ରାଗିଂ ଭିଡିଓ ଭାଇରାଲ, ଜଣେ ଛାତ୍ର ଅଟକ

0
162

ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ ଜୁନିଅର କଲେଜର କିଛି ଛାତ୍ର ଜଣେ ଛାତ୍ରୀଙ୍କୁ ର‌୍ୟାଗିଂ କରୁଥିବା ନେଇ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । କଲେଜର କିଛି ଛାତ୍ରଛାତ୍ରୀ ଏକତ୍ରିତ ହୋଇ ଜଣେ ଛାତ୍ରୀଙ୍କୁ ଅଶ୍ମିଳ ଭାଷାରେ ଗାଳିଗୁଲଜ କରୁଥିବା ଉକ୍ତ ଭାଇରାଲ ଭିଡିଓ ରେ ଦେଖିବାକୁ ମିଳିଥିଲା । ଏଥିରେ ଛାତ୍ର ଜଣଙ୍କ ଅନ୍ୟ କିଛି ଛାତ୍ର ଛାତ୍ରୀଙ୍କ ସହ ଅଶ୍ଳୀଳ ଭାଷା ପ୍ରୟୋଗ କରି ଗାଳି ଦେବା ସହ ମାନସିକ ନିର୍ଯ୍ୟତନା ଦେଉଥିବା ଦେଖିବାକୁ ମିଳିଛି । ଏହାସହ ଜୋର୍ ଜବରଦସ୍ତ ଆଇ ଲଭ୍ ୟୁ କହିବା ପାଇଁ ମଧ୍ୟ ବାଧ୍ୟ କରୁଥିବା ଶୁଣିବାକୁ ମିଳୁଛି । ଏହା ସହ ଏହାକୁ ମୋବାଇଲ ମାଧ୍ୟମରେ କିଛି ଛାତ୍ରଛାତ୍ରୀ ଭିଡିଓ ମଧ୍ୟ ଉତ୍ତୋଳନ କରୁଥିବା ଦେଖିବାକୁ ମିଳଛି ।ଉକ୍ତ ଭିଡିଓ ଟି ଆଜି ଭାଇରାଲ ହେବା ପରେ ବଡ଼ ବଜାର ଥାନା ପୋଲିସର ଏକ ଟିମ ସଂପୃକ୍ତ କଲେଜକୁ ଯାଇ ତଦନ୍ତ କରିଥିଲେ । ତଦନ୍ତ ବେଳେ ମୁଖ୍ୟ ଅଭିଯୁକ୍ତ ହରିଡାଖଣ୍ଡି ସ୍ଥିତ ଶକ୍ତି ନଗର ର ଅଭିଶେକ ନାହାକ(୨୪ ବର୍ଷ) ଏବଂ ଉକ୍ତ କଲେଜର ଯୁକ୍ତ ତିନି ଶେଷ ବର୍ଷ ଛାତ୍ର ବୋଲି ପୋଲିସ କୁ ଜଣାପଡିଛି । ପୋଲିସ ଅଭିଶେକଙ୍କୁ ଥାନାକୁ ଆଣି ପଚାରା ଉଚୁରା କରିବା ସହ ଘଟଣା ସମ୍ପର୍କରେ ଜେରା କରିଥିଲା। ପରେ ଏନେଇ ବଡ ବଜାର ଥାନା ପୋଲିସ ଏକ ମାମଲା ରୁଜ୍ଜୁ କରି ଅଭିଶେକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ପୋଲିସ ଅଧିକା ତଦନ୍ତ ଜାରୀ ରଖିଛି ।ପୂର୍ବରୁ ମଧ୍ୟ ଉକ୍ତ ଛାତ୍ର ନାମରେ ବଡବଜାର ଥାନା ରେ କେଶ.ନଂ 44 dt.4.3.2022 U/s294/323/324/341/354(B)/506 IPC ଗିରଫ ହୋଇଥିବା ବ୍ରହ୍ମପୁର ଏସପି ସୁଚନା ଦେଇଛନ୍ତି । ଆଜିର ଘଟଣାରେ ମଧ୍ୟ ସୁପ୍ରିମକୋର୍ଟ ନିର୍ଦ୍ଦେଶନାମା ଅନୁଯାୟୀ ଆଣ୍ଟିର‌୍ୟାଗିଂ ଆଇନ ଅନୁସାରେ ଉକ୍ତ ଛାତ୍ରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ତଥା ଫୈଜଦାର ମାମଲା ଗ୍ରହଣ କରାଯିବ ବୋଲି ଏସପି ସୁଚନା ଦେଇଛନ୍ତି

LEAVE A REPLY

Please enter your comment!
Please enter your name here