ବ୍ରହ୍ମପୁର,୨୨/୧୧/୨୦୨୨ (ଟୁକୁନା ପ୍ରଧାନ) ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ । ଗଞ୍ଜାମ ଜିଲ୍ଲା କୋଦଳା ତହସିଲରେ କାର୍ଯ୍ୟରତ ରାଜସ୍ବ ସହାୟକ ସଞ୍ଜୟ କୁମାର ସେଠୀ ଭିଜିଲାନ୍ସ କବ୍ଜାରେ । କୋଦଳା ତହସିଲ ଅନ୍ତର୍ଗତ ବି. ନୂଆଗାଁର ଦଣ୍ଡପାଣି ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଘରବାରି ପଟା କରାଇଦେବା ନାମରେ ୬ ହଜାର ଟଙ୍କା ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ତାଙ୍କୁ ମାଡି ବସିଛି। ପୂର୍ବରୁ ଏନେଇ ଭିଜିଲାନ୍ସ ନିକଟରେ ଦଣ୍ଡପାଣି ଅଭିଯୋଗ କରିବା ପରେ ଯୋଜନା ମୁତାବକ ସଞ୍ଜୟଙ୍କୁ କୋଦଳା କକା ହୋଟେଲ୍ ଠାରେ ଟଙ୍କା ଦେବାକୁ ଡାକିଥିଲେ ଅଭିଯୋଗକାରୀ ଦଣ୍ଡପାଣି । ୬ ହଜାର ଟଙ୍କା ସହ ବାଦାମ୍ ଓ ମୁଗ ନେଉଥିବା ବେଳେ ଭିଜିଲାନ୍ସ ଧରିଥିଲା । ଏହାପରେ ସଞ୍ଜୟଙ୍କୁ ତହସିଲ କାର୍ଯ୍ଯାଳୟକୁ ଆଣି ତନାଘନା କରିବା ପରେ ବ୍ରହ୍ମପୁର ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଛି ।