟ ଅନେକ ଦିନ ଧରି ଆନ୍ଦୋଳନରେ ସାମିଲ ଅଛି । ଆଜି ହଠାତ୍ ପଦ୍ମପୁର ଉପନିର୍ବାଚନ କୁ ଦେଖି ଜିଲ୍ଲା କ୍ରିୟାନୁଷ୍ଠାନ କମିଟିକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ଏକ ଛଳନା । ଯେଉଁ ରାଜ୍ୟ ସରକାର ପଦ୍ମପୁରକୁ ସବ୍‌ଡିଭିଜନ ଘୋଷଣା କରିବା ପାଇଁ ରାଜି ନଥିଲେ ସେମାନେ ଆଜି ଜିଲ୍ଲା ଘୋଷଣା କଥା କହି ପଦ୍ମପୁରବାସୀଙ୍କୁ କେବଳ ଛଳନା ଓ ପ୍ରତାରଣା କରୁଛନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି ।ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଶ୍ରୀ ମୁକେଶ ମହାଲିଙ୍ଗ ଓ ବରଗଡ ଜିଲ୍ଲା ସଭାପତି ଶ୍ରୀ ଅଶ୍ୱିନୀ ଷଡଙ୍ଗୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here