ବ୍ରହ୍ମପୁର,୨୭/୧୧/୨୦୨୨:ଅମାପ
ବିଭବ ଭରା ତଥା କଳା କୃତିତ୍ୱ ପରିପୂର୍ଣ୍ଣ ଗଞ୍ଜାମ ଜିଲ୍ଲାରେ ଏକ ଚଳଚିତ୍ର ଷ୍ଟୁଡ଼ିଓ ନିର୍ମାଣ ତଥା ସ୍ଥାନୀୟ ଅଞ୍ଚଳର କାଳକାର ମାନଙ୍କୁ ଚଳଚିତ୍ର ଦୁନିଆ ରେ ପ୍ରତିଷ୍ଠିତ କରାଇବାର ଉଦ୍ଦେଶ୍ୟ ନେଇ ତୃତୀୟ ଥର ପାଇଁ ବ୍ରହ୍ମପୁର ଫିଲ୍ମ ଆପ୍ରେସିଏସନ କ୍ଳବ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି”ବ୍ରହ୍ମପୁର ଚଳଚିତ୍ର ଉତ୍ସବ- ୨୦୨୨” । ଅଧ୍ୟକ୍ଷ ମନୋଜ କୁମାର ସାମଲଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ କାଜୁ ନିଗମ ର ଅଧ୍ୟକ୍ଷ ତଥା କଳାପ୍ରେମୀ ଶ୍ରୀ ସୁବାସ ମହରଣା , ସିନେ ଜଗତର ପ୍ରତିଷ୍ଠିତ ଅଭିନେତା ଗଣେଶ୍ୱର ସାହୁ ,ନାଟ୍ୟବିତ୍ ମେଜର ରମାରମଣ ପାଢ଼ି,ଚଳଚ୍ଚିତ୍ର ସେନ୍ସର ବୋର୍ଡର ସଦସ୍ୟ ଅମ୍ବିକା ପ୍ରସାଦ ପଣ୍ଡା ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ ।ଏହି ଅବସରରେ ପ୍ରାମାଣିକ ଚିତ୍ର ନିର୍ମାତା କୁମୁଦ ପ୍ରସାଦ ଆଚାର୍ଯ୍ୟଙ୍କୁ ଜୀବନବ୍ୟାପି ସାଧନା ସକାଶେ ସମ୍ମାନିତ କରାଯାଇଥିଲା ।କ୍ରୀଷ୍ଣା ଡି.କେଙ୍କ ଚଳଚିତ୍ର ‘ଅନନ୍ୟା’ ରୁ ଉତ୍ସବ ଆରମ୍ଭ ହୋଇଥିଲା। ଶ୍ୱେତ କୁମାର ଦାସଙ୍କ ‘ଦି ହିଲିଂ ଟଚ ‘ ,ନିମିଶା ସୂର୍ଯ୍ୟଶିଙ୍କ ‘କେକେରଥ’ ,ସ୍ୱପ୍ନା ନାୟକ ଙ୍କ ଝୁରୁଛି ମାଉସୀ ମା , ଶିବାଶିଷ୍ ପାଣିଗ୍ରାହୀ ଙ୍କ ‘ଅନ୍ଧାର ସୁରୁଜ ‘ ସସ୍ମିତା ରାଉତଙ୍କ ବନ୍ଧନ ଏ ‘ମଣିଷତ୍ୱ’ର ,ଡ. ଚନ୍ଦନ ଗନ୍ତାୟତଙ୍କ ‘ମାୟାକୁହୁଡ଼ି ‘ , ସଂଜ୍ଞା ସମାହିତ ପାଢ଼ୀ ଙ୍କ’ ଗଙ୍ଗା ମୂର୍ତ୍ତି ଷ୍ଟୋର ‘ ପ୍ରମୁଖ ବହୁ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା ।ରଶ୍ମିତା ସାମଲ , ରଞ୍ଜିତା ପାତ୍ର,କାର୍ତ୍ତିକ ପାଣିଗ୍ରାହୀ ,ବିଶ୍ୱରଞ୍ଜନ ତଥା ବହୁ କଳାକାରମାନଙ୍କ ଉପସ୍ଥିତିରେ ବ୍ରହ୍ମପୁର ଚଳଚ୍ଚିତ୍ର ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।