ବ୍ରହ୍ମପୁର,୨୨/୧୧/୨୦୨୨:ସ୍ଥାନୀୟ ଲାଞ୍ଜିପଲି ଠାରେ ଥିବା ଦିଲ୍ଲୀ ପବ୍ଲିକ ସିନିୟର ସେକେଣ୍ଡରି ଏବଂ ରୋଲଣ୍ଡ ଫାର୍ମାସି କଲେଜ ପରିସରରେ ରୋଲଣ୍ଡ ଶିକ୍ଷନୁଷ୍ଠାନ ସମୂହର ପ୍ରତିଷ୍ଠାତା ସ୍ବର୍ଗତ ଜାମୁଲା ସୂର୍ଯ୍ୟାରାଓ ଙ୍କ ଜନ୍ମ ଦିବସ ଅବସରରେ ସଦଭାବନା ଦିବସ ପାଳନ ସହ ରାଓଙ୍କ ପ୍ରତିମୂର୍ତ୍ତି ଉନ୍ମଚନ କରିବା ଏବଂ ଡ଼ି ପି ଏସ ଏସର ଅଧକ୍ଷ ବୈକୁଣ୍ଠନାଥ ପଟ୍ଟନାୟକଙ୍କ ଦ୍ୱାରା ରଚିତ ସୂର୍ଯ୍ୟା ରାଓଙ୍କ ଉପରେ ଲିଖିତ ପୁସ୍ତକକୁ ଉନ୍ମୋଚନ କରିଥିଲେ । ସମ୍ମାନିତ ଅତିଥି ଭାବେ ରୋଲଣ୍ଡ ଜୁନିୟର କଲେଜର ପୂର୍ବତନ ଅଧକ୍ଷ ବି. ବି. ପାଣିଗ୍ରାହୀ, ନିର୍ଦେଶିକା ଜେ. ଜୟଲକ୍ଷ୍ମୀ, ଡ଼.ସୁନୀଲ କୁମାର କୋଟା, ଡ଼. ସୃତି ଓ ଇପାରି ଶିବପ୍ରସାଦ ଯୋଗ ଦେଇଥିଲେ l ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ସ୍ବର୍ଗତ ରାଓଙ୍କ ବ୍ୟକ୍ତିତ୍ୱ ଓ ଗୁଣାବଳୀ ଉପରେ ଆଲୋକପାତ କରିଥିଲେ l ସେହିପରି ରୋଲଣ୍ଡ ଫର୍ମାସୀ କଲେଜ ପରିସରରେ ମଧ୍ୟ୍ୟ ଏହି ଦିବସଟିକୁ ବହୁ ଆଡମ୍ବର ସହକାରେ ପାଳନ କରାଯାଇଥିଲା ।ଏହି ଅବସରରେ କଲେଜ ପରିସରରେ ମୁଖ୍ୟ ଅତିଥିଭାବେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼. ଶ୍ରାବଣା ବିବେକ ଏମ ଓ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ମହାନଗର ନିଗମ କମିଶନର ଜେ. ସୋନାଲ ଯୋଗଦେଇ ସ୍ବର୍ଗତ ରାଓଙ୍କ ପ୍ରତିମୂର୍ତ୍ତି ଉନ୍ମଚନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ମଞ୍ଚାସୀନ ଅତିଥି ମାନେ ସ୍ବର୍ଗତ ରାଓଙ୍କ ସୃତିଚାରଣ କରିଥିଲେ ।ଅନୁଷ୍ଠାନର ଅଧକ୍ଷ ପ୍ରଫେସର ଡ଼. ବି ଭି ଭି. ରବି କୁମାର ଓ ଉପାଦକ୍ଷ ସି.ହେଚ. ନିରଞ୍ଜନ ପାତ୍ର ସ୍ବର୍ଗତ ରାଓ ଆମ ପାଇଁ ପ୍ରେରଣାର ଉତ୍ସ ବୋଲି ବିବେଚନା କରିଥିଲେ l