ପୋଲସରା ରାଜନୀତି ବିଜ୍ଞାନ ଛାତ୍ରଙ୍କ ବୃକ୍ଷ ରୋପଣ।

0
159

ପୋଲସରା, ୨୧/୧୧/୨୦୨୨: ଗଂଜାମ ଜିଲ୍ଲା ଅନ୍ତର୍ଗତ ପୋଲୋସରା ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ରାଜନୀତି ବିଜ୍ଞାନ ବିଭାଗର ଦ୍ୱିତୀୟ ଓ ଶେଷ ବର୍ଷର ଛାତ୍ରମାନଙ୍କ ମିଳିତ ଉଦ୍ୟମରେ ଅର୍ଥ ଯୋଗାଡ଼ କରି ଛାୟାପ୍ରଦ ବାଦାମ ଚାରା କ୍ରେକରି ରୋପଣ କରିଥିବା ଜଣାପଡ଼ିଛି। ରାଜନୀତି ବିଜ୍ଞାନ ବିଭାଗର ଦ୍ୱିତୀୟ ବର୍ଷର ଛାତ୍ର ଶଙ୍କରର୍ଷଣ ପ୍ରଧାନଙ୍କ ତତ୍ତ୍ୱାବଧାନରେ ପରିବେଶ ସୁରକ୍ଷା ପାଇଁ ନିଜସ୍ୱ ଅର୍ଥ ରୁ ବାଦାମ ଚାର ଆଣି ମିଳିତ ଭାବେ ଛାତ୍ର ମାନେ ଗାତ ଖୋଲି ବୃକ୍ଷ ରୋପଣ କରିଥିଲେ ଏହି କାର୍ଯ୍ୟରେ ଦ୍ୱିତୀୟ ଓ ଶେଷ ବର୍ଷର ଛାତ୍ର କବିରାଜ ଗୌଡ, ଆଶିଷ ସାହୁ, ସିନୁ ବିଷୋୟୀ, ପବିତ୍ର ସାହୁ, କାହ୍ନୁ ବିଷୋୟୀ, ରାମେଶ୍ୱର ସାହୁ ସହଯୋଗ କରିଥିଲେ। ବୃକ୍ଷ ରୋପଣ କରି ପରିବେଶ ସୁରକ୍ଷା ପ୍ରତି ମନ ବଳାଇ ଥିବା ବେଳେ ଏହା ଅନ୍ୟ ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରେରଣା ଯୋଗାଇଛି ।ଏହା ସହିତ ଆଗାମୀ ଦିନରେ ମିଳିତ ପ୍ରଚେଷ୍ଟାରେ ଆହୁରି ବୃକ୍ଷ ରୋପଣ କରିବା ପାଇଁ ନିଷ୍ପତ୍ତି ନେବା ସହ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ବୃକ୍ଷ ରୋପଣ କରିବା ପାଇଁ ନିବେଦନ ମଧ୍ୟ କରିଛନ୍ତି। ଛାତ୍ରମାନେ ପରିବେଶ ପ୍ରତି ସୁରକ୍ଷା ପାଇଁ ଆଗଭର ହୋଇଥିବା ଜାଣି ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।
ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here