ଅଗ୍ନିବୀରବାୟୁ ପରୀକ୍ଷା ନିମେନ୍ତ ପଞ୍ଜିକରଣ ଜାରି।ପ୍ରଥମ ଥର ପାଇଁ ଏହି ପରୀକ୍ଷାରେ ମହିଳା ପ୍ରାର୍ଥୀମାନେ ଭାଗ ନେଇପାରିବେ

0
189

ଭୁବନେଶ୍ୱର, ୧୭/୧୧/୨୦୨୨:
ଅଗ୍ନିବୀରବାୟୁ ନିଯୁକ୍ତି ପାଇଁ ଅନ୍‌ଲାଇନ୍ ପରୀକ୍ଷା ଆସନ୍ତା ୨୦୨୩ ଜାନୁଆରୀ ୧୮ରୁ ୨୪ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ଏହି ପରୀକ୍ଷା ନିମନ୍ତେ ଅନ୍‌ଲାଇନ୍‌ରେ ପଞ୍ଜୀକରଣକୁ ଅନିବାର୍ଯ୍ୟ କରାଯାଇଛି ।ପ୍ରଥମ ଥର ପାଇଁ ଏହି ପରୀକ୍ଷାରେ ମହିଳା ପ୍ରାର୍ଥୀମାନେ ଭାଗନେଇପାରିବେ ।ଏଥି ନିମନ୍ତେ ଅନ୍‌ଲାଇନ୍‌ରେ ନାମ ପଞ୍ଜିକରଣ ନଭେମ୍ବର ୭ରୁ ଆରମ୍ଭ ହୋଇଛି ଏବଂ ଏହା ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀମାନଙ୍କ ପାଇଁ ଖୋଲା ରହିବ । ୨୦୦୨ ଜୁନ୍‌ ୨୭ରୁ ୨୦୦୫ ଡିସେମ୍ବର ୨୭ ତାରିଖ ମଧ୍ୟରେ ଜନ୍ମିତ ପ୍ରାର୍ଥୀମାନେ ଏହି ରାଲିରେ ଅଂଶଗ୍ରହଣ କରିପାରିବେ ।
ଯୁକ୍ତ-୨ ବିଜ୍ଞାନରେ ଗଣିତ, ପଦାର୍ଥ ବିଜ୍ଞାନ ଓ ଇଂରାଜୀରେ ୫୦ ପ୍ରତିଶତ ନମ୍ବର ସହିତ ମୋଟ ୫୦ ପ୍ରତିଶତ ନମ୍ବର ରଖୁଥିବା ପ୍ରାର୍ଥୀ ରାଲିରେ ଭାଗ ନେବା ପାଇଁ ଯୋଗ୍ୟ ହେବେ |
https://agnipathvayu.cdac.in ୱେବ୍‌ସାଇଟ୍‌ରେ ଲଗ୍‌ଇନ୍‌ କରି ପ୍ରାର୍ଥୀମାନେ ପଞ୍ଜିକରଣ କରିବା ସହ
ଅଧିକ ସୂଚନା ପାଇପାରିବେ ।

LEAVE A REPLY

Please enter your comment!
Please enter your name here