ବ୍ରହ୍ମପୁର,୨୧/୧୧/୨୦୨୨ ( ଟୁକୁନା ପ୍ରଧାନ) ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ସ୍ଥିତ ସତସଙ୍ଗ ବିହାର ପରିସରରେ ସୋମବାର ଦିନ ସନ୍ଧ୍ୟାରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଆତ୍ମଜ ଶ୍ରୀ ଶ୍ରୀ ବଡଦା ଙ୍କର ଶୁଭ ୧୨୨ ତମ ଜନ୍ମ ଦିବସ ମହୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର କାର୍ଯ୍ୟସୂଚୀ ଅନୁଯାୟୀ ପ୍ରାତଃ ବିନତି ପ୍ରାର୍ଥନା,ଜନ୍ମଲଗ୍ନ ଘୋଷଣା,ସନ୍ଧ୍ୟା ବିନତି ପ୍ରାର୍ଥନା, ଗ୍ରନ୍ଥ ପାଠ, ଭଜନ, କୀର୍ତ୍ତନ, ସଦା ଆଲୋଚନା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ନୀତି ଆଦର୍ଶ ଏବଂ ଭାବାଦର୍ଶ ବିଷୟରେ ଆଲୋଚନା ହୋଇଥିଲା । ଏଥିସହିତ ଶ୍ରୀ ଶ୍ରୀ ବଡଦା ଙ୍କ ଜୀବନୀ, ଅଲୌକିକ ଶକ୍ତି ବିଷୟରେ ଆଲୋଚନା ମଧ୍ଯ ହୋଇଥିଲା । ଶେଷରେ ସମସ୍ତଙ୍କ ପାଇଁ ପ୍ରସାଦସେବନ ର ଆୟୋଜନ ହୋଇଥିଲା । ଏଥିରେ ଶତାଧିକ ଗୁରୁଭାଇ ଓ ମାଆ ମାନେ ଯୋଗଦେଇଥିଲେ ।