ବ୍ରହ୍ମପୁର,୨୧/୧୧/୨୦୨୨:
ସମ୍ପ୍ରତି ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକରେ ରେଗିଙ୍ଗ ବୃଦ୍ଧି ପାଇଛି।ମୁଖ୍ୟତଃ ଛାତ୍ରୀ ମାନେ ବହୁ ସଂଖ୍ୟାରେ ଶିକାର ହେଉଛନ୍ତି।ଏହା ଫଳରେ ଅନେକ ଛାତ୍ର ଛାତ୍ରୀ ବହୁ ବିପଦର ସମ୍ମୁଖୀନ ହେଉଛନ୍ତି।ଏହା ନିରୀହ ଛାତ୍ରଙ୍କ ଭବିଷ୍ୟତ ଓ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି।ତେଣୁ ରେଗିଙ୍ଗ ଵିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏସ ଏଫ ଆଇ ଓ ଡିଓ୍ବାଇଏଫଆଇ ପକ୍ଷରୁ ସରକାରଙ୍କ ପାଖରେ ଦୃଢ଼ ଦାବୀ କରାଯାଇଛି।ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ,ଆଣ୍ଟି ରେଗିଙ୍ଗ କମିଟି ଗଠନ କରିବା,୨୦୦୯ ମସିହା ୟୁଜିସି ଗାଇଡ଼ ଲାଇନକୁ କାର୍ଯ୍ୟକାରୀ କରିବା, ଛାତ୍ର ଓ ଅଭିଭାବକ ମାନଙ୍କ ଅଭିଯୋଗ ଶୁଣିବା ପାଇଁ ବ୍ୟବସ୍ଥା କରିବା ଏବଂ ରେଗିଙ୍ଗରେ ସମ୍ପୃକ୍ତ ଛାତ୍ରଛାତ୍ରୀ ମାନଙ୍କୁ ଦୃଷ୍ଟାନ୍ତ ମୂଳକ ଦଣ୍ଡ ବିଧାନ କରିବା ପାଇଁ ଦାବୀ କରାଯାଇଛି।ଆଜି ଭାରତର ଛାତ୍ର ଫେଡରେସନ ଓ ଭାରତର ଗଣତାନ୍ତ୍ରିକ ଯୁବ ଫେଡରେସନ ପକ୍ଷରୁ କମାପଲ୍ଲି ଛକଠାରେ ଏକ ପ୍ରତିବାଦ ସଭା କରିବା ସହିତ ବ୍ରହ୍ମପୁର ଏସପି ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରି ଆଲୋଚନା କରିଥିଲେ।ବ୍ରହ୍ମପୁର ଏସପି ରେଗିଙ୍ଗ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।ଆଜିର ଏହି କାର୍ଯ୍ୟକ୍ରମରେ ଯୁବନେତା ଗୋକୁଳ ତ୍ରିପାଠୀ, ଲୋକନାଥ ଖୁଣ୍ଟିଆ, ରଞ୍ଜନ ପାତ୍ର, ତ୍ରିଲୋଚନ ପ୍ରଧାନ, ଅଜିତ ପାଣିଗ୍ରାହୀ, ଶ୍ରୀଧର ସ୍ୱାଇଁ,ଅଜୟ ଗୌଡ଼, ଛାତ୍ର ନେତା ଚନ୍ଦନ ସ୍ୱାଇଁ ଓ ଅସୀମ ଜ୍ୟୋତି ଦାସ ପ୍ରମୁଖ ନେତୃତ୍ୱ ନେଇଥିଲେ।
Home ବ୍ରହ୍ମପୁର ସ୍ପେଶାଳ ଶିକ୍ଷାନୁଷ୍ଠାନରେ ରେଗିଙ୍ଗ ବନ୍ଦ କରିବା ଦାବିରେ ଏସ ଏଫ ଆଇ ଓ ଡିଓ୍ବାଇଏଫଆଇ ପକ୍ଷରୁ ଏସପି...