ମର୍ମନ୍ତୁଦ ସଡ଼କ ଦୁର୍ଘଟଣା,୩ କଲେଜ ଛାତ୍ରୀ ଙ୍କ ଉପରେ ମାଡିଗଲା କାର

0
226

ବ୍ରହ୍ମପୁର,୨୦/୧୧/୨୦୨୨: ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭାଟକୁମରଡ଼ା ନିକଟ ପାଗଳବାବା ଛକରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତାରେ ଯାଉଥିବା ଛାତ୍ରୀଙ୍କ ଉପରେ ମାଡ଼ି ଗଲା କାର।ଏଭଳି ଭୟଙ୍କର ଦୁର୍ଘଟଣା ର ଲାଇଭ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଗୋଟାଏ କାର ଦୃତ ଗତିରେ ଆସି ୩ କଲେଜ ଛାତ୍ରୀଙ୍କୁ ଧକ୍କା ଦେଇଛି । ଘଟଣାଟି ଗଞ୍ଜାମ ପୁରୁଷୋତ୍ତମପୁର ରାସ୍ତାର ହୋଇଥିବା ବେଳେ, ଗତକାଲି ଘଟଣାଟି ହୋଇଛି । ଏଥିରେ ତିନିଜଣ ଛାତ୍ରୀ ଆହତ ହୋଇଥିବା ଜଣାପଡିଛି ।ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟରାସ୍ତାର ଭାବନ୍ଧ ଛକଠାରେ କାର୍‌ ନଂ ଓଡି ୦୭ଏନ ୨୯୩୬ ଦ୍ରୁତ ଗତିରେ ଆସି ରାସ୍ତା ପାର୍ଶ୍ବରେ ଥିବା ଏକ ପାନ ଦୋକାନ ମଧ୍ୟକୁ ପଶିଯାଇଥିଲା। ଏହି ସମୟରେ ବସ୍‌ରୁ ଓହ୍ଲାଇ ଦୋକାନ ସମ୍ମୁଖରେ ନରେନ୍ଦ୍ରପୁର କ୍ଷେତ୍ରମୋହନ ବିଜ୍ଞାନ କଲେଜର ଛାତ୍ରୀ ସୁମିତ୍ରା ସାମଲ (୧୬) ଇତିଶ୍ରୀ ପ୍ରଧାନ (୧୬) ଶୁଭଶ୍ରୀ ନାହାକ (୧୬) ଠିଆ ହୋଇଥିବା ବେଳେ ତାଙ୍କୁ ମଧ୍ୟ ଧକ୍କା ଦେଇଥିଲା। ଫଳରେ ସମସ୍ତ ଛାତ୍ରୀ ଆହତ ହୋଇଛନ୍ତି। ଉପସ୍ଥିତ ଲୋକେ ଘଟଣାସ୍ଥଳରୁ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଭାଟକୁମରଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଖବର ପାଇ ପୁରୁଷୋତ୍ତମପୁର ପୋଲିସ ଘଟଣାସ୍ଥଳକୁ ଯାଇ ଗାଡ଼ି ଜବତ କରିବା ସହ ତଦନ୍ତ ଚଳାଇଛନ୍ତି।

LEAVE A REPLY

Please enter your comment!
Please enter your name here