ରାମନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ସଂସ୍ଥା ଆନୁକୂଲ୍ୟରେ ସମ୍ବିଧାନ ଦିବସ ପାଳିତ

0
155

ବ୍ରହ୍ମପୁର,୨୬/୧୧/୨୦୨୨: ସ୍ଥାନୀୟ ରାମନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ସଂସ୍ଥା ଆନୁକୂଲ୍ୟରେ ସ୍ୱେଚ୍ଛାସେବୀ ଏବଂ ଅନ୍ୟ ଛାତ୍ରଛାତ୍ରୀମାନଙ୍କୁ ନେଇ ଆଜି ସମ୍ବିଧାନ ଦିବସ ପାଳିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଅଧ୍ୟକ୍ଷ ଶ୍ରୀ ବିଧୁଭୂଷଣ ନାୟକ ଉଦ୍‌ଘାଟିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଶ୍ରୀ ପ୍ରଶାନ୍ତ କୁମାର ପାତ୍ର, ଡ଼. ସୁଦର୍ଶନ ସାହୁ, ନିଜ ଅଭିଭାଷଣ ରେ ଭାରତର ସାମ୍ବିଧାନିକ ଇତିହାସ, ସମ୍ବିଧାନ ପ୍ରସ୍ତୁତ ହେବା ସମ୍ପର୍କରେ ଆଲୋକପାତ କରିଥିଲେ । ଅଧ୍ୟକ୍ଷ ଭାରତ ସମ୍ବିଧାନର ପ୍ରଣୟନ, ଲକ୍ଷ, ଉଦ୍ଦେଶ୍ୟ ଏବଂ କାର୍ଯ୍ୟକାରିତା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ ଏବଂ ସମ୍ବିଧାନକୁ ସମ୍ମାନ ଦେଇ ସମ୍ବିଧାନର ନୀତି ଆଦର୍ଶକୁ ମାନି ଚଳିବାପାଇଁ ବକ୍ତବ୍ୟ ରେ ପ୍ରକାଶ କରିଥିଲେ। ପ୍ରୋଗ୍ରାମ ଅଫିସର ଡ଼. କବିନ୍ଦ୍ର କୁମାର ସେଠୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏବଂ ଅଧ୍ୟାପକ ଡ଼. ହରିହର ମୁନି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here