କୋଦଳା ପୋଲିସ କବ୍ଜାରେ ଲୁଟେରା

0
193

ବ୍ରହ୍ମପୁର,୧୯/୧୧/୨୦୨୨ (ଟୁକୁନା ପ୍ରଧାନ) ଲୋନ୍ କରାଇଦେବା ନାମରେ ଠକାମି କରି ନୀରିହ ଲୋକଙ୍କ ଠାରୁ ଲୁଟୁଥିବା ଜଣେ ଲୁଟେରା ଏବେ ପୋଲିସ କବ୍ଜାରେ। ଗଞ୍ଜାମ ଜିଲ୍ଲା କୋଦଳା ଥାନା ପୋଲିସ ଜଣେ କୁଖ୍ୟାତ ସୁନା ଅଳଙ୍କାର ଠକେଇକୁ ଗିରଫ କରିଛି। ଲୋନ୍ କରାଇଦେବି କହି ଠକାମି କରି ନୀରିହ ଲୋକଙ୍କୁ ଚୂନ ଲଗାଉଥିଲା ଏହି ଲୁଟେରା । ଏଥିପାଇଁ ସେ ବିଭିନ୍ନ ପ୍ରକାରର ଫର୍ମୁଲା ଆପଣାଉଥିଲା । ଲୋନ୍ ଅର୍ଥ ରାଶି କରାଇଦେବା ନାମରେ ଗରିବ ନିରୀହ ଲୋକଙ୍କ ଠାରୁ ପ୍ରଥମେ ଅଗ୍ରିମ ଟଙ୍କା ନେଇ ଚମ୍ପଟ ମାରୁଥିଲା । ଯାହାର ଟଙ୍କା ନଥିବ ସୁନା ବ୍ଯାଙ୍କ ରେ ବନ୍ଧକ ରଖିବ ବୋଲି କହି ଲୋକଙ୍କୁ ବ୍ଯାଙ୍କକୁ ନେଉଥିଲା । ଆଉ ସେଠାରୁ କୌଶଳ କ୍ରମେ ସୁନା ନେଇ ଚମ୍ପଟ ମାରୁଥିଲା ଏହି ଠକ ବ୍ଯକ୍ତି ଜଣଙ୍କ । ଏହି ବ୍ଯକ୍ତିର ନାମ ଜ୍ଞାନ ରଞ୍ଜନ ଦାସ ଏବଂ ବୟସ ୫୪ ବର୍ଷ ହୋଇଥିବା ବେଳେ ଘର ପୁରୀ ଜିଲ୍ଲା ଗୋପାଳପୁର ବୋଲି ଜଣାପଡିଛି । ତା ନାମରେ ଗଞ୍ଜାମ ଜିଲ୍ଲାର ଛତ୍ରପୁର, ପୋଲସରା, କୋଦଳା ଥାନାରେ ୮ ଟି ମାମଲା ରହିଛି । ଏହି ଠକ ଠାରୁ ପ୍ରାୟ ୨୦ ଲକ୍ଷ ଟଙ୍କାର ବିଭିନ୍ନ ପ୍ରକାରର ସୁନା ଓ ରୂପା ଅଳଙ୍କାର ସହିତ ନଗଦ ୪୪୦୦ ଟଙ୍କା ଜବତ ହୋଇଥିବା ନେଇ ଆଜି କୋଦଳା ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସଡିପିଓ ରଜନୀକାନ୍ତ ସାମଲ । ଏଥିସହିତ ତାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ସୂଚନା ମିଳିଛି । ଏହି ସାମ୍ବାଦିକ ସମ୍ମିଳନୀରେ ରେ କୋଦଳା ଥାନାଧିକାରୀ ଉମାକାନ୍ତ ସାହୁ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here