ବୁଗୁଡା, ୧୭/୧୧/୨୦୨୨ :ବୁଗୁଡା ବ୍ଳକ ଅନ୍ତର୍ଗତ ଗୋଲିଆ ଗ୍ରାମର ଶ୍ରୀ ଶ୍ରୀ ଲଙ୍ଗଳେଶ୍ବର ପାଠାଗାର ପରିସରରେ ବ୍ରହ୍ମପୁର ରୁବି ଚକ୍ଷୁ ଚିକିତ୍ସାଳୟ ଓ ବୁଗୁଡା ରୁବି ଭିଜନ୍ ସେଣ୍ଟର ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଶିବିର ସଂଯୋଜକ ସନାତନ ବେହେରାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ମାଗଣା ଚକ୍ଷୁ ପରଳ ଚିକିତ୍ସା ଶିବିରକୁ ବୁଗୁଡା ବ୍ଳକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ ଯୋଗଦେଇ ରୋଗୀଙ୍କୁ ଉତ୍ସାହିତ କରି ଥିଲେ।ପଞ୍ଜିକୃତ କରିଥିବା ୨୩ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇ ସେମାନଙ୍କ ମଧ୍ୟରୁ ୨୧ ଜଣ ରୋଗୀଙ୍କ ପରଳ ଚିହ୍ନଟ ହୋଇଥିଲା। ସେମାନଙ୍କୁ ବ୍ରହ୍ମପୁର ରୁବି ଆଇ ହସ୍ପିଟାଲକୁ ଅସ୍ତ୍ରୋପଚାର ପାଇଁ ନିଆଯାଇଥିଲା। ଗୋଲିଆ ଗ୍ରାମବାସୀଙ୍କ ସହଯୋଗ ଓ ଷ୍ଟାଫ୍ ନିବେଦିତା ମହାନ୍ତି, ବିକାଶ ପ୍ରଧାନ, ରାକେଶ ରଞ୍ଜନ ବେହେରା, ଜ୍ଯୋତି ରଞ୍ଜନ ନାୟକ ପ୍ରମୁଖ ଚକ୍ଷୁ ପରୀକ୍ଷା କରିବା ସହିତ ଶିବିର ପରିଚାଳନାରେ ସହଯୋଗ କରିଥିଲେ।
ରିପୋର୍ଟ: ଅନିଲ କୁମାର ମହାରଣା