କଙ୍କୋରଡା ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଉଚ୍ଚ ଶିକ୍ଷାରେ ଜ୍ଞାନ କୌଶଳର ଦକ୍ଷତା ବୃଦ୍ଧି ନେଇ ଦୁଇ ଦିନିଆ ଜାତୀୟ କର୍ମଶାଳା ଆୟୋଜିତ

0
279

ବ୍ରହ୍ମପୁର ,୨୪/୧୧/୨୦୨୨ : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଅଧୀନ କଙ୍କୋରଡ଼ା ସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଗତ ୨୨ ଓ ୨୩ ତାରିଖ ଦୁଇଦିନ ଧରି ଆଇକ୍ୟୁଏସି ସୌଜନ୍ୟରୁ ପ୍ରଚଳିତ ଉଚ୍ଚ ଶିକ୍ଷାରେ ଜ୍ଞାନ କୌଶଳ ଜନିତ ଦକ୍ଷତା ବୃଦ୍ଧିକୁ ନେଇ ଏକ ଆନ୍ତର୍ଜାତିକ କର୍ମଶାଳା ଆୟୋଜିତ ହୋଇଯାଇଛି । ଆୟୋଜିତ ଏହି ଜାତୀୟ କର୍ମଶାଳାରେ କେନ୍ଦ୍ର ସରକାରଙ୍କ ପ୍ରଚଳିତ ଶିକ୍ଷାନୀତିରେ ଶିକ୍ଷାଦାନ ଓ ଶିକ୍ଷାଗ୍ରହଣରେ ସଂସ୍କାର ସହ ଶିକ୍ଷାଦାନର ଗୁଣବତ୍ତାକୁ ନେଇ ଅଧ୍ୟାପକଙ୍କ ଶିକ୍ଷାଦାନ ପ୍ରଣାଳୀ ଏବଂ ଶିକ୍ଷାର୍ଥୀଙ୍କ ଶିକ୍ଷାଗ୍ରହଣର ତରିକାକୁ ନେଇ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ଅତିଥି ଅଧ୍ୟାପକଙ୍କ ସହ ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟ ଅଧୀନ ବିଭିନ୍ନ ମହାବିଦ୍ୟାଳୟର ଶିକ୍ଷାର୍ଥୀଙ୍କ ଭାବ ବିନିମୟତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କଙ୍କୋରଡ଼ା କଲେଜ ଅଧକ୍ଷ ଡ଼ଃ ପ୍ରକାଶ ଚନ୍ଦ୍ର ଜେନାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କର୍ମଶାଳାର ପ୍ରଥମ ଦିବସରେ ଉଚ୍ଚ ଶିକ୍ଷାବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଲଷ୍ମୀକାନ୍ତ ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଝାଡ଼ଖଣ୍ଡ ଅରମାଂଝି ରାଞ୍ଚି କଲେଲ ବାଣିଜ୍ୟ ବିଭାଗ ମୁଖ୍ୟ ପ୍ରଫେସର ରାମ କୁମାର ମାହାତୋ ମୁଖ୍ୟବକ୍ତା ଭାବେ ମଞ୍ଚାଷୀନ ରହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଏହାର ଅନ୍ତର୍ନିହିତ ଭାବାବେଗକୁ ନେଇ ସାରଗର୍ଭକ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଅଧ୍ୟାପକ ଡଃ ସନ୍ତୋଷ କୁମାର ପାଢୀଙ୍କ ସଂଯୋଜନାରେ ଆୟୋଜିତ ଏହି କର୍ମଶାଳାକୁ ମହାବିଦ୍ୟାଳୟ ଆଇକ୍ୟୁଏସି ସଂଯୋଜୀକା ଅଧ୍ୟାପିକା ଡଃ ସସ୍ମିତା କୁମାରୀ ସାହୁ ସହ ସଂଯୋଜକ ଭାବେ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ l ଆୟୋଜିତ ଭାବ ବିନିମୟତା କାର୍ଯ୍ୟକ୍ରମର ଆଲୋଚନା ଚକ୍ରରେ ରାଞ୍ଚି, ଝାଡ଼ଖଣ୍ଡ , ଭୀଷ୍ମଗିରି , ପାଟପୁର , ମୟୁରଭଞ୍ଜ , ସୋରଡ଼ା ଓ ସିଟି କଲେଜ ଆଦିର ଅଧ୍ୟାପକଙ୍କ ସହ ସଂପୃକ୍ତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ସମୂହ ଅଂଶ ଗ୍ରହଣ କରିଥିଲେ । ଆୟୋଜିତ ଦ୍ଵିତୀୟ ଦିନର କାର୍ଯ୍ୟକ୍ରମରେ ବିଶ୍ଵବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କବାଡି, ବ୍ୟାଡମିଣ୍ଟନ , ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତାମାନ ଆୟୋଜିତ ହୋଇଥିଲା । ଉଦଯାପନୀ ଉତ୍ସବର ମୁଖ୍ୟ ଅତିଥିଭାବେ ଭାବେ ସହ ଅଧ୍ୟାପକ ମଞ୍ଜୁରନ ନାଜ଼ୀ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ସହ ମାନପତ୍ର ପ୍ରଦାନ କରିଥିଲେ । ଆୟୋଜିତ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମକୁ ଡ଼ଃ ସନ୍ତୋଷ କୁମାର ପାଢ଼ୀ, ଡ଼ଃ ସସ୍ମିତା କୁମାରୀ ସାହୁ ଡ଼ଃ ରବୀନ୍ଦ୍ର ବେହେରା, ଡ଼ଃ ଅଶୋକ ନାୟକ, ମନୋଜ କୁମାର ଭୂୟାଁ, ସୁଶାନ୍ତ ପଣ୍ଡାଙ୍କ ସମେତ ସମସ୍ତ କର୍ମଚାରୀ ପରିଚାଳନା ଗତ ସହଯୋଗ କରିଥିଲେ l ପରିଶେଷରେ ଅଧ୍ୟାପିକା ସ୍ଵାଗତିକା ମହାଙ୍କୁଡ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here