ବ୍ରହ୍ମପୁର,୨୭/୧୧/୨୦୨୨:ସ୍ଥାନୀୟ ଗୋସାଣିନୂଆଗାଁ ସ୍ଥିତ ସାମନ୍ତରାୟ ଏକାଡେମି ରେ ଆଜି ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିl
ଉକ୍ତ ସଭାରେ ନିକଟରେ ପ୍ରକାଶ ପାଇଥିବା ଓଡିଶା ପୋଲିସ ଏସ.ଆଇ ପରୀକ୍ଷା ରେ ସଫଳତା ହୋଇଥିବା ଏକାଡେମୀର ୬ ଜଣ ଓ ଅର୍ଦ୍ଧସାମରିକ ବାହିନୀ ବିଏସଏଫ, ସିଆରପିଏଫ,ସିଆଇଏସଏଫ,ଏସଏସବି,ଆଇଟିବିଏଫ, ଆସାମ ରାଇଫଲ ଭଳି ପରୀକ୍ଷାରେ ମନୋନୀତ ହୋଇଛନ୍ତି l ଉକ୍ତ ପରିକ୍ଷାର୍ଥୀମାନେ ଉଭୟ ଲିଖିତ, ଶାରୀରିକ ଓ ମେଡିକଲ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି l ସଭାରେ ଏକାଡେମୀ ର ପ୍ରତିଷ୍ଠାତା ଡ. ଲଳିତ ମୋହନ ସାମନ୍ତରାୟ ଉପସ୍ଥିତ ରହି ସମସ୍ତ ମନୋନୀତ ଛାତ୍ର ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଆଜୀବନ କର୍ତ୍ତବ୍ୟ ପରାୟଣ ରହିବାପାଇଁ ଉପଦେଶ ଦେଇଥିଲେ lଏହି କାର୍ଯ୍ୟକ୍ରମ ରେ ଏକାଡେମୀ ର ନିର୍ଦେଶକ ଶ୍ରୀ ଦେବେସ ସାମନ୍ତରାୟ ଛାତ୍ର ଛାତ୍ରୀ ଙ୍କ ସଫଳତାକୁ ପ୍ରଶଂସା କରିବା ସହିତ ଏହା ପ୍ରତିଯୋଗୀତାମୂଳକ ପରୀକ୍ଷାପାଇଁ ପ୍ରସ୍ତୁତି କରୁଥିବା ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିବ ବୋଲି କହିଥିଲେ । ଶ୍ରୀ ଦେବେଶ ସାମନ୍ତରାୟ ଙ୍କ ତତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଅନେକ ପୁରୁଣା ଛାତ୍ର ଛାତ୍ରୀ ତଥା ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ଉପସ୍ଥିତ ରହି ସଭାର ସଫଳ ପରିଚାଳନା କରିଥିଲେ ।ମାନସ କୁମାର ବେହେରା, ଭବାନୀ ଶଙ୍କର ନାୟକ, ଆନନ୍ଦ ଦେବତା, ଆତ୍ରହି ଭଞ୍ଜନ ସାସମଲ୍, ବିଷ୍ଣୁ ପାଦ, ଶକ୍ତି ପ୍ରସାଦ ବେହେରା, ଅମିତ୍ କୁମାର ସାହୁ ଓପିଏସସି ରେ ପାଇଥିବା ବେଳେ, ଡି.ଜ୍ୟୋତି ରେଡ୍ଡି, ବନିତା କୁମାରୀ ଯୁତି, ତପସ୍ଵିନୀ ମୁଦୁଲି, ବସନ୍ତ ବିଶ୍ଵାଳ, ପ୍ରବୀଣ ପରିଡ଼ା, ଡମ୍ବୁରୁ ଧର ଗର, ଡି. ଶିମାଞ୍ଚଳ ବେହେରା, ସିଦ୍ଧାନ୍ତ ଗୌଡ, ଲକ୍ଷ୍ମୀ ନାରାୟଣ ପାଣିଗ୍ରାହି, ସରୋଜ ଗୌଡ, ଲିପାନ୍ ସାହୁ, ମନୋଜ ଗୌଡ, ସନ୍ଦୀପ କୁମାର ସାହୁ, ନିର୍ମଳ ପ୍ରଧାନ, ବିଶ୍ଵ ରଞ୍ଜନ ରାଉତ, ପର୍ଶୁରାମ ବେହେରା, ଏମ. ଜିତେନ୍ଦ୍ର ଦୋରା, ଆଶିଷ ପୂଜାରୀ ପ୍ରମୂଖ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l