ବ୍ରହ୍ମପୁର, ୧୭/୧୧/୨୦୨୨: ଦିବ୍ୟ ଜୀବନ ସଂଘ ମହିଳା ଶାଖା ତରଫରୁ ପବିତ୍ର ବିଚ୍ଛା ସଂକ୍ରାନ୍ତି ଉପଲକ୍ଷେ ବରିଷ୍ଠ ଗୁରୁ ଭାଇ ଅରୁଣ କୁମାର ଦାଶଙ୍କ ତତ୍ତ୍ୱାବଧାନରେ ହନୁମାନ ଚାଳିଶା ମହା ଆଡ଼ମ୍ବରରେ ପାଠ କରାଯାଇଛି। ସଦଗୁରୁ ଶିବାନନ୍ଦ ସରସ୍ବତୀ ମହାରାଜଙ୍କ ମହତ୍ ବାଣୀ ସେବାକୁ ଆଧାର କରି ନାରାୟଣ ସେବା ସହିତ ସ୍ଥାନୀୟ ଗାନ୍ଧୀନଗର ସ୍ଥିତ ଅନାଥାଶ୍ରମର ସମସ୍ତ ଅନ୍ତେବାସୀଙ୍କୁ ସ୍ଵାଦିଷ୍ଟ ଭୋଜନ ବଣ୍ଟନ କରାଯାଇଥିଲା। ସଂଧ୍ୟାବେଳେ ଆଶ୍ରମ ପରିସରରେ ପୂଜା ପାଉଥିବା ଗୁରୁ ଗୋବିନ୍ଦଙ୍କ ଆରତୀ ସହିତ ସାମୂହିକ ସୁନ୍ଦରକାଣ୍ଡ ପାଠ କରାଯାଇଥିଲା। ଏହି ସବୁ ଦିବ୍ୟ କାର୍ଯ୍ୟକ୍ରମକୁ ସଂଘର ରବୀନ୍ଦ୍ର କୁମାର ଦାଶ, ଶାନ୍ତିଭୁଷଣ ପଣ୍ଡା, ମମତା ମହାପାତ୍ର, ସରସ୍ଵତୀ ପାଣିଗ୍ରାହୀ, ଶ୍ରୀନିବାସ ପାତ୍ର, ମୁନା ପାଣିଗ୍ରାହୀ, ଅଲେଖ ବେହେରା, ପ୍ରମିଳା ମହାରଣା, ଶଙ୍କର, ସକୁନ୍ତଳା ପ୍ରଭୃତି ପରିଚାଳନା କରିଥିଲେ। ଏହି ଅବସରରେ ଆଶ୍ରମର ୨୦୨୩ ମସିହାର କ୍ୟାଲେଣ୍ଡର ଉନ୍ମୋଚନ କରାଯାଇଥିଲା।