ଜାତୀୟ ଶିକ୍ଷା ନୀତି ସଂପର୍କିତ ଆଲୋଚନା ଚକ୍ର

0
162

ବ୍ରହ୍ମପୁର,୨୭/୧୧/୨୦୨୨: ଦେଶର ପ୍ରଚଳିତ ହେବାକୁ ରହିଥିବା ଜାତୀୟ ଶିକ୍ଷା ନୀତି-୨୦୨୦ ସଂପର୍କିତ ବିଦ୍ୱତ୍ ପରିଷଦ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ସଦର ମହକୁମ୍ମା ଛତ୍ରପୁର ସ୍ଥିତ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷା(Early Childhood Care & Education) ବିଷୟରେ ବିସୃତ ଭାବରେ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ପ୍ରଫେସର ଡ ତାରାପ୍ରସାଦ ଦାଶ, ମୁଖ୍ୟବକ୍ତା ଭାବରେ ଡି.ଆଇ.ଇ.ଟି ଖଲ୍ଲିକୋଟ ଅଧ୍ୟାପକ ଡଃ. ଜୟନ୍ତୀ ବେହେରା, ସଂଭାଗ ସଂଯୋଜକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ଇଟିଭି ଭାରତର ସମ୍ୱାଦଦାତା ସମୀର କୁମାର ଆଚାର୍ଯ୍ୟ ,ୟୁରୋ କିଡସ୍ ଅଧ୍ୟକ୍ଷା ଡଃ. ସସ୍ମିତା ମହାପାତ୍ର, ଡି ଏ ଭି ସ୍କୁଲ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ଦାଶ, ସୁବଳୟା କଲେଜ ଅଧ୍ୟାପକ ଡ ଅନୀତା ମିଶ୍ର, ମୋହନା ହିଲଟପ୍ କଲେଜ ର ଅଧ୍ୟାପକ ଅନ୍ତର୍ଯ୍ୟାମୀ ଗୌଡ, ସାହିତ୍ୟକ ଭି. ରାଜେନ୍ଦ୍ର ରାଜୁ ପ୍ରମୁଖ ଉପସ୍ଥିତ ରହି ଦେଶରେ ଆଗାମୀ ଦିନରେ କାର୍ଯ୍ୟକାରୀ ହେବାକୁ ରହିଥିବା ଜାତୀୟ ଶିକ୍ଷା ନୀତି ଏବଂ ସେଥିରେ ରହିଥିବା ଗୁରୁତ୍ୱପୂର୍ଣ୍ଣ ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷା କିପରି ହେବାର ଆବଶ୍ୟକତା ରହିଛି ସେ ନେଇ ଆଲୋକପାତ କରିଥିଲେ । ଅନୁଷ୍ଠାନର ସଭାପତି ଉପେନ୍ଦ୍ର ମହାନ୍ତି ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାରମ୍ଭରେ ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ର ନାଥ ଦାଶ ଅତିଥି ପରିଚୟ ସହ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ସମ୍ପାଦକ ପଦ୍ମଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଉପ-ସଭାପତି ଗୀତା ପାଢି , ସଂଭାଗ ଶିଶୁ ବାଟିକା ସଂଯୋଜକ ଅରୁଣ କୁମାର ବାଗ, ଶିକ୍ଷାବିତ ପ୍ରଶାନ୍ତ କୁମାର ଶତପଥୀ, ଅଙ୍ଗନବାଡି କର୍ମୀ ମଞ୍ଜୁଳା ବିଶ୍ୱାସରାୟ, ସୁମିତା ଦାଶ,ଅଧ୍ୟାପିକା କିରଣବାଳା ରଥ,ସଦସ୍ୟା ସୁନୀତା ସେଠୀ ଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଅନେକ ବୁଦ୍ଧିଜୀବି , ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here