ବ୍ରହ୍ମପୁର, ୨୫/୧୧/୨୦୨୨:
ଦ୍ଵିତୀୟ ସର୍ଵ ଭାରତୀୟ ବହୁଭାଷୀ ଲଘୁ ନାଟକ ଓ ଲୋକନୃତ୍ୟ ମହଛୋବ ବ୍ରହ୍ମପୁର ସଂସ୍କୃତି ଭବନ ଠାରେ ଶାଶ୍ୱତୀ ପ୍ରଗତିଶୀଳ ନାଟ୍ୟ ସଂସ୍ଥା ପକ୍ଷରୁ ଶୁକ୍ରବାର ଠାରୁ ଆରମ୍ଭ ହୋଇଯାଇଛି । ଶାଶ୍ୱତୀ ନାଟ୍ୟ ସଂସ୍ଥାର ୩୨ ତମ ସ୍ୱନେକ୍ଷେତ୍ର ଏବଂ ଶାଶ୍ୱତୀ ରଙ୍ଗ ମହୋତ୍ସବ ,୨୦୨୨ ପାଳନ ଅବସରରେ ଅନୁଷ୍ଠିତ ଏହି ଦିବସର ଉଦଘାଟନ କରି ଓଡିଶା ଯୋଜନା ବୋର୍ଡ଼ ସଦଶ୍ୟ ଡ଼.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ କହିଥିଲେ ଯେ ବ୍ରହ୍ମପୁର ସହରରେ ନାଟ୍ୟ କଳା ବିକାଶ ଦିଗରେ ଅନେକ ସଂସ୍ଥା ପକ୍ଷରୁ ପ୍ରତିବର୍ଷ କାର୍ଯ୍ୟକ୍ରମ ହେଉଛି, ଏହି ନାଟକ ପରିବେଷଣ ଦ୍ୱାର ସ୍ଥାନୀୟ ଯୁବ କଳାକାର ବହୁ ସଂଖ୍ୟାରେ ଆଗ୍ରହ ପ୍ରକାଶ କରୁଛନ୍ତି ଏହା ନାଟକ ସକାଶେ ଶୁଭଙ୍କର, ଦ୍ଵିତୀୟ କଥା ହେଲା ସର୍ଵ ଭାରତୀୟ ନାଟକ ପରିବେଷଣ ଦ୍ୱାରା ଏଠାର କଳାକାର ଓ ଦର୍ଶକ ଗଣ ବହୁତ ଭଲ ନାଟକ ଦେଖିବାର ସୁଯୋଗ ପାଇବେ । ଦର୍ଶକଙ୍କ ମାନସିକ ସ୍ୱାସ୍ଥ୍ୟର ଉନ୍ନତି ଦିଗରେ ନାଟକ, ସଙ୍ଗୀତ ଓ ନୃତ୍ୟ ଏକ ମାଧ୍ୟମ । ଶାଶ୍ୱତୀ ଅନୁଷ୍ଠାନର ଉପଦେଷ୍ଟା ରବି ନାରାୟଣ ବେହେରାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉଦଘାଟନ ମହୋତ୍ସବରେ ଅନ୍ୟ ତମ ଅତିଥି ରୂପେ ସତୀଶ ପାତ୍ର ଯୋଗଦେଇ ଏଭଳି ବହୁଭାଷୀ ନାଟକ ଆମ ଅଞ୍ଚଳରେ ହେବାଦ୍ୱାର ଆମ କଳାକାର ନାଟକର ଅଗ୍ରଗତି ସମ୍ପର୍କରେ ସୂଚନା ପାଇପାରିବେ ଓ ସ୍ଥାନୀୟ କଳାକାରଙ୍କ ବିକାଶ ହୋଇପାରିବ । ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ଅନୀଲ କୁମାର ପାତ୍ର ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ବ୍ରହ୍ମପୁର ସହରର ସମସ୍ତ ନାଟ୍ୟ ଅନୁଷ୍ଠାନ ଏକାଠି ହେଲେ ଆଗକୁ ଏଭଳି ଅନେକ କାର୍ଯ୍ୟକ୍ରମ ହୋଇପାରିବ ବୋଲି ମତ ରଖିଥିଲେ । ମଂଚ ପ୍ରତିଭା ଅଶୋକ କର ନାଟକ ଓ ଦର୍ଶକଙ୍କ ଅଭିରୁଚି ସମ୍ପର୍କରେ ଅବଗତ କରାଇଥିଲେ ।
ତିନିଦିନ ଧରି ଚାଲିବାକୁ ଥିବା ଏହି ନାଟକ ମହୋତ୍ସବର ପ୍ରଥମ ଦିନରେ ସୁହାନି କ୍ରିୟସନ ସୁରଳ ର କଳାକାର ମାନଙ୍କ ଦ୍ୱାର ଓଡ଼ିଆ ନାଟକ ଦୁର୍ଦଶା ପରିବେଷଣ ହୋଇଥିଲା ।ଏହି ନାଟକଟିକୁ ଯୁଧିଷ୍ଠିର ଭଞ୍ଜ ରଚନା କରିଥିବା ବେଳେ ଡ଼. ତିରୁପତି ସାହୁ ନିର୍ଦେଶନା ଦେଇଥିଲେ । ଡ୍ରାମା ଟର୍ଜୀ ଆର୍ଟ ଆଣ୍ଡ କୂଳଚୁରାଲ ସୋସାଇଟି ଦିଲ୍ଲୀ ଦ୍ୱାର ପ୍ରସ୍ତୁତ ହିନ୍ଦୀ ନାଟକ ଦୋ ପୁଟ ଇଞ୍ଚ ପରିବେଷଣ ହୋଇଥିଲା ଯେ ଜେ.ପେ. ସେକସେନା ଏହାକୁ ରଚନା କରିଥିଲେ ଏବଂ ସୁନିଲ ଚୌହାନ ନିର୍ଦେଶନା ଦେଇଥିଲେ । ଅନ୍ୟଦୃଷ୍ଟି ଦ୍ୱାରା ଓଡ଼ିଆ ନାଟକ ମସିହା ୨୦୭୨ ସୋମନାଥ ବେହେରାଙ୍କ ରଚିତ ଓ ନିର୍ଦେଶନା ରେ ପରିବେଷଣ ହୋଇଥିଲା । ଶାଶ୍ୱତୀ ଅନୁଷ୍ଠାନର ସଭାପତି ରାମ ଚନ୍ଦ୍ର ଶାସମଲ ଙ୍କ ପରିଚାଳନାରେ ସ୍ବର୍ଗତ ଦୁର୍ଗାଚରଣ ପଟ୍ଟନାୟକ ସମ୍ମାନରେ ବରିଷ୍ଠ ସଦଶ୍ୟ ନାଟ୍ୟ ପ୍ରେମି ପ୍ରକାଶ ପଟ୍ଟନାୟକ ଏବଂ ସଙ୍ଗୀତ ଓ କଳା ପ୍ରେମି ଏସ. ମନ୍ନ୍ମଥ କୁମାର ଙ୍କୁ ସମ୍ମାନୀତ କରାଯାଇଥିଲା । ପରିଶେଷରେ ଶାଶ୍ୱତୀ ଅନୁଷ୍ଠାନର ସମ୍ପାଦକ ସୁନୀଲ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।