ମହିଳା ହିଂସାକୁ ନାଁ କହିବା – ମହିଳା ବିରୁଦ୍ଧରେ ହେଉଥିବା ଯେକୌଣସି ପ୍ରକାର ହିଂସା କୁ ଆମ୍ଭେ ବରଦାସ୍ତ କରିବା ନହିଁ ।

0
156

ବ୍ରହ୍ମପୁର,୨୬ /୧୧/୨୦୨୨ : ମହିଳା ହିଂସା ମୁକ୍ତ ସମାଜ ଗଠନ କରିବା ନିମନ୍ତେ, ମହିଳାଙ୍କ ପ୍ରତି ସମ୍ମାନ , ସଚେତନ ଓ ସମ୍ମାନର ଅଧିକାର ଏବଂ ସର୍ବପରି ସୁଯୋଗ ପ୍ରଦାନ ଆଜିର ସମାଜରେ ମହିଳା ସଶକ୍ତିକରଣ ନିମନ୍ତେ ବିବିଧ କାର୍ଯ୍ୟକ୍ରମର ଆୟୋଜନ ହେଉଛି । ଏହା ପରେ ମଧ୍ୟ ଘରେ ଘରେ ମହିଳାଙ୍କ ପ୍ରତି ବିଭିନ୍ନ ପ୍ରକାର ଜଘନ୍ୟ କାଣ୍ଡ ମଧ୍ୟ ଘଟୁଛି । ସୁପ୍ରଭା ଦେବୀ କନିଷ୍ଟ ବିଦ୍ୟାଳୟରେ ଉକ୍ତ ବିଦ୍ୟାଳୟର ଅଧ୍ୟକ୍ଷ୍ୟା ଶ୍ରୀମତୀ ସୁପ୍ରଭା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅୟୋଜିତ ଆଇଏସଆରଡ଼ି – ୱାନ ସ୍ଟପ (ସଖୀ ) ତରଫରୁ ପାଳିତ “ମହିଳା ହିଂସାକୁ ନାଁ କହିବା “ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଥିଲେ । ମହିଳାଙ୍କ ପ୍ରତି ହୋଉଥିବା ହିଂସା ବିରୁଦ୍ଧରେ ମତ ପ୍ରକାଶ ବା ପ୍ରତିକ୍ରିୟା ପ୍ରକଟ କରିବା ଆବଶ୍ୟକ ବୋଲି ସେ କହିଥିଲେ । ଏହି କାର୍ଯ୍ୟ କ୍ରମରେ କନିଷ୍ଠ ବିଦ୍ୟାଳୟର ଛାତ୍ରୀ ମାନଙ୍କ ସହ ଉକ୍ତ ଅଞ୍ଚଳର କିଶୋରୀ ବାଳିକା ମାନେ ଯୋଗଦେଇ ଥିଲେ । ୱାନ ସ୍ଟପ ସେଣ୍ଟର (ସଖୀ) ରା କର୍ମକର୍ତ୍ତା ଘରୋଇ ହିଂସା, ଆତ୍ମାନିର୍ଭରଶୀଳ, ବାଲ୍ୟ ବିବାହ ବିରୋଦ୍ଧ କରିବା ପାଇଁ ବାର୍ତ୍ତା ଦେଇଥିଲେ ।ପୂର୍ବାହ୍ନ ୬ଘଣ୍ଟ ସମୟ ଠାରୁ ୮ ଘଣ୍ଟ ସମୟ ମଧ୍ୟରେ ଖଲ୍ଲିକୋଟ ମହାବିଦ୍ୟାଳୟର ଖେଳ ପଡିଆ ମଧ୍ୟରେ ହସ୍ତାକ୍ଷର ଅଭିଯାନ କରାଯାଇଥିଲା ଏଥିରେ ବ୍ରହ୍ମପୁର ସହରର ବୁଦ୍ଧିଜୀବି ଓ ଖେଳପ୍ରେମୀ ମାନଙ୍କ ସହ ଜନସାଧାରଣ ଯୋଗଦେଇ ଦସ୍ତଖତ କରିଥିଲେ ।ଆଇଏସଆରଡ଼ି ନିର୍ଦେଶକ ଶ୍ରୀଯୁକ୍ତ ସୁଧୀର ସାବତଙ୍କ ନେତୃତ୍ଵରେ ୱାନ ସ୍ଟପ ସେଣ୍ଟର (ସଖୀ)ର କେନ୍ଦ୍ର ପରିଚାଳିକା ମହେଶ୍ଵତା ପାଢୀଙ୍କ ସହ ଅନ୍ୟ କର୍ମକର୍ତ୍ତା ମିଳିତ ସହଯୋଗ କରିଥିଲେ ଯଥା ତମ୍ବାଳି ନାୟକ, ସ୍ନେହାମାୟୀ ପାଢୀ, ଅରୁଣୀ ନାୟକ,ଏବଂ ଲିପିକା ଜେନା ତଥା ଚାଇଲ୍ଡଲାଇନ ସଦସ୍ୟ ଉପସ୍ଥିତ ଥିଲେ । ଶେଷରେ ସମସ୍ତେ ହିଂସା ମୁକ୍ତ ମହିଳା ସମାଜ ଗଠନ କରିବା ପାଇଁ ଦୃଢ ପ୍ରତିଜ୍ଞା ନେଲେ ।

LEAVE A REPLY

Please enter your comment!
Please enter your name here