ବ୍ରହ୍ମପୁର, ୧୮/୧୧/୨୦୨୨(ଟୁକୁନା ପ୍ରଧାନ)-:ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜପଲ୍ଲୀ ଠାରୁ ଗୁଣ୍ଡୁରିପଲ୍ଲୀ ରାସ୍ତାର ବାଘମରା ନାଳ ନିକଟରେ ଏକ ହତ୍ୟାକାଣ୍ଡ ରେ ଜଣେ କ୍ୱାକଙ୍କର ମୃତ୍ୟୁ ହୋଇଛି । ହତ୍ୟା ଘଟାଇ ପ୍ରମାଣ ନଷ୍ଟ ପାଇଁ ଦୁର୍ବୁତ୍ତ ଶବକୁ ମାଟିରେ ପୋତି ତା ଉପରେ ଡାଳ ବିଛାଇ ଚାଲିଯାଇଛି । ମୃତକ ଜଣଙ୍କ ହେଉଛନ୍ତି କୋଦଳା ଥାନା ଅନ୍ତର୍ଗତ ସାଙ୍କୁଡା ଗ୍ରାମର ଜୟ ମହାନ୍ତି (୬୨)। ଜୟ ଦୀର୍ଘଦିନ ହେବ ବାଦପଲ୍ଲୀ ପଂଚାୟତର ବିଭିନ୍ନ ଗ୍ରାମକୁ ଯାଇ ଚିକିତ୍ସା କରୁଥିଲେ । ଆଜି ଜୟ ନିଜର ସାଇକେଲ ଓ ବ୍ୟାଗ ଧରି ଗୁଣ୍ଡୁରିପଲ୍ଲୀ ଅଭିମୁଖେ ଅପରାହ୍ନରେ ଯାଇଥିଲେ । ସନ୍ଧ୍ୟା ପୂର୍ବରୁ ହଠାତ ଖବର ଆସିଲା ଗୁଣ୍ଡୁରିପଲ୍ଲୀ ଠାରୁ ଖୋଜପଲ୍ଲୀ ରାସ୍ତାର ଏକ ଶଙ୍ଖ ନିକଟରେ ଜୟ ପଡିରହିଛନ୍ତି । ନିଜ ଗ୍ରାମ ସାଙ୍କୁଡା ର କିଛି ବ୍ୟକ୍ତି ସେଠାକୁ ଯିବା ପରେ ସେହି ସ୍ଥାନରେ ଜୟଙ୍କର ସାଇକେଲ ଓ ଚପଲ ପଡିଥିବା ବେଳେ ଜୟଙ୍କର ଶରୀର ସେଠାରେ ନଥିଲା । ଖଲ୍ଲିକୋଟ ଥାନା ଓ ଭେଜିପୁଟ ଫାଣ୍ଡି ପୋଲିସ ଖବର ପାଇ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ବିଭିନ୍ନ ସ୍ଥାନ ଖୋଜିବା ପରେ ଜୟଙ୍କର ମୃତ ଶରୀର ଏକ ବିଲର ମାଟି ତଳେ ପୋତା ହୋଇ ତାହା ଉପରେ ଡାଳ ପତ୍ର ପଡିଥିବାର ଦେଖି ସେହି ମାଟି ସୁଡଙ୍ଗ ଭିତରୁ ତାଙ୍କୁ ଉଦ୍ଧାର କରିଛନ୍ତି । ହତ୍ୟାକାଣ୍ଡର କାରଣ ଜଣା ପଡିନଥିବା ବେଳେ କେଉଁ କାରଣରୁ ତାଙ୍କୁ ହତ୍ୟା କରାଗଲା ତାହାର କାରଣକୁ ପୋଲିସ ଖୋଜୁଛି।ଅପର ପକ୍ଷରେ ଏହା ପୂର୍ବ ଶତ୍ରୁତା ନା ତାଙ୍କଠାରୁ ପଇସା ଲୁଟିବା ପାଇଁ କୌଣସି ଦୃବର୍ତ୍ତ ତାଙ୍କୁ ହତ୍ୟା କରିଛି ତାହା ତଦନ୍ତ ପରେ ଜଣାପଡିବ ।
Home ବ୍ରହ୍ମପୁର ସ୍ପେଶାଳ ଗୁଣ୍ଡୁରିପଲ୍ଲୀ ଠାରୁ ଖୋଜପଲ୍ଲୀ ରାସ୍ତାରେ କ୍ୱାକଙ୍କୁ ହତ୍ୟା ,ହତ୍ୟା ପରେ ଶବକୁ ମାଟିରେ ପୋତିଦେଲେ ଦୁର୍ବୁତ୍ତ...